ଇସ୍ତଫା ଦେଲେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ : ରାଜ୍ୟପାଳଙ୍କୁ ପଠାଇଲେ ଇସ୍ତଫାପତ୍ର

Published By : Prameya-News7 Bureau | May 09, 2021 IST

ଆସାମ ୯/୫ : ଇସ୍ତଫା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ । ରାଜ୍ୟପାଳ ଜଗଦୀଶ ମୁଖୀଙ୍କ ନିକଟରେ ସେ ତାଙ୍କ ଇସ୍ତଫାପତ୍ର ଦାଖଲ କରିଛନ୍ତି । ଅନ୍ୟପକ୍ଷରେ ଆଜି ବସୁଛି ଆସାମ ବିଧାୟକ ଦଳ ବୈଠକ । ବୈଠକରେ ବିଜେପି ନେତା ବି.ଏଲ୍ ସନ୍ତୋଶ, ବୈଜୟନ୍ତ ପଣ୍ଡା ଏବଂ ଅଜୟ ଜାମୱାଲ ପ୍ରମୁଖ ଉପସ୍ଥିତ ରହିଛନ୍ତି । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଦଳର ସାଧାରଣ ସମ୍ପାଦକ ଅରୁଣ ସିଂ ଉପସ୍ଥିତ ଅଛନ୍ତି ।

ସର୍ବାନନ୍ଦ ସୋନୱାଲଙ୍କ ଇସ୍ତଫା ପରେ ଆସାମବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି । ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ବିଜୟି ହେବାପରେ ରାଜ୍ୟରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ରାଜନୀତି ସରଗରମ । ସେଥିପାଇଁ ସର୍ବାନନ୍ଦ ସୋନୋୱାଲ ଏବଂ ହିମନ୍ତ ବିଶ୍ୱ ଶର୍ମା ଦୁଇ ଦାବିଦାର ଶନିବାର ନୂଆଦିଲ୍ଲୀରେ ପହଞ୍ଚିଥିଲେ । ସେମାନେ ସେଠାରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଥିଲେ । ଏହି ଦୁଇ ନେତା ଦିଲ୍ଲୀରେ ବିଜେପି ସଭାପତି ଜେପି ନଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.