ଆସାମର ମହିଳା ଡାକ୍ତର କୋରନାର ୨ଟି ଭାରିଏଣ୍ଟରେ ଆକ୍ରାନ୍ତ, ନିର୍ଦ୍ଧିଷ୍ଟ ସମୟରେ ନେଇଥିଲେ ୨ ଡୋଜ୍ ଟିକା

Published By : Prameya-News7 Bureau | July 21, 2021 IST

ଦିବ୍ରୁଗଡ ୨୧।୭: ଆସାମର ଦିବ୍ରୁଗଡ଼ରେ ଜନୈକ ମହିଳା ଡାକ୍ତର କରୋନାର ୨ଟି ପ୍ରକାର ଡେଲ୍ଟା ଓ ଆଲଫାରେ ଆକ୍ରାନ୍ତ ହୋଇଛନ୍ତି। ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ଦିବ୍ରୁଗଡର ବରିଷ୍ଠ ବୈଜ୍ଞାନିକ ଡା.ବି.ଜେ ବୋରକାକୋଟି ଏହି ସୂଚନା ଦେଇଛନ୍ତି। ତେବେ ସବୁଠାରୁ ଯାହା ବଡ଼ କଥା ତାହା ହେଉଛି ମହିଳା ଡାକ୍ତର ନିୟମିତ ସମୟ ବ୍ୟବଧାନରେ କରୋନା ନିରୋଧୀ ଟିକାର ୨ଟି ଜାକ ଡୋଜ ନେଇସାରିଥିଲେ।

ତେବେ ଡା.ବୋରକାକୋଟି କହିଛନ୍ତି ଯେ ଏପରି ଡବଲ ସଂକ୍ରମଣ କୌଣସି ମୋନୋ ସଂକ୍ରମଣ ସହ ସମାନ। ଏପରି ନୁହେଁ କି କେହି ଦୋହରା ସଂକ୍ରମଣର ଶିକାର ହେଲେ ଅସୁସ୍ଥ ଗୁରୁତର ହୋଇପଡିବେ। ଆମେ ଏହି ମାମଲା ଉପରେ ଗତ ୧ ମାସ ହେଲା ନଜର ରଖି ରହିଛୁ। ସଂକ୍ରମିତ ବିଲକୁଲ ସୁସ୍ଥ ଅଛନ୍ତି ତାଙ୍କଠାରେ ଚିନ୍ତାଜନକ କିଛି ଲକ୍ଷଣ ଏପର୍ଯ୍ୟନ୍ତ ଦେଖାଯାଇ ନାହିଁ ବୋଲି ସେ କହିଛନ୍ତି।

{"id":483859,"sizeSlug":"large","linkDestination":"none"}

ତେବେ କେବଳ ଭାରତରେ ନୁହେଁ ଅତୀତରେ ବ୍ରିଟେନ, ବ୍ରାଜିଲ ଓ ପର୍ତ୍ତୃଗାଲରେ ମଧ୍ୟ ଏପରି ସଂକ୍ରମଣର ମାମଲା ମିଳିଛି। ଏପରି ସଂକ୍ରମଣ ସେତେବେଳେ ହୋଇଥାଏ ଯେତେବେଳେ କୌଣସି ବ୍ୟକ୍ତିଙ୍କୁ ଏକ ସାଙ୍ଗରେ ଅଥବା ଖୁବ୍ କମ ବ୍ୟଧାନରେ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୁଅନ୍ତି। କେହି ସଂକ୍ରମିତ ହେଲେ ଆଣ୍ଟିବଡି ତିଆରି ଲାଗି ଶରୀରକୁ ୨ରୁ ୩ ଦିନ ସମୟ ଲାଗିଥାଏ। ଏହି ସମୟ ମଧ୍ୟରେ କେହି ପୁଣି ଥରେ ମଧ୍ୟ ସଂକ୍ରମିତ ହୋଇପାରନ୍ତି ବୋଲି ସେ କହିଛନ୍ତି।

ଏଥିରେ ମହିଳା ଡାକ୍ତରଙ୍କ ସ୍ୱାମୀ ଆଲଫା ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିଲେ। ଏଣୁ ଏପରି ସ୍ଥଳେ କେହି ଦୋହରା ସଂକ୍ରମଣର ଶିକାର ହେବା ସାଧାରଣ କଥା ବୋଲି ଦିଲ୍ଲୀ ସିଏସଆଇଆର-ଆଇଜିବିଆଇଙ୍କ ନିର୍ଦ୍ଦେଶକ ଡା. ଅନୁରାଗ ଅଗରୱାଲ କହିଛନ୍ତି। ଗତ ଫେବୃଆରୀ- ମାର୍ଚ୍ଚ ମାସରେ ଆସାମାରେ ଆଲଫା ଭାରିଏଣ୍ଟର ସଂକ୍ରମଣ ହେଉଥିଲା। ତେବେ ଏପ୍ରିଲରେ ବିଧାନସଭା ନିର୍ବାଚନ ପରେ ପରେ ରାଜ୍ୟରେ  ଡେଲ୍ଟା ଭାରିଏଣ୍ଟର ସଂକ୍ରମଣ ଆରମ୍ଭ ହୋଇଯାଇଥିଲା। ସେବେଠାରୁ ପୂର୍ବୋତ୍ତରରେ କରୋନା ଭାଇରସ ମହାମାରୀର ସଂକ୍ରମଣ ହାର ବଢିକି ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.