ବନ୍ୟାରେ ହାହାକାର ଆସାମ: ୨୫ ଲକ୍ଷରୁ ଅଧିକ ଲୋକ ପ୍ରବାହିତ, ଗଲାଣି ୮୪ ଜଣଙ୍କ ଜୀବନ, ସହାୟତାର ଭରସା ଦେଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | July 19, 2020 IST

ଗୌହାଟୀ ୧୯।୦୭: ଆସାମରେ ଆଉ ପାଞ୍ଚ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୮୪କୁ ବୃଦ୍ଧି ଘଟିଛି। ଅନ୍ୟପଟେ ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ କାରଣରୁ ମୃତକଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି। ଆସାମର ୩୩ ଜିଲ୍ଲା ମଧ୍ୟରୁ ୨୩ ଜିଲ୍ଲାର ୨୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମରେ ବନ୍ୟା ଯୋଗୁଁ ଉପୁଜିଥିବା ସ୍ଥିତିର ମୁକାବିଲା ପାଇଁ ରାଜ୍ୟକୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବାକୁ ଆଶ୍ଵାସନା ଦେଇଛନ୍ତି।

{"id":302812,"sizeSlug":"large"}

ପ୍ରଧାନମନ୍ତ୍ରୀ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସନଓ୍ଵାଲଙ୍କୁ ଫୋନ କରି ବନ୍ୟା ସମ୍ବନ୍ଧିତ ଅବସ୍ଥା ବିଷୟରେ ଆଲୋଚନା କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ କରୋନା ସମ୍ବନ୍ଧିତ ସ୍ଥିତି ଏବଂ ତିନସୁକିଆ ଜିଲ୍ଲାରେ ଓଏଲ ଇଣ୍ଡିଆର ବାଗଜାନ ଗ୍ୟାସ୍‌ କୂଅରେ ନିଆଁ ଲିଭା ପ୍ରୟାସ ବିଷୟରେ ମଧ୍ୟ ପଚାରି ବୁଝିଛନ୍ତି। ପ୍ରଧାନମନ୍ତ୍ରୀ ରାଜ୍ୟର ବର୍ତ୍ତମାନ ସ୍ଥିତି ପ୍ରତି ଚିନ୍ତା ପ୍ରକଟ କରିବା ସହିତ ଲୋକଙ୍କୁ ଏକଜୁଟ ରହିବାକୁ କହିଛନ୍ତି। ରାଜ୍ୟକୁ ଯଥା ସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି ଭରସା ଦେଇଛନ୍ତି।

{"id":302813,"sizeSlug":"large"}

ମୁଖ୍ୟମନ୍ତ୍ରୀ  କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି, ସୋନଓ୍ଵାଲ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାର ମୁକାବିଲା ପାଇଁ ଏ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଆସାମରେ ଚଳିତ ବର୍ଷ ବନ୍ୟା ଓ ଭୂସ୍ଖଳନରେ ୧୧୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଏଥିରୁ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୮୪ ଏବଂ ଭୂସ୍ଖଳନ କାରଣରୁ ୨୬ ଜଣଙ୍କ ମୃତ୍ୟୁ ଘଟିଛି। ଆସାମରେ ୩୩ ଜିଲ୍ଲା ମଧ୍ୟରୁ ୨୪  ଜିଲ୍ଲାରେ ବନ୍ୟା ଯୋଗୁଁ ୨୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଅନେକ ଘର, ଫସଲ,ସଡକ ଏବଂ ପୋଲ ଧୋଇ ହୋଇ ଯାଇଛି।

{"id":302814,"sizeSlug":"large"}

ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ଵାଲ ରବିବାର ମୋରିଗାଓଁ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ  ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.