Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦ୍ୱାଦଶ ବୋର୍ଡରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ଛାତ୍ରୀଙ୍କୁ ସ୍କୁଟି ଦେବେ ସରକାର: ବଣ୍ଟାଯିବ ୨୨ ହଜାର ସ୍କୁଟି

20/08/2020 at 4:59 PM

ଗୁଆହାଟୀ ୨୦/୦୮ : ଆସାମ ସରକାର ରାଜ୍ୟର ଛାତ୍ରୀମାନଙ୍କୁ ସ୍କୁଟି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି | ଯେଉଁ ଛାତ୍ରୀମାନେ  ଦ୍ୱାଦଶ ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ ହୋଇଛନ୍ତି ସେମାନଙ୍କୁ ସ୍କୁଟି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଆସାମ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାୟ ୨୨ ହଜାର ଛାତ୍ରୀଙ୍କୁ ସ୍କୁଟି ବଣ୍ଟନ କରାଯିବ। ମଙ୍ଗଳବାର ରାଜ୍ୟର ଶିକ୍ଷା ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ‘ପ୍ରଜ୍ଞା ଭାରତୀ’ ଯୋଜନା ଅଧୀନରେ ଏହି ନିଷ୍ପତ୍ତି ନିଆଯାଇଛି |

ରାଜ୍ୟ ବୋର୍ଡ ଛାତ୍ରମାନଙ୍କ ପାଇଁ ସରକାରୀ କଲେଜରେ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ କରିବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଇଲେକ୍ଟ୍ରିକ୍ ସ୍କୁଟି ପାଇଁ ଆବେଦନ କରିବାକୁ ସରକାର ଛାତ୍ରୀମାନଙ୍କ ପାଇଁ ଆବେଦନ ବ୍ୟବସ୍ଥା କରିଛନ୍ତି। ପ୍ରତି ସ୍କୁଟି ପିଛା ବଜେଟ୍ ୫୦ ହଜାରରୁ ୫୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।

NDTV ରିପୋର୍ଟ ଅନୁଯାୟୀ, ୨୦୨୦ ଅକ୍ଟୋବର ୧୫ ତାରିଖ ସୁଦ୍ଧା ସ୍କୁଟି ବଣ୍ଟନ କାର୍ଯ୍ୟ ଶେଷ ହେବ। ହିତାଧିକାରୀମାନେ ତିନି ବର୍ଷ ପୂର୍ବରୁ ସେମାନଙ୍କ ସ୍କୁଟି ବିକ୍ରି କରିପାରିବେ ନାହିଁ। ସରକାରୀ କଲେଜଗୁଡ଼ିକରେ ସିଟ ୨୫ ପ୍ରତିଶତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସିଟ ରାଜ୍ୟ ବୋର୍ଡର ଛାତ୍ରମାନଙ୍କ ପାଇଁ ସଂରକ୍ଷିତ ରହିବ।

୨୦୨୦ ଜୁନ ୨୫ ତାରିଖରେ ଆସାମ ଦ୍ୱାଦଶ ବୋର୍ଡ ଫଳାଫଳ ଘୋଷଣା କରାଯାଇଥିଲା। ଚଳିତ ବର୍ଷ ମୋଟ ୧ ଲକ୍ଷ ୬୮ ହଜାର ୩୬୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ | ପାସ୍ ହାର ୭୮.୨୮ ପ୍ରତିଶତ ରହିଥିଲା। ଚଳିତ ବର୍ଷ ପୁବାଲି ଡେକା, ଶ୍ରଦ୍ଧା ବୋଗୋହେନ୍  ୯୬.୨ ପ୍ରତିଶତ ରଖି ଟପ୍ପର ହୋଇଛନ୍ତି |

   Related Posts