ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌ ; ୭ ମୃତ, ଅନେକ ଆହତ

Published By : Prameya-News7 Bureau | February 04, 2020 IST

ଗୌହାଟି ୦୪।୦୨: ଆସାମ ଗୋଳପାରା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାକଡକୁ ବସ୍‌ ଓଲଟିପଡିଲା ବସ୍‌ । ଦୁର୍ଘଟଣାରେ ସାତ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଆସାମର ଧୁବରୀରୁ ଏକ ଯାତ୍ରୀବାହୀ ବସ୍‌ ଗୌହାଟି ଆସୁଥିଲା । ବସ୍‌ଟି କିଛି ରାସ୍ତା ଅତିକ୍ରମ କରିବା ପରେ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ବିଦ୍ୟୁତ ଖୁଣ୍ଟ ସହ ପିଟିହୋଇଯାଇଥିଲା । ଖୁଣ୍ଟରେ ପିଟିହେବା ଦ୍ବାରା ବସ୍‌ଟି ରାସ୍ତା କଡକୁ ଓଲଟିପଡିଥିଲା । ତେବେ ବସ୍‌ଟି ଓଲଟିପଡିବା ଖବର ଶୁଣି ସ୍ଥାନୀୟଲୋକ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ବସ୍‌ ଦୁର୍ଘଟଣା ଦ୍ବାରା ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଲେ ଦୁଇ ଜଣଙ୍କ ମେଡିକାଲରେ ମୃତ୍ୟୁ ହୋଇଛି । ଅନେକ ଯାତ୍ରୀଙ୍କୁ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣାର ଖବର ପାଇଁ ସ୍ଥାନୀୟ ପୋଲିସ ଓ ଭାରତୀୟ ସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।

ଦୁର୍ଘଟଣାରେ ମୃତାହତଙ୍କ ପ୍ରତି ସମବେଦନା ସହ ଶୋକ ବ୍ୟକ୍ତ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେବାଲ । ଆହତ ଥିବା ଯାତ୍ରୀଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.