Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ମଣିପୁରରେ ଆସାମ ରାଇଫଲ୍ସ କାରକେଡ୍‌ ଉପରେ ଆତଙ୍କବାଦୀ ଆକ୍ରମଣ, ଅଧିକାରୀଙ୍କ ପତ୍ନୀ-ପୁଅଙ୍କ ସମେତ ୭ ଯବାନଙ୍କ ମୃତ୍ୟୁ

13/11/2021 at 3:41 PM

ନୂଆଦିଲ୍ଲୀ ୧୩/୧୧: ମଣିପୁରରେ ଆତଙ୍କବାଦୀ ଆକ୍ରମଣ। ଆସାମ ରାଇଫଲ୍ସର କମାଣ୍ଡିଂ ଅଫିସର ଏବଂ ତାଙ୍କ  ପରିବାର  ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଶନିବାର ସକାଳ ୧୦ଟାରେ  ଶେଖନ-ବୋହିଆଙ୍ଗ ପୋଲିସ ଷ୍ଟେସନ ଅଞ୍ଚଳରେ ହୋଇଥିବା ଆକ୍ରମଣରେ ଆସାମ ରାଇଫଲ୍ସର କମାଣ୍ଡିଂ ଅଫିସର, ତାଙ୍କ ପରିବାର ସଦସ୍ୟ ଏବଂ ଅନ୍ୟ ଯବାନଙ୍କ ମୃତ୍ୟୁ ହୋଇଛି। ଏଥିରେ କର୍ନେଲ୍‌ ବିପ୍ଳବ ତ୍ରିପାଠୀଙ୍କ ପତ୍ନୀ ଏବଂ ପୁଅଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଆଇଇଡି ବିସ୍ଫୋରଣ କରି କର୍ନେଲ ବିପ୍ଳବ ତ୍ରିପାଠୀ, ତାଙ୍କ ପତ୍ନୀ ଏବଂ ପୁଅଙ୍କ ସମେତ ୭ ଯବାନଙ୍କ ଜୀବନ ନେଇଛନ୍ତି ଆତଙ୍କବାଦୀ।  ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ। ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି ଲେଖିଛନ୍ତି, ’୪୬ ଏଆର  କାରକେଡ୍‌ ଉପରେ ଆକ୍ରମଣକୁ ଘୋର ନିନ୍ଦା କରୁଛି। ଏଥିରେ ସିଓ ଏବଂ ତାଙ୍କର ପରିବାର ସମେତ କିଛି ଯବାନଙ୍କ ମୃତ୍ୟୁ ହୋଇଛି। ଷ୍ଟେଟ୍‌ ଫୋର୍ସ ଏବଂ ଅର୍ଦ୍ଧସାମରିକ ବଳ ଆତଙ୍କବାଦୀଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।  ଅପରାଧୀଙ୍କୁ ତ୍ରାହି ଦିଆଯିବ ନାହିଁ।’

ଏହା ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ବିଟ କରି ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି, ‘ମଣିପୁରର ଚୁରାଚାନ୍ଦପୁରରେ ଆସାମ ରାଇଫଲ୍ସର ବୀର ଯବାନଙ୍କ ଉପରେ ଆକ୍ରମଣ ହୋଇଛି। ଘଟଣାକୁ ନେଇ ମୁଁ ବହୁତ ଦୁଃଖି ଏବଂ ଶୋକ ପ୍ରକାଶ କରୁଛି। ଦେଶ ୫ ବୀର ଯାବନଙ୍କ ସମେତ ସିଓ ଏବଂ ତାଙ୍କ ପରିବାରର ଦୁଇ ସଦସ୍ୟଙ୍କୁ ହରାଇଲା।’

   Related Posts