Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଆସାମ ଏନଆରସିରେ ତାଲିକାରେ ନାହିଁ ଆସାମର ଏକ ମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନାଁ

4/08/2018 at 10:46 AM

ଆସାମର ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସ ନେଇ ବିବାଦ ଥମୁନି । ଦିନଦିନ ବହୁ ବିସ୍ମୟକର ତଥ୍ୟ ଆସୁଛି । ଏନଆରସିରେ ଆସାମର ଏକ ମାତ୍ର ମହିଳା ମୁଖ୍ୟମନ୍ତ୍ରୀ ସୟେଦ ଅନୱାର ତୈମୁରଙ୍କ ନାଁ ନାହିଁ ।ଏନଆରସି ଚୁଡାନ୍ତ ଚିଠାରେ ତୈମୁରଙ୍କ ନାଁ ନରହିବା ଏକ ନୂଆ ଚର୍ଚ୍ଚା ଆରମ୍ଭ କରିଛି । ତେବେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ରହୁଥିବା ସୟେଦ ଅନୱାର ତୈମୁର କହିଛନ୍ତି, ଏନଆରସିରେ ତାଙ୍କର ନାମ ଓ ପରିବାର ସଦସ୍ୟଙ୍କ ନାମ ସାମିଲ କରିବାକୁ ସେ ଖୁବ୍‌ ଶିଘ୍ର ଆସାମ ଫେରିବେ । ଆସାମରେ ବେଆଇନ ବାଂଲା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଲାଗି ଏନଆରସି ପ୍ରସ୍ତୁତ ଚାଲିକାରେ ୪୦ ଲକ୍ଷ ଲୋକ ବାଦ ପଡିଛନ୍ତି । ଏପରିକି କିଛି ଲୋକଙ୍କ ନାମ ଏନଆରସିରେ ନଥିବା ବେଳେ ସେମାନଙ୍କ ସ୍ତ୍ରୀ , ପିଲା, ମାଆ, ବାପଙ୍କ ନାମ ରହିଛି । ଏପରିକି ଏନଆରସିରେ ନିଜ ନାମ ପାଉନଥିବା ଜଣେ ପୋଲିସ କର୍ମଚାରୀ, ଜନ ପ୍ରତିନିଧି ଏବଂ ଅନେକ ଲୋକ ଅଭିଯୋଗ କରିଛନ୍ତି । ଏନଆରସି ପ୍ରସଙ୍ଗରେ ରାଜନୈତୀକ ବିବାଦ ଶିଖର ଛୁଇଁଥିବା ବେଳେ ସଂସଦରେ ବି ତୀବ୍ର ପ୍ରତିଧ୍ୱନ୍ନୀ ।କିନ୍ତୁ ଗୃହ ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତିଯଏ, କୌଣସି ଜଣେ ଭାରତୀୟକୁ ଦେଶରୁ ତଡାଯିବନାହିଁ ।

   Related Posts