Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଆସାମରେ ସଂକ୍ରମଣକୁ ବ୍ରେକ୍ ଦେବାକୁ ମାଷ୍ଟରପ୍ଲାନ୍ : ୧୫ ଯାଏଁ ବଢିଲା ପ୍ରତିବନ୍ଧକ

5/06/2021 at 8:03 AM

ଆସାମ୦୫/୦୬: ଆସାମରେ ବଢୁଥିବା କୋଭିଡ ସଂକ୍ରମଣକୁ ରୋକିବାକୁ ସରକାର ନେଇଛନ୍ତି ନିଷ୍ପତ୍ତି । ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଜୁନ୍ ୧୫ ଯାଏଁ କଟକଣାକୁ ବଢାଇବାକୁ ନିଷ୍ପତ୍ତି ହୋଇଛି । କର୍ଫ୍ୟୁରେ ୧ ଘଣ୍ଟା କୋହଳ କରାଯାଇଛି । ତ୍ରିପୁରାରେ କର୍ଫ୍ୟୁ ୧୦ ଜୁନ୍ ଯାଏଁ ବଢାଯାଇଛି । ଆସାମର ମୁଖ୍ୟ ଶାଶନ ସଚିବ ଜିସ୍ନୁ ବରୁଆ କଟକଣା ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଇ କଟକଣା ଆସନ୍ତା ଶନିବାର ପର୍ଯ୍ୟନ୍ତ ବଳବତ୍ତର ରହିବ । ପୂର୍ବରୁ କର୍ଫ୍ୟୁ ଦିନ ୧୨ଟାରୁ ସକାଳ ୫ ଯାଏଁ ଥିଲା । ଏବେ ୧ ଘଣ୍ଟା କୋହଳ କରାଯଇ ଏହାକୁ ଦିନ ୧ଟାରେ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ପୂର୍ବଭଳି ଆଗରୁ ଯେଉଁ ପ୍ରତିବନ୍ଧକ ସବୁ ଲାଗୁଥିଲା ସେ ସବୁ ଚାଲୁରହିବ । ସମସ୍ତ ଦୋକାନ ଏବଂ ନିର୍ଦ୍ଦିଷ୍ଟ ବ୍ୟବସାୟୀକ ପ୍ରତିଷ୍ଠାନ ଦିନ ୧୨ ଟା ପରେ ବନ୍ଦ ହେବ । ଆନ୍ତଃଜିଲ୍ଲା ପରିବାହନ ସେବି ବନ୍ଦ ରହିବ ।

ଆସାମରେ ଏବେ କୋଭିଡ ମାମଲା ୪,୨୮,୯୧୩ ସଂକ୍ରମଣ ସହ ୩୫୭୭ ଜଣଙ୍କ ଜୀବନ ନେଇଛି ମହାମାରୀ । ସେହିପରି ତ୍ରିପୁର, ଅଗରତାଲାରେ ପ୍ରଶାସନ ପକ୍ଷରୁ ୧୦ ଜୁନ୍ ଯାଏଁ କର୍ଫ୍ୟୁ ଜାରି ରହିବ । ଆଗରୁ ଏହି କଟକଣା ଜୁନ୍ ୬ ଅର୍ଥା ଆସନ୍ତା କାଲି ସରିବାର ଥିଲା ।

   Related Posts