Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ବିଷାକ୍ତ ମଦ ପିଇ ୧୪୩ ଲୋକଙ୍କ ମୃତ୍ୟୁ ପରେ ପ୍ରଶାସନର ନିଦ ଭାଙ୍ଗିଲା : ଆରମ୍ଭ ହେଲା ମଦ ବିରୋଧୀ ଅଭିଯାନ

25/02/2019 at 1:51 PM

ଗୁଆହାଟୀ ୨୫/୨ : ଆସାମରେ ବିଷାକ୍ତ ମଦ ପିଇ ଗୋଳାଘାଟ ଏବଂ ଜୋରହାଟ ଜିଲ୍ଲାରେ ୧୪୩ ଲୋକଙ୍କ ମୃତ୍ୟୁ ହୋଇଛି | ଅନେକ ଲୋକ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି | ରବିବାର ସନ୍ଧ୍ୟା ସୁଦ୍ଧା ୧୪୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ଗୁରୁବାର ରାତିରେ ଗୁଆହାଟୀରୁ ୩୦୦ କି:ମି: ଦୂର ଗୋଳଆହାଟ ଜିଲ୍ଲାର ଚା’ ବଗିଚାର ଶ୍ରମିକମାନେ ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇପଡିଥିଲେ | ସେହି ରାତିରେ ହିଁ କେତେ ଲୋକଙ୍କ ମୃତ୍ୟୁ ହୋଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ଅନେକଙ୍କ ମୃତ୍ୟୁ ମଧ୍ୟ ହୋଇଛି |


ଶ୍ରମିକମାନେ ଏକ ଚା’ ବଗିଚାରେ କାମ କରନ୍ତି | ଗୋଳାଘାଟ ହସ୍ପିଟାଲ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗୋଳାଘାଟ ଜିଲ୍ଲାରେ ମୋଟ ୮୫ ଲୋକଙ୍କ ମୃତ୍ୟୁ ହୋଇଛି | ଏଥିରେ ୫୪ ଜଣ ପୁରୁଷ ଏବଂ ୩୧ ଜଣ ମହିଳା ଅଛନ୍ତି | ଆହୁରି ପାଖାପାଖି ୧୦୦ ଜଣଙ୍କ ଚିକିତ୍ସା ଚାଲିଛି |


ଜୋରହାଟ ହସ୍ପିଟାଲ ଅଧିକାରୀଙ୍କ ସୂଚନା ଅନୁଯାୟୀ, ତାଙ୍କ ଜିଲ୍ଲାରେ ବିଷାକ୍ତ ମଦ ପିଇ ୫୮ ଶ୍ରମିକଙ୍କ ମୃତ୍ୟୁ ହୋଇଛି | ଏଥିରେ ୪୩ ପୁରୁଷ ଏବଂ ୧୫ ମହିଳା ଅଛନ୍ତି | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୬୦ ଶ୍ରମିକଙ୍କ ଚିକିତ୍ସା ଚାଲିଛି | ଏମାନଙ୍କ ମଧ୍ୟରୁ ୧୬ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି |


ଅବକାରୀ ବିଭାଗ ପୁରା ରାଜ୍ୟରେ ଅବୈଧ ମଦ କାରବାର ବିରୋଧରେ ଅଭିଯାନ ଆରମ୍ଭ କରିଛି | ଘଟଣା ପରେ ବିଶେଷ କରି ମହିଳାମାନେ ଅନେକ ମଦ ଦୋକାନ ଭଙ୍ଗାରୁଜା କରିଛନ୍ତି | ସିଭିଲ ସୋସାଇଟି ବିଷାକ୍ତ ମଦ କାରବାର କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତାକୁ ଓହ୍ଲାଇଛି | ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରଟି କହିଛନ୍ତି ଯେ, ଅବକାରୀ ନିୟମ ଉଲଂଘନ ଏବଂ ଅବୈଧ ମଦ କାରବାର ଏବଂ ଉତ୍ପାଦନ କରୁଥିବା ଲୋକଙ୍କ ବିରୋଧରେ ୯୦ଟି ମାମଲା ରୁଜ୍ଜୁ ହୋଇଛି | ସେ କହିଛନ୍ତି ଯେ, ଫେବୃଆରୀ ୨୨ ତାରିଖରୁ ଏଜି ପର୍ଯ୍ୟନ୍ତ ୪୮୬୦ ଲିଟର ଅବୈଧ ମଦ ଜବତ କରି ନଷ୍ଟ କରାଯାଇଛି |


ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଵାଲା ଶନିବାର ଦିନ ଜୋରହାଟ ମେଡିକାଲ ଗସ୍ତରେ ଯାଇ ପୀଡିତଙ୍କ ଅବସ୍ଥା ବୁଲି ଦେଖିଥିଲେ | ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି କହିଥିଲେ | ଏହାସହ ଚିକିତ୍ସିତ ହେଉଥିବା ଗୁରୁତରଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି |

   Related Posts