ଇଭେଣ୍ଟ ପାଇଁ ଆସାମରୁ କାନପୁର ଆସିଥିଲେ ମଡେଲ୍, ମ୍ୟାନେଜର ସାଙ୍ଗମାନଙ୍କ ସାମ୍ନାରେ କଲା ବଳାତ୍କାର

Published By : Prameya-News7 Bureau | March 21, 2020 IST

କାନପୁର ୨୧।୦୩: ଚାନ୍ଦନୀ(କାଳ୍ପନିକ ନାମ) ୨୫ ବର୍ଷୀୟ ଯୁବତୀ। ସେ ଆସାମର ବାସିନ୍ଦ। ପେଶାରେ ଜଣେ ମଡେଲ। ମାର୍ଚ୍ଚ ୧୩ରେ କାନପୁରର ଏକ ଓ୍ଵାଟର ପାର୍କରେ ପରଫର୍ମ କରିବାକୁ ସେ ଆସିଥିଲା। ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୧୫ରେ ଥିଲା। ସୂଚନା ମୁତାବକ କାର୍ଯ୍ୟକ୍ରମ ପରେ ଏକ ନାମୀ କ୍ଲବର ପୂର୍ବତନ ମ୍ୟାନେଜର କଥିତ ଭାବେ ମଡେଲରଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ମ୍ୟାନେଜର ତାଙ୍କୁ ଏକ ବଡ ବଙ୍ଗଳାକୁ ନେଇ କି ଆସିଥିଲା ଏବଂ ନିଜର ପାଞ୍ଚ ଜଣ ସାଙ୍ଗ ସାମ୍ନାରେ ବଳାତ୍କାର କରିଥିଲା। ଏହି ଘଟଣା କାନପୁରର ଗ୍ଵାଲଟୋଲୀ ଥାନା ଅଞ୍ଚଳରେ ଘଟିଛି।

ରିପୋର୍ଟ ଅନୁଯାୟୀ, ଆରୋପି ଚାନ୍ଦନୀକୁ ବଙ୍ଗଳାରେ ବନ୍ଦ କରି ରଖିଥିଲା। କୌଣସି ପ୍ରକାରେ ସେ ସେଠୁ ଖସି ସାହାଯ୍ୟ ପାଇଁ ଚିତ୍କାର କରିଥିଲା। ଆଖାପାଖ ଲୋକ ତା ପାଖକୁ ଆସି ପଚାରି ବୁଝିବା ସହିତ ପୋଲିସକୁ ଘଟଣାର ସୂଚନା ଦେଇଥିଲେ।

{"id":242109,"sizeSlug":"large"}

ମୁଖ୍ୟ ଆରୋପିର ନାମ ଅମିତ୍ ଅଗ୍ରଓ୍ଵାଲ। ସେ ସଂପ୍ରତି ଫେରାର ଅଛି। ପୋଲିସ ଚାନ୍ଦନୀର ଅଭିଯୋଗ ଆଧାରରେ ଆରୋପି ବିରୋଧରେ ମାମଲା ରୁଜୁ କରିଛି। ଅନ୍ୟପଟେ ବାକି ୫ ଜଣଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୫୪(ମହିଳାକୁ ମାରିପିଟ୍ ଓ ଅପରାଧିକ ବଳ ପ୍ରୟୋଗ କରିବା) ଆଧାରରେ ଏତଲା ଦାୟର ହୋଇଛି। ଏହି ଘଟଣାରେ ତିନି ଆରୋପି ପୋଲିସ ହେପାଜତରେ ଥିବା ବେଳେ ତିନି ଜଣ ଫେରାର ଅଛନ୍ତି।

ବଙ୍ଗଳାର ମାଲିକ ସମୀର ଅଗ୍ରଓ୍ଵାଲଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା କରୁଛି। ପୋଲିସ ଅନୁଯାୟୀ ତିନି ଜଣ ଆରୋପୀ  ହେଉଛନ୍ତି ସକ୍ଷମ, ସମୀର ଓ ତାଙ୍କର ଓକିଲ ସାଙ୍ଗ। ମହିଳା ଦେଇଥିବା ସୂଚନା ଆଧାରରେ ଘଟଣାର ତଦନ୍ତ ଚାଲିଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସକ୍ଷମ ଚାନ୍ଦିନୀକୁ ନେଇ ଆସିଥିଲା। ସେ ନିଜେ ମଧ୍ୟ ଆୟୋଜକ ଥିଲା। ଚାନ୍ଦିନୀ ମାର୍ଚ୍ଚ ୧୩ରେ କାନପୁର ଆସିଥିଲା। ତାର ଡାକ୍ତରୀ ମାଇନା କରାଯାଉଛି। ଅମିତ୍ ଓ ତାର ସାଙ୍ଗମାନଙ୍କୁ ଗିରଫ କରିବାକୁ ଚେଷ୍ଟା ଚାଲିଥିବା ପୋଲିସ କହିଛି।

ପୋଲିସକୁ ବଙ୍ଗଳା ବାହାରୁ ଦୁଇଟି SUV ମଧ୍ୟ ମିଳିଛି। ଇଭେଣ୍ଟରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ପୋଲିସ ଯାଞ୍ଚ କରୁଛି। କଲ୍ ଡିଟେଲ୍ସକକୁ ନେଇ ମଧ୍ୟ ପୋଲିସ ଖୋଳତାଡ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.