Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କୋଭିଡ ସହ ଆସାମରେ ବ୍ୟାପୁଛି ଆଫ୍ରିକୀୟ ସ୍ୱାଇନ୍ ଫିବର, ଘୁଷୁରି ନିପାତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

23/09/2020 at 10:26 PM

ଗୌହାଟୀ ୨୩।୯: ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଆଫ୍ରିକୀୟ ସ୍ୱାଇନ୍‌ ଜ୍ୱର ବ୍ୟାପୁଥିବା ଅଞ୍ଚଳରେ ଘୁଷୁରିଙ୍କ ନିପାତ ଲାଗି ବୁଧବାର ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ୧୨ ହଜାର ଘୁଷୁରିଙ୍କୁ ହତ୍ୟା କରାଯିବ। ତେବେ ଘୁଷୁରି ଚାଷ କରୁଥିବା ଲୋକଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସାରା ରାଜ୍ୟରେ ଏବେ କରୋନା ବ୍ୟାପିବାରେ ଲାଗିଛି ଏଥିରେ ଘୁଷୁରିଙ୍କ ଠାରେ ଦେଖାଯାଉଥିବା ସ୍ୱାଇନ୍‌ ଫିବର ନୂଆ ଚିନ୍ତାର କାରଣ ପାଲଟିଛି। ରାଜ୍ୟରେ ବ୍ୟାପୁଥିବା ଆଫ୍ରିକୀୟ ସ୍ୱାଇନ୍‌ ଫିବର ଯୋଗୁ ରାଜ୍ୟର ୧୪ଟି ଜିଲ୍ଲାରେ ୧୮ ହଜାର ଘୁଷୁରିଙ୍କର ମୃତ୍ୟୁ ହେଲାଣି। ଏଥିଯୋଗୁ ଘୁଷୁରି ଚାଷ କରୁଥିବା ଲୋକେ ଗୁରୁତର ପ୍ରଭାବିତ ହୋଇଛନ୍ତି। ଏଣୁ ସଂକ୍ରମଣ ଅଧିକ ବ୍ୟାପିବା ଆଶଙ୍କାରେ ଯେଉଁ କ୍ଷେତ୍ରରେ ସଂକ୍ରମଣ ବ୍ୟାପୁଛି ଆଖପାଖ ୧ରୁ ୨ କିଲୋମିଟର ଅଞ୍ଚଳରେ ଘୁଷୁରିଙ୍କୁ ନିପାତ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶରେ କହିଛନ୍ତି।

ଆସାମାରେ ଚଳିତବର୍ଷ ଫେବୃଆରୀ ମାସରେ ଘୁଷୁରୀଙ୍କ ଠାରେ ଏହି ଜ୍ୱର ଦେଖାଦେଇଥିଲା। ରାଜ୍ୟର ୬ଟି ଜିଲ୍ଲାରେ ଘୁଷୁରିଙ୍କ ଠାରେ ଏହି ସଂକ୍ରମଣ ଦେଖାଦେଇଥିଲା। କ୍ରମେ ଏହା ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କୁ ବ୍ୟାପିଯାଇଛି। ରାଜ୍ୟରେ ବ୍ୟାପୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶୁପାଳନ ଓ ପଶୁ ଚିକିତ୍ସା ମନ୍ତ୍ରୀ ଅତୁଲ ବୋରା ଇତିମଧ୍ୟରେ କାଜିରଙ୍ଗା ଜାତୀୟ ଉଦ୍ୟାନ ଗସ୍ତ କରି ଜଙ୍ଗଲୀ ବାରାହାଙ୍କ ସ୍ୱାସ୍ଥ୍ୟ ସମୀକ୍ଷା କରିଛନ୍ତି। ବନାଞ୍ଚଳ ଆଖପାଖ ଗ୍ରାମର ପୋଷା ଘୁଷୁରି ଯେପରି ଜଙ୍ଗଲକୁ ପ୍ରବେଶ ନ କରନ୍ତି ଓ ଜଙ୍ଗଲୀ ବାରହା ଯେପରି ସେମାନଙ୍କ ଦ୍ୱାରା ସଂକ୍ରମିତ ନ ହୁଅନ୍ତି ସେଥିଲାଗି ବନ ବିଭାଗ ୬ ଫୁଟ ଗଭୀର ୨ କିଲୋମିଟର ଦୀର୍ଘ ଖାତ ଖୋଳିଥିବା ମନ୍ତ୍ରୀ ପରିଦର୍ଶନ କରିଛନ୍ତି।

   Related Posts