ଦୁନିଆ ଛାଡି ଚାଲିଯିବା ପରେ ଭାଇରାଲ୍ ହେଉଛି ଋଷଭ୍ ଦତ୍ତାଙ୍କ ଗୀତ : ହସ୍ପିଟାଲରେ ଗାଇଥିଲେ, 'ଅଚ୍ଛା ଚଲ୍‌ତା ହୁଁ ଦୁଆଓ ମେଁ ୟାଦ୍ ରଖ୍‌ନା...'

Published By : Prameya-News7 Bureau | July 13, 2020 IST

ଗୁଆହାଟୀ ୧୩/୦୭ : ସୋସିଆଲ ମିଡ଼ିଆରେ ଆସାମର ଜଣେ ବାଳକର ଇମୋସନାଲ ଭିଡିଓ ଭାଇରାଲ ହୋଇଛି | ଭିଡିଓ ଦେଖି ଆପଣ ମଧ୍ୟ ଇମୋସନାଲ ହୋଇଯିବେ | ଋଷଭ ଦତ୍ତା ନାମକ ଏହି ବାଳକର ସ୍ୱରକୁ ଲୋକେ ବହୁତ ପସନ୍ଦ କରନ୍ତି | ଜୁଲାଇ ୯ ତାରିଖ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଋଷଭଙ୍କ ଦେହାନ୍ତ ହୋଇଛି | ୧୭ ବର୍ଷ ବୟସ୍କ ଋଷଭ ୨୦୧୯ ମସିହାରେ ନିଜ ଗୀତ ପାଇଁ ଚର୍ଚ୍ଚିତ ହୋଇଥିଲେ | ତାଙ୍କ ମଧୁର ସ୍ୱର ପାଇଁ ଲୋକେ ତାଙ୍କୁ ରାତାରାତି ଇଣ୍ଟରନେଟ ସେନ୍ସେସନ କରିଦେଇଥିଲେ | 

wp:html
/wp:html

୨ ବର୍ଷ ପୂର୍ବରୁ ଋଷଭଙ୍କର ଅପ୍ଲାଷ୍ଟିକ ଏନିମିଆର ଏକ ଦୁର୍ଲଭ ସ୍ଥିତି ସମ୍ପର୍କରେ ଜଣାପଡିଥିଲା | ଦୁର୍ଭାଗ୍ୟବଶତଃ ଜୁଲାଇ ୯ ତାରିଖରେ ତାଙ୍କର ଦେହାନ୍ତ ହୋଇଛି | ତାଙ୍କ ମୃତ୍ୟୁ ପରେ ଋଷଭଙ୍କ ଗୀତ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି | ଫେସବୁକ ୟୁଜର ମନଜିତ ଗୋଗୋଇ ଋଷଭଙ୍କ ଗୀତର ଦୁଇଟି ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଏହି ଭିଡିଓକୁ ଖୁବ ପ୍ରଚାର ପ୍ରସାର କରାଯାଉଛି | ଗୋଟିଏ ଭିଡିଓରେ ଋଷଭ ରଣବୀର କପୁରଙ୍କ ଫିଲ୍ମ 'ଏ ଦିଲ ହେ ମୁସ୍କିଲ'ର ହିଟ ଗୀତ ଚନ୍ନା ମେରେୟା...ଗୀତ ଗାଇଛନ୍ତି | ସେତେବେଳେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ | ଗୀତ ଗାଇବା ସମୟରେ ସ୍ୱାସ୍ଥ୍ୟକର୍ମୀ ଓ ନର୍ସ ତାଙ୍କ ୱାର୍ଡରେ ଉପସ୍ଥିତ ଥିଲେ ଏବଂ ତାଙ୍କୁ ପ୍ରେରଣା ଦେଉଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.