ଆସାମରେ କରୋନା ଆକ୍ରାନ୍ତଙ୍କ ଲାଗି ଡଙ୍ଗାରେ ବୁଲି ପ୍ଲାଜମା ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ !

Published By : Prameya-News7 Bureau | July 27, 2020 IST

ଗୌହାଟୀ ୨୭।୭:  ଗୁରୁତର ବନ୍ୟା ପ୍ରଭାବିତ ଆସାମାରେ କୋଭିଡ-୧୯ ମାମଲା କିପରି ପାରିଚାଳନା କରାଯାଉଛି ତାହା ଜାଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବେ। ଜନୈକ ଗୁରୁତର ରୋଗୀଙ୍କ ଲାଗି ପ୍ଲାଜମା ଆବଶ୍ୟକ ପଡିବାରୁ କିଛି ସପ୍ତାହ ପୂର୍ବରୁ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଥିବା ଅନ୍ୟ ଜଣେ କୋଭିଡ ଆକ୍ରାନ୍ତଙ୍କୁ ଆଣିବା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରାଳୟ  ତାଙ୍କ ଘରକୁ ଡଙ୍ଗା ପଠାଇଥିଲେ ବୋଲି ଜଣାପଡିଛି।

{"id":306277,"sizeSlug":"large"}

ବନ୍ୟାରେ ଆସାମ ଏବେ ଜଳାର୍ଣ୍ଣବ ହୋଇପଡିଥିବା ବେଳେ କରୋନା ମହାମାରୀ ବିତ୍ପାତ ରଚିଛି। ଏଥିରେ ଗୁରୁତର ରୋଗୀଙ୍କ ଲାଗି ପ୍ଲାଜମା ଯୋଗାଡ କରିବା ଏକ ପ୍ରକାର ଦୁରୁହ ବ୍ୟାପାର ସାବ୍ୟସ୍ତ ହେଉଥିଲେ ବି ଲୋକଙ୍କ ଜୀବନ ବଞ୍ଚାଇବାକୁ ସ୍ୱାସ୍ଥ୍ୟ ବିଭାଗ କେଉଁଥିରେ ବି ଅବହେଳା ହେବାକୁ ଦେଉ ନାହାନ୍ତି। ବନ୍ୟା ଯୋଗୁ ରାସ୍ତାଘାଟ ବୁଡି ରହିଥିବାରୁ ପ୍ଲାଜମା ଦାତାଙ୍କୁ ଅଣାଇବା ଲାଗି ଡଙ୍ଗା ପଠାଇ ଓ ପଦରେ ଚଲାଇ ହସ୍ପିଟାଲ ଆଣିବାକୁ ସରକାର ବାଧ୍ୟ ହେଉଛନ୍ତି। 

{"id":306278,"width":578,"height":402,"sizeSlug":"large"}

ରାଜ୍ୟରେ ଉପୁଜିଥିବା ପରିସ୍ଥିତିରେ ଆସାମ ସ୍ୱାସ୍ଥ୍ୟ ବିଭାଗ ଏପରି ପରିସ୍ଥିତିରେ ସହାୟତା କରୁଥିବା ଲୋକଙ୍କ ଲାଗି ବିଭିନ୍ନ ଯୋଜନା ମଧ୍ୟ ଘୋଷଣା କରିଛନ୍ତି। ଯେଉଁଥିରେ ସ୍ୱେଚ୍ଛାକୃତ ପ୍ଲାଜମାଦାତାଙ୍କ ଲାଗି ସରକାରୀ ଚାକିରୀରେ ଅଧିକ ନମ୍ବର ପ୍ରଦାନର ବ୍ୟବସ୍ଥା କରିଥିବା ବେଳେ ରାଜ୍ୟ ବାହାରର ଦାତା ହୋଇଥିଲେ ସରକାର ତାଙ୍କର ଜାତାୟାତ ଓ ରହଣୀ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି।

{"id":306279,"width":579,"height":433,"sizeSlug":"large"}

ଦେଶର ଗରିବ ରାଜ୍ୟଙ୍କ ମଧ୍ୟରେ ଆସାମ ଅନ୍ୟତମ। ରାଜ୍ୟରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଔଷଧ ଅଭାବ ମଧ୍ୟ ଏବେ ଆଉ ଏକ ସମସ୍ୟା ହୋଇ ଉଭା ହୋଇଛି। ରେମଡେସିଭିର ଓ ଟୋସିଲି ଜୁମାବ ଭଳି ଔଷଧର ଷ୍ଟକ ନଥିବାରୁ ରୋଗୀଙ୍କ ସ୍ୱାସ୍ଥ୍ୟ ସେବାରେ ବାଧା ଉପୁଜୁଥିବାର ମଧ୍ୟ ଜଣାପଡିଛି। ଏଥିରେ ଆସାମରେ ଜନୈକ ‘ଓ’  ବ୍ଲଡଗ୍ରୁପର କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କଲାଗି ପ୍ଲାଜମାର ଆବଶ୍ୟକତା ପଡିଥିଲା ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା କହିଛନ୍ତି। ଏଣୁ ଏହି ବ୍ଲଡ ଗ୍ରୁପର ପ୍ଲାଜମା ଦାତା ରାଜି ହେବାକୁ ତାଙ୍କୁ ଅଣାଇବା ଲାଗି ଡଙ୍ଗା ପଠାଇବାକୁ ପଡିଥିଲା ବୋଲି ସେ କହିଛନ୍ତି।

{"id":306280,"width":579,"height":386,"sizeSlug":"large"}

ଆସାମ ବନ୍ୟାରେ ଏପର୍ଯ୍ୟନ୍ତ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୩ଲକ୍ଷ  ଲୋକେ ପ୍ରଭାବିତ ହୋଇଛନ୍ତି। ଏଥିରେ କରୋନା ଭାଇରସ ମହାମାରୀ ଏବେ ରାଜ୍ୟ ଲାଗି ବେଡି ଉପରେ କୋରଡା ଭଳି ହୋଇଥିଲା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଗୋଟିଏ ପଟେ ବନ୍ୟା ଲକ୍ଷ ଲକ୍ଷ ଲୋକଙ୍କ ଘର ଉଜାଡି ଦେଇଥିବା ବେଳେ ରାଜ୍ୟରେ ଏପର୍ଯ୍ୟନ୍ତ ୩୨ ହଜାର ଲୋକେ କରୋନା ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.