ଆସାମ ନିର୍ବାଚନ : କଂଗ୍ରେସର ୪୦ ଜଣିଆ ପ୍ରାର୍ଥୀ ତାଲିକାରେ ଅଧା ନୂଆ ମୁହଁ, ଟିଟାପୁର ସିଟ୍ ଉପରେ ସମସ୍ତଙ୍କ ନଜର

Published By : Prameya-News7 Bureau | March 07, 2021 IST

ଗୌହାଟୀ ୦୭/୦୩ : ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ୪୦ ଜଣଙ୍କ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ଘୋଷଣା ହୋଇଥିବା ୪୦ ଜଣିଆ ପ୍ରାର୍ଥୀ ତାଲିକା ମଧ୍ୟରୁ ଅର୍ଦ୍ଧାଧିକ ନୂଆ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇଛି ଦଳ । ମାର୍ଚ୍ଚ ୨୭ ତାରିଖରେ ଆସାମରେ ପ୍ରଥମ ପର୍ଯ୍ୟାୟରେ ୪୭ଟଇ ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୪୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରଛି କଂଗ୍ରେସ ।

ବିଜେପିର ନଜର ରହିଛି ଗୁରୁତ୍ବପୂର୍ଣ୍ଣ ଟିଟାବୋର ସିଟ୍‌ ଉପରେ ରହିଛି । ସେପଟେ ଏହି ସିଟ୍‌କୁ ପ୍ରତିଥର ଭଳି ପୁଣି ବିଜୟ ହାସଲ କରିବା ଲକ୍ଷ୍ୟରେ ଅଛି କଂଗ୍ରେସ । କାରଣ ଆସାମରେ ୩ ଥର ମୁଖ୍ୟମନ୍ତ୍ରୀ ରହିସାରିଥିବା ତରୁଣ ଗୋଗୋଇ ଏହି ସିଟ୍‌ରୁ ବିଧାୟକ ଥିଲେ । ଗତବର୍ଷ ନଭେମ୍ବର ୨୩ ତାରିଖରେ କୋଭିଡ୍‌ ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିଲା ।

ଟିଟାବର ଛଡା ତିନସୁକିୟା, ଡକୁଆଖାନା, ବିହାଲୀ, ଢିଙ୍ଗ ଏବଂ ବୋକାଖତ ଭଳି ଗୁରୁତ୍ବପୂର୍ଣ୍ଣ ଆସନରେ ପ୍ରାର୍ଥୀ ଘୋଷଣା କରାଯାଇନାହିଁ । ତେବେ ଏହି ସବୁ ସିଟଗୁଡିକରେ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା ହେବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାଜ୍ୟର କିଛି ସିଟ୍‌ ସହଯୋଗୀ ଦଳମାନଙ୍କୁ ମଧ୍ୟ ଦିଆଯିବ ବୋଲି କଂଗ୍ରେସ ସୂଚନା ଦେଇଛି ।

କିଛି ଦିନ ତଳେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ରାମ ପ୍ରସାଦ ଶର୍ମା ବରସୋଲା ଆସନରୁ ପ୍ରାର୍ଥୀ କରିଛି କଂଗ୍ରେସ । ଆସାମରେ କଂଗ୍ରେସ ମହାମେଣ୍ଟ ସହିତ AIUDF, BPF, ମାକପା, ଭାକପା ଏବଂ ଆଞ୍ଚଳିକ ଗଣ ମୋର୍ଚ୍ଚା ସାମିଲ ଅଛନ୍ତି । ଆସାମର ମୋଟ ୧୨୬ ବିଧାନସଭା ଆସନ ପାଇଁ ମାର୍ଚ୍ଚ ୨୭ ତାରିଖରେ ପ୍ରଥମ ପର୍ଯ୍ୟାୟ ଏବଂ ଏପ୍ରିଲ ୬ ତାରିଖରେ ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.