ପର୍ଯ୍ୟଟକଙ୍କ ଲାଗି ୭ ମାସ ପରେ ଖୋଲିଲା କାଜିରଙ୍ଗା ଜାତୀୟ ଉଦ୍ୟାନ

Published By : Prameya-News7 Bureau | October 21, 2020 IST

ଗୌହାଟୀ ୨୧।୧୦: ଆସାମ ସରକାର ବୁଧବାର ପର୍ଯ୍ୟଟକଙ୍କ ଲାଗି କାଜିରଙ୍ଗା ଜାତୀୟ ଉଦ୍ୟାନକୁ ଉନ୍ମୁକ୍ତ କରିଛନ୍ତି। ୨୫ ମାର୍ଚ୍ଚ କରୋନା ଭାଇରସ ମହାମାରୀ ଲକଡାଉନ୍‌  ଘୋଷଣା ପରଠାରୁ ଜାତୀୟ ଉଦ୍ୟାନ ବନ୍ଦ ହୋଇଯାଇଥିଲା। ଦୀର୍ଘ ୭ ମାସ ପରେ ଉଦ୍ୟାନ ପୁଣି ପର୍ଯ୍ୟଟକଙ୍କ ଲାଗି ଖୋଲା ଯାଇଥିବା ବେଳେ ପୂର୍ବ ଭଳି ଘରୋଇ ପର୍ଯ୍ୟଟଙ୍କ ସମେତ ବିଦେଶୀ ପର୍ଯ୍ୟଟକ ମଧ୍ୟ ଉଦ୍ୟାନ ବୁଲିବାର ମଜା ନେଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି।

{"id":348501,"width":578,"height":422,"sizeSlug":"large"}

ଇତିହାସରେ ସବୁଠୁ ଦୀର୍ଘାବଧି ବନ୍ଦ
କାଜିରଙ୍ଗା ଜାତୀୟ ଉଦ୍ୟାନ ଦୀର୍ଘ ବର୍ଷରୁ ଦେଶ ତଥା ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଶିତ କରିଆସିଛି। ଏଠାକାର ନୈଶର୍ଗିକ ପ୍ରକୃତିକ ଦୃଶ୍ୟ ସାଙ୍ଗକୁ ପଶୁପକ୍ଷୀ ସର୍ବଦା ଲୋକଙ୍କ ଆକର୍ଷଣର କେନ୍ଦ୍ର ହୋଇ ରହିଛନ୍ତି। ପ୍ରତିବର୍ଷ ବର୍ଷା ଋତୁ ଆସିଲେ ଜଙ୍ଗଲୀ ରାସ୍ତାଘାଟ ଧୋଇଯିବା କାରଣରୁ ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ଲାଗି ସାମୟୀକ ବନ୍ଦ  ଘୋଷଣା କରାଯାଏ। ହେଲେ ୨୦୨୦ ମସିହା ପର୍ଯ୍ୟଟନ ଋତୁରେ ହିଁ କୋଭିଡ-୧୯ ଲାଗି ଜାତୀୟ ଉଦ୍ୟାନ ବନ୍ଦ ହୋଇଯାଇଥିଲା। ଦୀର୍ଘ ୭ ମାସ ବନ୍ଦ ରହିବା ପରେ ରାଜ୍ୟ ସରକାର କେନ୍ଦ୍ର ଗୃହମନ୍ତ୍ରାଳୟଙ୍କ ଏସଓପି ଅନୁସାରେ ରାଷ୍ଟ୍ରୀୟ ଉଦ୍ୟାନକୁ ଖୋଲିଛନ୍ତି। ଯାହା ଜାତୀୟ ଉଦ୍ୟାନ ଇତିହାସରେ ଏପର୍ଯ୍ୟନ୍ତ ଦୀର୍ଘାବଧି ବନ୍ଦ ବୋଲି କୁହାଯାଉଛି।

{"id":348502,"sizeSlug":"large"}

ଆସାମ ଚଳିତବର୍ଷ ଦୋହରା ବିତ୍ପାତର ସମ୍ମୁଖୀନ ହୋଇଛି। କୋଭିଡ-୧୯ ସାଙ୍ଗକୁ ରାଜ୍ୟରେ ଭୀଷଣ ବନ୍ୟା ଦେଖାଯାଇଥିଲା। କାଜିରଙ୍ଗା ଜାତୀୟ ଉଦ୍ୟାନରେ ୪ଟି ରେଞ୍ଜ ରହିଛି। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ପର୍ଯ୍ୟଟକଙ୍କ ଲାଗି ୨ଟିକୁ ଖୋଲାଯାଇଥିବା ଉଦ୍ୟାନ ନିର୍ଦ୍ଦେଶକ ପି.ଶିବ କୁମାର କହିଛନ୍ତି। ୪୩୦ ବର୍ଗ କିଲୋମିଟର ଦୀର୍ଘ କାଜିରଙ୍ଗା ଜାତୀୟ ଉଦ୍ୟାନ ଏକ ସିଙ୍ଗିଆ ଗଣ୍ଡା ଲାଗି ପ୍ରଶିଦ୍ଧ। ଏହା ଛଡା ବନାଞ୍ଚଳରେ ବାଘ ଓ ଅନ୍ୟ ଜଙ୍ଗଲୀ ପ୍ରାଣୀ, ସରିସୃପ ମଧ୍ୟ ଦେଖାଯାଆନ୍ତି। ଦେଶର ଏହା ଏକ ପ୍ରମୁଖ ବନ ପର୍ଯ୍ୟଟନସ୍ଥଳ।

{"id":348503,"sizeSlug":"large"}

୧୯୦୮ ମସିହାରେ ତତ୍କାଳୀନ ବ୍ରିଟିଶ ସରକାର କାଜିରଙ୍ଗାକୁ ସଂରକ୍ଷିତ ବନାଞ୍ଚଳ ଘୋଷଣା କରିଥିଲେ। ୧୯୬୮ ମସିହାରେ ଆସାମ ରାଜ୍ୟ ସରକାର ଆସାମ ନ୍ୟାସନାଲ ପାର୍କ ଆକ୍ଟ ଲାଗୁ କରିଥିଲେ। ୟୁନେସ୍କୋ  ୧୯୮୫ ମସିହାରେ କାଜିରଙ୍ଗାକୁ ବିଶ୍ୱ ଐତିହ୍ୟ ଘୋଷଣା କରିଛନ୍ତି। ୨୦୦୭ ମସିହାରୁ ରାଜ୍ୟ ସରାକର ଏହାକୁ ବାଘ ସଂରକ୍ଷଣ ମଧ୍ୟ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.