ଥାନାରେ ଗର୍ଭବତୀଙ୍କ ସହ ତିନି ଜଣ ଯୁବତୀଙ୍କୁ ଉଲଗ୍ନ କରି ପିଟିବା ଘଟଣା- ୨ ପୁଲିସ କନେଷ୍ଟବଳଙ୍କ ନାମରେ ମାମଲା ରୁଜୁ

Published By : Prameya-News7 Bureau | September 18, 2019 IST

ଗୌହାଟୀ - ଆସାମରେ ଥାନା ଭିତରେ ଜଣେ ଗର୍ଭବତୀ ମହିଳାଙ୍କ ସହ ତାଙ୍କର ଦୁଇ ଜଣ ଭଉଣୀଙ୍କୁ ଉଲଗ୍ନ କରି ପିଟିବା ଘଟଣାରେ ୨ ଜଣ ପୁଲିସ କନଷ୍ଟବଳଙ୍କୁ ନିଲମ୍ବିତ କରାଯିବା ସହ ସେମାନଙ୍କ ନାମରେ ଅପରାଧିକ ମାମଲା ରୁଜୁ ହୋଇଛି । ଏହି କନେଷ୍ଟବଳମାନଙ୍କୁ ନିଲମ୍ବନ କରାଯାଇଥିବା ଆସାମର ପୁଲିସ ଡିଜି କୁଳଧର ସାଇକିଆ କହିଛନ୍ତି ।

ଏହା ଅତି ନିନ୍ଦନୀୟ ଘଟଣା ବୋଲି ମତ ପ୍ରକାଶ ପାଇଛି । ଏକ ଅପରହରଣ ମାମଲାରେ ଜଣେ ଗର୍ଭବତୀ ମହିଳାଙ୍କ ସହ ତାଙ୍କ ଦୁଇ ଭଉଣୀକୁ ପୁଲିସ ଥାନାକୁ ଆଣିଥିଲା । ପରେ ସେମାନଙ୍କୁ ବନ୍ଧୁକ ଦେଖାଇ ଉଲଗ୍ନ କରିବା ପରେ ନିସ୍ତୁକ ମାଡ ମରାଯାଇଥିବା ଏହି ତିନିଜଣ ଅଭିଯୋଗ କରିଛନ୍ତି । ସଂଖ୍ୟାଲଘୁ ସମ୍ପ୍ରଦାୟର ଏହି ମହିଳାଙ୍କ ପେଟକୁ ପୁଲିସ ଗୋଇଠା ମାରିବାରୁ ତାଙ୍କର ରକ୍ତସ୍ରାବ ହୋଇଥିଲା ।ଏହପରେ ତାଙ୍କର ଗର୍ଭ ନଷ୍ଟ ହୋଇଛି ।

ସେପ୍ଟେମ୍ବର ୮ ତାରିଖରେ ଏହି ଘଟଣା ଘଟିଥିଲା । ସେପ୍ଟେମ୍ବର ୧୭ ତାରିଖରେ ଏ ବିଷୟରେ ଅଭିଯୋଗ ହୋଇଥିଲା । ପୁଲିସ ମହିଳାଙ୍କୁ ବନ୍ଧୁକ ଦେଖାଇ ଘଟଣା ବିଷୟରେ କାହାକୁ ନ କହିବା ପାଇଁ ଧମକାଇଥିବା ଏହି ଯୁବତୀମାନେ ଅଭିଯୋଗ କରିଛନ୍ତି ।


ଏବେ ଅପରାଧିକ ମାମଲା ରୁଜୁ କରାଯିବା ସହ ଘଟଣାର ତଦନ୍ତ କରାଯାଉଥିବା ଆସାମର ପୁଲିସ ଡିଜି କହିଛନ୍ତି । ଦାୟୀ ପୁଲିସଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ପୁଲିସ ଏମାନଙ୍କୁ ତାଙ୍କ ଘରୁ ଏକ ଅପହରଣ ମାମଲାରେ ଉଠାଇ ଆଣିଥିଲା । ଥାନାକୁ ଆଣିବା ପରେ ପୁଲିସ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ପୁଲିସ ଅଧିକାରୀ ତାଙ୍କର ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିବା ଯୁବତୀମାନେ ଅଭିଯୋଗ କରିଛନ୍ତି । ତାଙ୍କଠାରୁ ସାଦା କାଗଜରେ ପୁଲିସ ଦସ୍ତଖତ କରାଇ ନେଇଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.