Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାବଧାନ ! ଘରୁ ପୋଷା ଜୀବଜନ୍ତୁଙ୍କୁ ତଡନ୍ତୁ ନାହିଁ : ନଚେତ୍ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

14/05/2020 at 5:20 PM

ଗୁଆହାଟୀ ୧୪/୫: କରୋନା ଭାଇରସର ଭୟ ଲୋକଙ୍କ ମଧ୍ୟରେ ବଢ଼ି ବଢ଼ି ଚାଲିଛି। ଏବେ ତ ଲୋକଙ୍କ ମାନସିକତା ଏପରି ହୋଇଯାଇଛି ଯେ ତାଙ୍କୁ ଲାଗୁଛି ଯେ ସବୁ ଜିନିଷରୁ ଭାଇରସ୍ ବ୍ୟାପୁଛି। ଏପରି କେତେକ ସୂଚନା ମଧ୍ୟ ମିଳିଥିଲା ଯେ କରୋନା ପୋଷା ପଶୁଙ୍କଠାରୁ ବ୍ୟାପିଥାଏ ଯାହା ପରେ ଲୋକେ ନିଜ ଜୀବନକୁ ବଞ୍ଚାଇବା ପାଇଁ ପଶୁମାନଙ୍କଠୁ ମଧ୍ୟ ଦୂରରେ ରହିଲେ।

ଏହି ମାମଲାରେ ଏବେ ଆସାମ ରାଜ୍ୟ ସାମନାକୁ ଆସିଛି । ଆସାମ ପୋଲିସ୍ ଲୋକଙ୍କୁ ସାବଧାନ କରି କହିଲେ ଯେ ଯଦି ସେ ଏପରି କରୁଛନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ ଆସାମ ପୋଲିସ୍ ଜିଲ୍ଲା ପୋଲିସ୍ ପ୍ରମୁଖଙ୍କୁ ସିଧାସଳଖ ଆଦେଶ ଦେଇଛନ୍ତି ଯେ ଯାହା ଦ୍ବାରା ଏହା ସୁନିଶ୍ଚିତ କରାଯାଉ ଯେ କରୋନା ଯୋଗୁଁ କେହି ନିଜ ପୋଷା ପଶୁ ବାହାରକୁ ନ ଛାଡ଼ନ୍ତୁ।

ରାଜ୍ୟ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟ ଗୁଆହାଟୀ ସହରର ପୋଲିସ୍ ମୁଖ୍ୟ ଏବଂ ସମସ୍ତ ପୋଲିସ୍ ଅଧିକାରୀଙ୍କୁ ଆଦେଶ ଜାରି କରିଛନ୍ତି ଯେ ସେମାନେ ପିପୁଲ୍ ଫର ଦ ଏଥିକାଲ୍ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସ (ପେଟା) ଇଣ୍ଡିଆର ଏକ ପତ୍ର ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉ। ପେଟା ଇଣ୍ଡିଆ ଏମରଜେନ୍ସି ରେସପନ୍ସ ଟିମର ଆସୋସିଏଟ୍ ମ୍ୟାନେଜର ନିଜ ବୟାନରେ କହିଛନ୍ତି ଯେ ପୋଲିସ୍ ଅଧିକାରୀଙ୍କୁ ଏପରି ନିର୍ଦେଶ ଦେବା ପାଇଁ ଆସାମ ପୋଲିସଙ୍କୁ ଧନ୍ୟବାଦ ଦେଉଅଛୁ ଯାହା ଦ୍ବାରା ଏହା ସୁନିଶ୍ଚିତ ହେଉ ଯେଉଁମାନେ କରୋନା ଭାଇରସ୍‌ ସଙ୍କଟ ସମୟରେ ପଶୁଙ୍କ ସହ କ୍ରୃର ବ୍ୟବହାର କରୁଛନ୍ତି,ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉ।

   Related Posts