Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଆସାମରେ ନାଗରିକତାରୁ ବାଦ୍ ପଡିଲେ ୧୯ ଲକ୍ଷ ୬ ହଜାର ବାଂଲାଦେଶୀ ଅନୁପ୍ରବେଶକାରୀ: ଓଡିଶାରେ ବି ସ୍ଥିତି ସଂଗୀନ, ଚିହ୍ନଟ ପାଇଁ ଜୋର ଧରିଲା ଦାବୀ

31/08/2019 at 8:23 PM

ଭୁବନେଶ୍ବର୩୧|୮: ଆସାମରେ ପ୍ରକାଶ ପାଇଲା ଏନଆରସି ତାଲିକା। ନାଗରିକତାରୁ ବାଦ୍‌ ପଡିଲେ ୧୯ ଲକ୍ଷ ୬ ହଜାର ବାଂଲାଦେଶୀ ଅନୁପ୍ର​‌ବେଶକାରୀ । ତେବେ ଆଶ୍ଚର୍ଯ୍ୟର କଥା ହେଲା  ଏହି ତାଲିକାରେ ଜଣେ

ଅବସରପ୍ରାପ୍ତ ଆର୍ମି ଅଫିସର ଅଛନ୍ତି । ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି ।ଆସାମରେ ଏନଆରସି ତାଲିକା ପ୍ରକାଶ ପାଇବା ପରେ ଓଡ଼ିଶାରେ ଏହାକୁ ନେଇ ଚିନ୍ତା ବଢ଼ିଛି । ବିରୋଧୀ ଅନୁପ୍ରବେଶକାରୀଙ୍କୁ  ଚିହ୍ନଟ କରିବା ଲାଗି ଦାବି କରିଛନ୍ତି।…

ଆସାମରେ ପ୍ରକାଶ ପାଇଲା ଏନଆରସି ତାଲିକା । ଯେଉଁମାନେ ଭାରତୀୟ ନାଗରିକ ସେମାନଙ୍କ ନାଁ ଏହି ତାଲିକାରେ ଅଛି । ଆଉ ଯେଉଁ ମାନେ ତାଲିକାରୁ ବାଦ୍‌ ପଡ଼ିଛନ୍ତି ସେମାନଙ୍କୁ ନିଜର ଭାରତୀୟ ନାଗରିକତା ପ୍ରମାଣ ପାଇଁ ଆଇନଗତ ଲଢେଇ ଲଢ଼ିବାକୁ ପଡ଼ିବ । ଏନଆରସିରୁ ବାଦ ପଡିଛନ୍ତି ଆସାମର ୧୯ ଲକ୍ଷ ୬ହଜାର ବାସିନ୍ଦା ।

ଏନଆରସି ପାଇଁ ଆବେଦନ କରିଥିଲେ ଆସାମର ୩ କୋଟି ୩୦ ଲକ୍ଷ ୨୭ ହଜାର ୬୬୧ ଜଣ ଲୋକ । ବାଦ୍‌ ପଡିଥିବା ୧୯ଲକ୍ଷ ୬ ହଜାରଙ୍କ ଭିତରେ ଅଛନ୍ତି ଜଣେ ଅବସରପ୍ରାପ୍ତ ଆର୍ମି ଆଫିସର ମହମ୍ମଦ ସାନାଉଲ୍ଲା । ତେବେ ଯେଉଁମାନେ ଭୁଲରେ ଏନଆରସିରୁ ବାଦ୍‌ ପଡିଛନ୍ତି ​ସେମାନେ ଆସାମ ସରକାରଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ଫରେନର୍ସ ଟ୍ରିବ୍ୟୁନାଲରେ ୪ ମାସ ଭିତରେ ଆବେଦନ କରିପାରିବେ ।

୨୦୧୩ରେ ସୁପ୍ରିମକୋର୍ଟ ଏନଆରସି ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଥିଲେ ।୨୦୧୫ ମେ’ ରୁ ଅଗଷ୍ଟ ଭିତରେ ପଞ୍ଜିକରଣ ଆବେଦନ କରାଯାଇଥିଲା। ତେବେ ଏନଆରସିରୁ ୧୯ ଲକ୍ଷରୁ ଅଧିକ ଲୋକ ବାଦ୍‌ ପଡ଼ିବା ପରେ ଏହାକୁ ନେଇ ତେଜିଛି ରାଜନୀତି ।…

ଆସାମରେ ଏନଆରସି ଘୋଷଣା ହେବାପରେ ଓଡ଼ିଶାରେ ଏହାକୁ ନେଇ ବଢ଼ିଛି ଚିନ୍ତା ।କିନ୍ତୁ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି ।କେନ୍ଦ୍ର ସରକାର ରାଜ୍ୟରେ ବିଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ଚିଠି ଲେଖିସାରିଲେଣି ।ହେଲେ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଦେଇ ହାତ ବାନ୍ଧି ବସିଛନ୍ତି ।କେଉଁ ଜିଲ୍ଲାରେ କେତେ ବଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି ସରକାରଙ୍କ ପାଖରେ ତାର ଖବର ନାହିଁ । ଏପଟେ ବିରୋଧୀ ଦଳ ପକ୍ଷରୁ କୁହାଯାଇଛି ସାରା ଦେଶ ପାଇଁ ଗୋଟିଏ ଆଇନ୍ ଲାଗୁ ହେଉ ।…

ବଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦ୍ବାରା ସମାଜିକ, ରାଜନୈତିକ ଓ ଅର୍ଥନୈତିକ ବ୍ୟବସ୍ଥା ଉପରେ ପ୍ରଭାବ ପଡୁଛି ।ଅନୁପ୍ରବେଶକାରୀଙ୍କୁ ଯୋଗୁଁ ପ୍ରକୃତ ହିତାଧିକାରୀ ସରକାରୀ ଯୋଜନାର ସୁଫଳ ପାଇପାରୁନାହାନ୍ତି । ଏଥିଯୋଗୁଁ ଆସାମରେ ପୂର୍ବରୁ ବଡ଼ ଜନ ଆନ୍ଦୋଳନ ମୁଣ୍ଡ ଟେକିଥିଲା ଶେଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆସାମରେ ଏନଆରସି ପଞ୍ଜିକରଣ ଆରମ୍ଭ ହୋଇଥିଲା ।…

   Related Posts