Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଆସାମରୁ କଂଗ୍ରେସକୁ ବଡ ଝଟକା : ଇସ୍ତଫା ଦେଲେ ବିଧାୟକ ରୂପଜ୍ୟୋତି କୁର୍ମୀ, ବିଜେପିରେ ଦେବେ ଯୋଗ

18/06/2021 at 2:19 PM

ନୂଆଦିଲ୍ଲୀ ୧୮।୬: ଆସାମରେ ଜିତିବାର ଦେଢ ମାସ ମଧ୍ୟରେ କଂଗ୍ରେସ ବିଧାୟକ ରୂପଜ୍ୟୋତି କୁର୍ମୀ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବ, ରାଜସ୍ଥାନରୁ ନେଇ ମୁମ୍ବାଇ ପର୍ଯ୍ୟନ୍ତ ଲାଗିରହିଥିବା ଆଭ୍ୟନ୍ତରୀଣ କଳହର ସମ୍ମୁଖୀନ ହେଉଥିବା କଂଗ୍ରେସକୁ ଆଉ ଝଟକା ଲାଗିଥିଲା ଯେତେବେଳେ ଆସାମ ବିଧାୟକ ରୂପଜ୍ୟୋତି କୁର୍ମୀ ଦଳର ହାଇକମାଣ୍ଡଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ଇସ୍ତଫା ଦେଇଛନ୍ତି । ସେ ଆସନ୍ତା ସପ୍ତାହରେ ବିଜେପିରେ ଯୋଗଦେବେ ।

ଜୋରହାଟ ଜିଲ୍ଲାର ମାରିୟାନି ଆସନରୁ ରୂପଜ୍ୟୋତି କୁର୍ମୀ ଲଗାତର ୪ର୍ଥ ଥର ପାଇଁ ବିଧାୟକ ଭାବେ ବିଜୟୀ ହୋଇଥିଲେ । ଜିତିବାର ଦେଢ ମାସ ପରେ ସେ ବାଚସ୍ପତି ବିଶ୍ବଜିତ ଦୈମାରିଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ କୁର୍ମୀଙ୍କ ସହ ଦୁଇ ବିଜେପି ବିଧାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପୀୟୁଷ ହଜାରିକା ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ସରମାଙ୍କ ରାଜନୈତିକ ସଚିବ ଜୟନ୍ତ ମଲା ବାରୁଆ ଉପସ୍ଥିତ ଥିଲେ । ଏହି ଦୁଇ ବିଧାୟକ ପୂର୍ବରୁ କଂଗ୍ରେସରେ ଥିଲେ ଏବଂ ୨୦୧୫ରେ ସରମାଙ୍କ ସହ ସାଫ୍ରନ୍ ପାର୍ଟିରେ ଯୋଗ ଦେଇଥିଲେ ।

ଇସ୍ତଫା ଦେବା ପରେ କୁର୍ମୀ କହିଛନ୍ତି ଯେ, ବିଧାନସଭାରେ ବିରୋଧୀଦଳ ନେତା ପଦବୀ ଦେବା ପାଇଁ ମୋତେ ଆଶ୍ବାସନା ଦିଆଯାଇଥିଲା । କିନ୍ତୁ ପରେ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ମୁଁ ଦଳର ରାଜ୍ୟ ସଭାପତି ପଦ ପାଇଁ ଆବେଦନ କରିଥିଲି, କିନ୍ତୁ ତାହା ମଧ୍ୟ ଗ୍ରହଣ କରାଯାଇ ନଥିଲା । ଦଳ ବିଧାନସଭାର ପବ୍ଲିକ ଆକାଉଣ୍ଟସ କମିଟି (ପିଏସି) ର ସଦସ୍ୟ ତାଲିକାରେ ମୋ ନାମ ଅନ୍ତର୍ଭୁକ୍ତ କରି ନାହିଁ । ଏଥିରୁ ଜଣାପଡୁଛି ଯେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ ଚାହାଁନ୍ତି ନାହିଁ ମୋ ଭଳି ନେତାମାନେ ଉପରକୁ ଉଠନ୍ତୁ ।

ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା ଯେଉଁ ପରିଶ୍ରମ ଏବଂ ନିଷ୍ଠା ସହ କାମ କରୁଛନ୍ତି ସେଥିପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଇବା ଉଚିତ ଏବଂ ମୋତେ ବିଶ୍ବାସ ଅଛି ଯେ ତାଙ୍କ ନେତୃତ୍ବରେ ରାଜ୍ୟର ସର୍ବାଙ୍ଗୀନ ବିକାଶ ହେବ । ତେଣୁ ମୁଁ ଆସନ୍ତା ସୋମବାର ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି । ଇସ୍ତଫା ପତ୍ର କଂଗ୍ରେସ ନେତୃତ୍ବଙ୍କ ନିକଟରେ ଦାଖଲ କରିସାରିଛି ।

   Related Posts