ଦୁର୍ଗା ପୂଜା ଭକ୍ତଙ୍କ ପାଇଁ ପୂର୍ବରୁ ଖୋଲିଲା ପ୍ରସିଦ୍ଧ ମା' କାମାକ୍ଷା ମନ୍ଦିର, ଦର୍ଶନ କରିବା ପୂର୍ବରୁ କରାଇବାକୁ ହେବ କୋଭିଡ୍ ଟେଷ୍ଟ

Published By : Prameya-News7 Bureau | October 11, 2020 IST

ଗୁଆହାଟୀ ୧୧/୧୦ : ଦୁର୍ଗା ପୂଜା ପୂର୍ବରୁ ଆସାମର ପ୍ରସିଦ୍ଧ ଗୁଆହାଟୀ ସ୍ଥିତ ମା' କାମାକ୍ଷା ମନ୍ଦିର ରବିବାର ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି। ରବିବାର ଠାରୁ ଭକ୍ତ ମନ୍ଦିର ପରିକ୍ରମା କରିପାରିବେ। କିନ୍ତୁ ମନ୍ଦିର ଆନ୍ତରିକ ଗର୍ଭ ଗ୍ରହ ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି। ମନ୍ଦିର ପ୍ରଶାସନ କହିଛନ୍ତି ଯେ ସ୍ଥାନୀୟ ପ୍ରଶାସନ ସହ ବିଚାର ବିମର୍ଷ ପରେ ଏହି ନିଷ୍ପତ୍ତି ନିଆଯାଇଛି।

{"id":342514,"sizeSlug":"large"}

କରୋନା ସଂକ୍ରମଣ ଯୋଗୁଁ ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ସାରା ଦେଶର ଧାର୍ମିକ ସ୍ଥଳ, ମନ୍ଦିର ସହ ମା' କାମାକ୍ଷା ମନ୍ଦିର ମଧ୍ୟ ବନ୍ଦ ରହିଥିଲା। ରବିବାର ଦିନ କାମାକ୍ଷା ମନ୍ଦିର ଖୋଲାଯାଇଛି। କିନ୍ତୁ କରୋନା ସଂକ୍ରମଣର ପ୍ରସାର ରୋକିବାକୁ ମନ୍ଦିରରେ ପ୍ରବେଶ କରିବାକୁ ଭକ୍ତଙ୍କୁ କୋଭିଡ ଗାଇଡଲାଇନ ପାଳନ କରିବାକୁ ହେବ।

ସୂଚନା ଅନୁଯାୟୀ, ଦେବାଳୟ କମ୍ପ୍ଲେକ୍ସର ଗେଟ ସାଧାରଣ ଦିନରେ ସକାଳ ୮ଟାରୁ ସୂର୍ଯ୍ୟାସ୍ତ ଯାଏଁ ଭକ୍ତଙ୍କ ପାଇଁ ଖୋଲା ରହିବ। ଦୁର୍ଗା ପୂଜା ସମୟରେ ମନ୍ଦିର ଦର୍ଶନ ସମୟ ପରିବର୍ତ୍ତନ ହୋଇପାରେ। ତେବେ ମା' କାମାକ୍ଷା ମନ୍ଦିର ଖୋଲିଛି ନିଶ୍ଚୟ କିନ୍ତୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ପ୍ରଥମେ କରୋନା ଟେଷ୍ଟ କରାଇବାକୁ ହେବ। କରୋନା ଟେଷ୍ଟ ସମସ୍ତଙ୍କ ପାଇଁ ଅନିବାର୍ଯ୍ୟ। ଯେଉଁମାନଙ୍କ ପାଖରେ ତିନି ଦିନ ଅବଧିର କରୋନା ରିପୋର୍ଟ ଅଛି ସେମାନଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ।

{"id":342522,"sizeSlug":"large"}

ଅନ୍ୟମାନଙ୍କ ପାଇଁ ମନ୍ଦିରର ପ୍ରବେଶ ପଥରେ ଆସାମ ସ୍ୱାସ୍ଥ୍ୟ ବିଭାଗ ତରଫରୁ ରାପିଡ଼ ଆଣ୍ଟିଜେନ ଟେଷ୍ଟ ପାଇଁ କ୍ୟାମ୍ପ ଲଗାଯିବ। ଏହାସହ ମନ୍ଦିର ଆସୁଥିବା ଭକ୍ତଙ୍କ ଥର୍ମାଲ ସ୍କ୍ରିନିଙ୍ଗ ହେବ ଏବଂ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ଅନିବାର୍ଯ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.