ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ୨ ମାସ ପୂର୍ବେ ହୋଇଥିଲେ କରୋନା ଆକ୍ରାନ୍ତ

Published By : Prameya-News7 Bureau | November 21, 2020 IST

ଗୌହାଟୀ ୨୧।୧୧: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା ଶନିବାର ଗୁରୁତର ହୋଇପଡିଛି। ତାଙ୍କୁ ଗୌହାଟୀ ମେଡିକାଲ କଲେଜ ଓ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି। ତାଙ୍କୁ ଏବେ ମେକାନିକାଲ ଭେଣ୍ଟିଲେଟରରେ ରଖାଯାଇଥିବା ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡା.ଅଭିଜିତ ଶର୍ମା କହିଛନ୍ତି।

{"id":365596,"sizeSlug":"large"}

ସନ୍ଧ୍ୟାରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ପ୍ରଥମେ ଇନୋଟ୍ରୋପିକ ସପୋର୍ଟରେ ରଖାଯାଇଥିଲା। ହେଲେ ତାହା ଯଥେଷ୍ଟ ନ ହେବାରୁ ତାଙ୍କୁ ମେକାନିକାଲ ଭେଣ୍ଟିଲେଟରକୁ ସ୍ଥାନାନ୍ତରଣ କରିବାକୁ ପଡିଥିଲା। ୮୬ ବର୍ଷ ବୟସ୍କ ଗୋଗୋଇ  ୨ ମାସ ପୂର୍ବେ କୋଭିଡ ଚିହ୍ନଟ ହୋଇଥିଲେ।  ତେବେ ଗତ ୨ ତାରିଖ ଦିନ ସେ ଅସହଜ ଅନୁଭବ କରିବାରୁ ତାଙ୍କୁ ଗୌହାଟୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 

{"id":365597,"width":576,"height":338,"sizeSlug":"large"}

ଶନିବାର ମଧ୍ୟାହ୍ନରେ ସେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏଣୁ ଡାକ୍ତରମାନେ ତାଙ୍କୁ ତୁରନ୍ତ ଇନୋଟ୍ରୋପିକ ସପୋର୍ଟକୁ ନେଇଥିଲେ। ଏବେ ଗୋଗୋଇ ସମ୍ପୂର୍ଣ୍ଣ ଅଚେତ ଅଛନ୍ତି ଓ ତାଙ୍କ ଶରୀରର କେତେକ ଅଙ୍ଗ ଅଚଳ ହୋଇଯାଇଥିବାର ଡାକ୍ତର ଆଶଙ୍କା କରୁଛନ୍ତି। ଔଷଧ ଏବଂ ଅନ୍ୟ ଉପାୟରେ ତାଙ୍କର ଅଙ୍ଗଗୁଡିକୁ ପୁଣି ସଚଳ କରିବାକୁ ଡାକ୍ତର ଉଦ୍ୟମ ଜାରି ରଖିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଗୋଗୋଇ ୩ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଅବସ୍ଥାପିତ ଥିଲେ। କରୋନା ସଂକ୍ରମଣରୁ ମୁକ୍ତ ହେବା ପରେ ତାଙ୍କୁ ଗତ ଅକ୍ଟୋବର ୨୫ ତାରିଖରେ ହସ୍ପିଟାଲରୁ ଛୁଟି ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.