Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମୋଦି ସରକାରଙ୍କ ପୂର୍ବତ୍ତନ ମନ୍ତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ କୋର୍ଟଙ୍କ ନୋଟିସ

27/12/2018 at 11:42 AM

ଦିଲ୍ଲୀ ୨୭/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ମନ୍ତ୍ରୀ ମଣ୍ଡଳର ରେଳବାଇ ମନ୍ତ୍ରୀ ରାଜେନ ଗୋହାନଙ୍କ ଉପରେ ଜଣେ ୨୪ ବର୍ଷ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି | ମନ୍ତ୍ରୀ ରାଜେନ ଗୋହେନ ବିଜେପିର ଜଣେ ବରିଷ୍ଠ ନେତା | ୧୯୯୯ ମସିହା ଆସାମର ନୌଗାଙ୍ଗ ଲୋକସଭାରୁ ସେ ସାଂସଦ ଅଛନ୍ତି | ପେସାରେ ସେ ଜଣେ ବ୍ୟବସାୟୀ ଏବଂ ଆସାମରେ ତାଙ୍କର ଏକ ଚାହା ବଗିଚା ରହିଛି |


ତାଙ୍କ ବିରୋଧରେ ଅଦାଲତ ସମନ ଜାରି କରିଛନ୍ତି | ଏଥିସହ ୨୦୧୯ ମସିହା ଯୌନାରୀ ୮ ତାରିଖରେ କୋର୍ଟରେ ହାଜିରା ହେବ ପାଇଁ ନିର୍ଦେଶ ଦେଇଛନ୍ତି | ଜଣେ ବିବାହିତା ମହିଳା ଗତ ଅଗଷ୍ଟ ମାସରେ ମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ, ବିଶ୍ୱାସଘାତକତା ଏବଂ ଧମକ ଦେଉଥିବା ନେଇ ଏକ ମାମଲା ରୁଜ୍ଜୁ କରିଥିଲେ | ମନ୍ତ୍ରୀଙ୍କ ବିରୋଧରେ ଗତ ୨୮ ତାରିଖରେ ସମନ ଜାରି କରାଯାଇଥିଲା କିନ୍ତୁ ଏହାକୁ ଏବେ ସାର୍ବଜନିକ କରାଯାଇଛି |


ରେଳବାଇ ମନ୍ତ୍ରୀ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ତାଙ୍କ ଉପରେ ଲାଗିଥିବା ଦୁଷ୍କର୍ମ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ | ତାଙ୍କ ବିରୋଧରେ ରାଜନୈତିକ ଷଡଯନ୍ତ୍ର କରାଯାଉଥିବା ସେ କହିଛନ୍ତି | ଏପଟେ ସେ କହିଛନ୍ତି ଯେ, କୋର୍ଟ ଜାରି କରିଥିବା ସମନ ତାଙ୍କ ପାଖକୁ ପହଞ୍ଚିନାହିଁ |


ସେ ଆହୁରି କହିଛନ୍ତି ଯେ, ମହିଳା ୭/୮ ମାସ ପୂର୍ବରୁ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଛନ୍ତି | ଦୁଷ୍କର୍ମ ମହିଳାଙ୍କ ଘରେ ହୋଇଥିଲା | ସେତେବେଳେ ମହିଳାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ନଥିଲେ | ତେବେ ମନ୍ତ୍ରୀ କହିଛନ୍ତି ଯେ, ଏପରି କରିବା ପାଇଁ ମହିଳାଙ୍କୁ ନିଶ୍ଚୟ କିଏ ଉସୁକାଇ ଥିବେ | ପୀଡିତା ନିଜେ କୋର୍ଟ ଯାଇ ମାମଲା ଫେରେଇନେବା ପାଇଁ ଚାହୁଁଥିଲେ କିନ୍ତୁ ତାଙ୍କ ନିଷ୍ପତ୍ତିକୁ ସ୍ୱୀକାର କରାଯାଇନଥିଲା |


ରାଜନ ଗୋହାନ କହିଛନ୍ତି ଯେ, ନାଉଗାଁ ସଦର ଥାନା ଅଧିକାରୀ ଗତ ଅଗଷ୍ଟ ମାସରେ ମହିଳା ଥାନାରେ ମାମଲା ରୁଜ୍ଜୁ କରିଥିଲେ | କିନ୍ତୁ ମାମଲା ରୁଜ୍ଜୁ କରିବାର ଠିକ ଦୁଇ ଦିନ ପରେ ମାମଲା ଫେରେଇନେବା ପାଇଁ ଆବେଦନ କରିଥିଲେ | କିନ୍ତୁ ଏହା ସ୍ୱୀକାର କରାଯାଇନଥିଲା ବୋଲି ମନ୍ତ୍ରୀ କହିଛନ୍ତି |


ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ମନ୍ତ୍ରୀ ଗୋହେନ ଏବଂ ମହିଳା ପରସ୍ପରକୁ ବହୁତ ଆଗରୁ ଜାଣିଛନ୍ତି | ମନ୍ତ୍ରୀ ଅଧିକାଂଶ ସମୟରେ ମହିଳାଙ୍କ ଘରକୁ ଯିବା ଆସିବା କରିଥାନ୍ତି | ମନ୍ତ୍ରୀଙ୍କ ଓଏସଡି ସଂଜୀବ ଗୋସ୍ୱାମୀ ଦାବି କରିଛନ୍ତି ଯେ, ମହିଳା ଏବଂ ତାଙ୍କ ପରିବାରଙ୍କ ବିରୋଧରେ ମନ୍ତ୍ରୀ ମାମଲା ଦାଏର କରିଛନ୍ତି | ମହିଳା ଏବଂ ତାଙ୍କ ପରିବାର ମନ୍ତ୍ରୀଙ୍କୁ ବ୍ଲାକମେଲ କରୁଥିବା ନେଇ ସେ ଥାନାରେ ମାମଲା ଦାଏର କରିଥିଲେ |

   Related Posts