Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଟିକା ପାଇଁ ଅପେକ୍ଷା : ଅଧରାତିରୁ ବୋତଲ, ଚପଲ, ପର୍ସ ରଖି ଧାଡି କରୁଛନ୍ତି ଲୋକେ

30/06/2021 at 1:37 PM

ଆସାମ ୩୦/୬: କରୋନାରୁ ବର୍ତ୍ତିବାକୁ ଏକମାତ୍ର ଅସ୍ତ୍ର ପାଲଟିଛି ଟିକାକରଣ । ସାରା ଦେଶରେ ଟିକାକରଣକୁ ଦିଆଯାଉଛି ଗୁରୁତ୍ୱ । ହେଲେ ଏବେବି ବିଭିନ୍ନ ସ୍ଥାନରେ ଟିକାର ଅଭାବ ଦେଖାଦେଇଛି । ଆସାମରେ କରିମଙ୍ଗ ଜିଲ୍ଲାରେ ଲୋକଙ୍କ ମଧ୍ୟରେ ଟିକା ନେବାକୁ ଆଗ୍ରହ ରହିଛି । ଫଳରେ ଏଠାରେ ଟିକା ନେବା ପାଇଁ ଲମ୍ୱା ଲାଇନରେ ଛିଡା ହେବାକୁ ପଡୁଛି ।

ଏପରିକି ଦୀର୍ଘ ସମୟ ଅପେକ୍ଷା କରିବା ପରେ ଯାଇ ଟିକା ଦିଆଯାଉଛି । ତେବେ କତାର ଟିକାକରଣ କେନ୍ଦ୍ରରେ ଲମ୍ୱା ଲାଇନରେ ଛିଡା ହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବି ଦେଖିବାକୁ ମିଳିଥିଲା । ଫଳରେ ଲୋକେ ବାଧ୍ୟହୋଇ ଲୋକମାନେ ଅଲଗା ଉପାୟ ଅବଲମ୍ୱନ କରିବାକୁ ନିଷ୍ପତ୍ତି ନେଇଥିଲେ । ନିଷ୍ପତ୍ତି ମୁତାବକ, ଆଉ ଲମ୍ୱା ଲାଇନରେ ଛିଡା ନହୋଇ ଲାଇନରେ ରଖାଯିବ ଚପଲ, ପର୍ସ ଓ ପାଣି ବୋତଲ ।

ଯିଏ ଯେତେ ଶୀଘ୍ର ରଖିବ ସେତେ ଶୀଘ୍ର ତାର ନମ୍ୱର ପଡିବ । ଏଥିପାଇଁ ଚାଲେ ପ୍ରତିଯୋଗିତା । କେହି କେହି ପୂର୍ବଦିନ ରାତି ଅଧରୁ ନିଜର ବ୍ୟବହାର ଜିନିଷ ପକାଇ ନିଜର କ୍ୟୁ ରଖିଥାନ୍ତି । ସୂଚନା ମୁତାବକ, ଆଖପାଖ ୨୦ଟି ଗାଁର ଜନସଂଖ୍ୟା ପାଇଁ ସମଗ୍ର ଅଞ୍ଚଳରେ ଏହା ହେଉଛି ଏକମାତ୍ର ଟୀକାକରଣ କେନ୍ଦ୍ର । ସେଥିପାଇଁ ଏହି କେନ୍ଦ୍ରରେ COVID ପ୍ରୋଟୋକଲ୍ ପାଳନ ବି ହୁଅନି ।

ନାଁ ଲୋକଙ୍କ ମଧ୍ୟରେ ଥାଏ ସାମାଜିକ ଦୂରତା , ନାଁ ପାଳନ ହୁଏ ଗାଇଡଲାଇନ । ଲାଇନରେ ଛିଡା ହୋଇଛଥିବା କିଛି ଲୋକ କୁହନ୍ତି ସକାଳ ୫ଟାରେ ଛିଡା ହେଲେ କେତେବେଳେ ପାଳିପଡିବ ତାହା ଜଣାନାହିଁ । ଏମିତି ବାରମ୍ୱାର ହେବାରୁ ଲୋକେ ବାଧ୍ୟହୋଇ ଦୀର୍ଘସମୟ ଲାଇନରେ ଛିଡା ହେବା ବଦଳରେ ଲାଇନରେ ପାଣି ବୋତଲ, ଚପଲ, ପର୍ସ ଥୋଉଛନ୍ତି ।

   Related Posts