Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ସୀମାକୁ ନେଇ ଭାରତର ରାଜ୍ୟ-ରାଜ୍ୟ ବିବାଦ କାହିଁକି ? ଜାଣନ୍ତୁ କେଉଁ କେଉଁ ରାଜ୍ୟରେ କୁହୁଳୁଛି ଅସନ୍ତୋଷର ନିଆଁ

31/07/2021 at 5:51 PM

ନୂଆଦିଲ୍ଲୀ ୩୧।୭: ‘ ଉପୁଜିଥିବା ପରିସ୍ଥିତିରେ ଆସାମର ଲୋକଙ୍କୁ ମିଜୋରାମ ନ ଯିବା ଲାଗି ପରାମର୍ଶ ଦିଆଯାଉଛି, କାରଣ ଆସାମର ଲୋକଙ୍କ ବ୍ୟକ୍ତିଗତ ସୁରକ୍ଷା ଲାଗି କୌଣସି ପ୍ରକାର ବିପଦକୁ ସ୍ୱୀକାର କରାଯାଇ ପାରିବ ନାହିଁ। ଆସାମର ଯେଉଁମାନେ କାର୍ଯ୍ୟ ସମ୍ପର୍କିତ ବାଧ୍ୟବାଧକତା ଯୋଗୁ ମିଜୋରାମରେ ରହୁଛନ୍ତି ଏ ବାବଦେ ସେମାନଙ୍କୁ ସମ୍ପୂର୍ଣ୍ଣ ସାବଧାନତା ଅବଲମ୍ବନ କରିବା ଦରକାର’। ସାଧାରଣତଃ ଏପରି ନିର୍ଦ୍ଦେଶ ବା ଆଡଭାଇଜରୀ ବିଦେଶରେ ନିଜର ନାଗରିକଙ୍କ ସୁରକ୍ଷା ଲାଗି ବିଭିନ୍ନ ଦେଶ ଜାରି କରିଥାନ୍ତି। ତେବେ ଉପର ଲିଖିତ ଆଡଭାଇଜରୀ ଆସାମ ରାଜ୍ୟ ସରକାର ତାଙ୍କ ରାଜ୍ୟବାସୀଙ୍କ ନିମନ୍ତେ ଜାରି କରିଛନ୍ତି।

ଆସାମ ଓ ମିଜୋରାମ ମଧ୍ୟରେ ନିକଟରେ ହୋଇଥିଲା ସଂଘର୍ଷ ପରେ ଆସାମ ସରକାରଙ୍କ ଏପରି ପଦକ୍ଷେପ ହୁଏତ ଏହିପରି ପ୍ରଥମ ହୋଇପାରେ ହେଲେ ନୂଆ ନୁହେଁ। ଭାରତରେ ଅନ୍ତରାଜ୍ୟ ସୀମା ବିବାଦ ଅନେକ ବର୍ଷରୁ ଲାଗି ରହିଛି। ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରାଳୟ ସଂସଦରେ ଜବାବ ମଧ୍ୟ ରଖିଛନ୍ତି। ଯେଉଁଥିରେ ଦେଶରେ ଏହିପରି ୭ଟି ବିବାଦ ଥିବା ମନ୍ତ୍ରାଳୟ ଲୋକସଭାକୁ ସୂଚିତ କରିଛନ୍ତି। ସୀମା ନିର୍ଦ୍ଧାରଣ ଓ ଭୂମି ଉପରେ ପୃଥକ ପୃଥକ ଦାବିକୁ ନେଇ ଏହି ସବୁ ବିବାଦର ସମାଧାନ ହୋଇପାରୁନଥିବା ଗୃହମନ୍ତ୍ରାଳୟ କହିଛନ୍ତି।

ମନ୍ତ୍ରାଳୟଙ୍କ ଅନୁସାରେ ହରିୟାଣା-ହିମାଚଳପ୍ରଦେଶ, କେନ୍ଦ୍ର ଶାସିତ ପ୍ରଦେଶ ଲଦ୍ଦାଖ-ହିମାଚଳ ପ୍ରଦେଶ, ମହାରାଷ୍ଟ୍ର-କର୍ଣ୍ଣାଟକ, ଆସାମ-ଅଋଣାଚଳ ପ୍ରଦେଶ, ଆସାମ-ନାଗାଲ୍ୟାଣ୍ଡ, ଆସାମ-ମେଘାଲୟ ଓ ଆସାମ-ମିଜୋରାମ ମଧ୍ୟରେ ସୀମା ଉଗ୍ର ସୀମା ବିବାଦ ରହିଛି। ଏଥିରୁ ଆସମ ଏକ ଏପରି ରାଜ୍ୟ ଯାହାର ପଡୋଶୀ ସମ୍ପର୍କ ଅତ୍ୟନ୍ତ ତିକ୍ତ ବୋଲି ପ୍ରମାଣିତ ହେଉଛି।

ଆସାମ-ଅଋଣାଚଳ ପ୍ରଦେଶ ବିବାଦ
ଆସାମ ଓ ଅଋଣାଚଳ ପ୍ରଦେଶ ମଧ୍ୟରେ ୮୦୪ କିଲୋମିଟର ଦୀର୍ଘ ସୀମା ରହିଛି। ଫତ୍ତର-ପୂର୍ବ ରାଜ୍ୟ ପୁନର୍ଗଠନ କାଳରେ ଅଋଣାଚଳର ସମତଳ ବନାଞ୍ଚଳ ଆସାମ ସ୍ଥାନାନ୍ତରିତ ହୋଇଯାଇଛି। ଯାହା ପାରମ୍ପରିକ ପାହାଡି ଆଦିବାସୀଙ୍କର। ଅତୀତରେ ଏ ନେଇ ଏକ ତ୍ରିପାକ୍ଷୀୟ ସମିତି ଆସାମର କିଛି ଅଞ୍ଚଳକୁ ଅଋଣାଚଳରେ ସାମିଲ କରିବା ଲାଗି ସୁପାରିଶ କରିଥିଲେ। ତେବେ ଆସାମ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ ଏହା ବିଚାରାଧୀନ ରହିଛି।

ଆସାମ-ନାଗାଲ୍ୟାଣ୍ଡ ବିବାଦ
ଆସାମର ଅଭିଯୋଗ ଯେ ନାଗାଲ୍ୟାଣ୍ଡ ଏହାର ସୀମାକୁ ବେଆଇନ ଜବରଦଖଲ କରୁଛି ଓ ସେ ଏହାକୁ ରୋକିବା ଲାଗି ପର୍ଯ୍ୟାପ୍ତ ପଦକ୍ଷେପ ନେଉଛି। ସୀମା ଚିହ୍ନଟ କରିବା ଓ  ନାଗାଲ୍ୟାଣ୍ଡ ସହ ସୀମା ବିବାଦ ସମାଧାନ ଲାଗି ଆସାମ ସୁପ୍ରିମକୋର୍ଟଙ୍କ ଶରଣାପନ୍ନ ହୋଇଛି। ଏହି ମୋକଦ୍ଦମାରେ ଆସାମ ନିଜ ସୀମାରେ ନାଲ୍ୟାଣ୍ଡର ଜବରଦଖଲ ରୋକିବା ଲାଗି ସ୍ଥାୟୀ ନିଷେଧାଜ୍ଞା ଲାଗି ନିବେଦନ କରିଛି। ସେହିପରି ନଗାଲ୍ୟାଣ୍ଡ ଜୋର ଜବରଦସ୍ତ ମାଡିନେଇଥିବା ଅଞ୍ଚଳର ମାଲିକ ଭାବେ ଆସାମକୁ ଘୋଷଣା କରାଯାଉ  ବୋଲି ମଧ୍ୟ ଆବେଦନରେ ଦାବି କରିଛି। ଏହି ମାମଲା ମଧ୍ୟ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।

ଆସାମ-ମେଘାଲୟ ସୀମା ବିବାଦ
କାମରୁପ ମେଟ୍ରୋ ସମେତ ଆସାମର ୭ଟି ଜିଲ୍ଲା ଉତ୍ତର ଓ ପଶ୍ଚିମ ମେଘାଲୟ ସୀମାସହ ସଲଗ୍ନ ରହିଛି। ଏହି ଅଞ୍ଚଳର ୧୨ଟି ସ୍ଥାନରେ ଦୁଇ ରାଜ୍ୟଙ୍କ ବିବାଦ ରହିଛି। ନିକଟରେ ଆସାମ ମୁଖ୍ୟମନ୍ତ୍ରୀ ହିମତା ବିସ୍ୱଶର୍ମା ଓ ମେଘାଲୟ ମୁଖ୍ୟମନ୍ତ୍ରୀ କନରେଡ ସାଙ୍ଗମା ସିଲଂରେ ଏକ ବୈଠକ କରିଥିଲେ। ଏବେ ଏଥିରେ ଯଥାସ୍ଥିତି କାୟମ ରଖିବା ବଦଳେ ଉଭୟ ରାଜ୍ୟ ବିବାଦର ସମାଧାନ ଲାଗି କାର୍ଯ୍ୟାନୁଷ୍ଠାନ ଲାଗି ସହମତ ହୋଇଛନ୍ତି। ଅତୀତରେ ମଧ୍ୟ ଉଭୟ ରାଜ୍ୟ ପାରସ୍ପରିକ ସ୍ୱୀକାର୍ଯ୍ୟ ପନ୍ଥା ଅନୁସରଣ ଲାଗି ଦ୍ୱିପାକ୍ଷୀୟ ପ୍ରୟାସ ଜାରି ରଖିଛନ୍ତି।

ଆସାମ-ମିଜୋରାମ ସୀମା ବିବାଦ
ଆସାମ ଓ ମିଜୋରାମ ମଧ୍ୟରେ ୧୬୪.୬ କିଲୋମିଟର ଦୀର୍ଘ ଅନ୍ତରାଜ୍ୟ ସୀମା ରହିଛି। ଏହି ସୀମା ଆସାମର କଛାର, ହେଲାକାଣ୍ଡି ଓ କରିମଗଞ୍ଜ ଜିଲ୍ଲାକୁ ଲାଗି ରହିଥିବା ବେଳେ ମିଜୋରାମର କୋଲାସିବ, ମମିତ ଓ ଆଇଜୋଲ ଜିଲ୍ଲାକୁ ଛୁଉଁଛି। ଦେଶରେ ଇଂରେଜଙ୍କ ଶାସନ କାଳରେ ମିଜୋରାମ ବୋଲି କୌଣସି ରାଜ୍ୟ ନଥିଲା। ଏହି କ୍ଷେତ୍ର ବ୍ରିଟିଶ ସରକାରରେ ଲୁସାଇ ହିଲସ୍‌ ଭାବେ ଜଣାଯାଉଥିଲା ଓ ଆସାମର ଅଂଶବିଶେଷ ଥିଲା। ୧୯୭୨ ମସିହାରେ ଲୁସାଇ ହିଲସକୁ ମିଜୋରାମ ନାମରେ ପୃଥକ ସଂଘ ଶାସିତ କ୍ଷେତ୍ର ଘୋଷଣା କରାଯାଇଥିବା ବେଳେ ୧୯୮୭ ମସିହାରେ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦିଆଯାଇଥିଲା।

ତେବେ ଏହି ଦୁଇ ରାଜ୍ୟଙ୍କ ମଧ୍ୟରେ ବିବାଦର କାରଣ ହେଉଛି ବ୍ରିଟିଶ ଶାସନ କାଳରେ ଜାରି ୨ଟି ଅଧିସୂଚନା। ମିଜୋ ଲୋକମାନେ କଛାର ସମତଳରୁ ଲୁସାଇ ହିଲସ୍‌କୁ ପୃଥକ କରୁଥିବା ୧୮୭୫ ମସିହା ଅଧିସୂଚନାକୁ ସ୍ୱୀକାର କରୁଛନ୍ତି। ଏହାକୁ ସ୍ୱୀକାର କରିବାର ମଧ୍ୟ ଏକ କାରଣ ରହିଛି। ଅତୀତରେ ମିଜୋ ପ୍ରମୁଖଙ୍କ ସହ ବ୍ରିଟିଶ ଅଧିକାରୀମାନେ ଆଲୋଚନା କରି ଏହି ଅଧିସୂଚନା ଜାରି କରିଥିଲେ ବୋଲି ସେମାନେ କହନ୍ତି।

ସେହିପରି ୧୯୩୩ରେ ବ୍ରିଟିଶ ସରକାରଙ୍କ ଶାସନ କାଳରେ ମଣିପୁର ସହ ଲୁସାଇ ହିଲସ୍‌ ସୀମାକୁ ନେଇ ଆଉ ଏକ ଅଧିସୂଚନା ଜାରି ହୋଇଥିଲା। ଏଥିରେ ଲୁସାଇ ହିଲସ୍‌ ସୀମା ମଣିପୁରର ତ୍ରିକୋଣୀୟ ଜଙ୍କସନରୁ ଆରମ୍ଭ ହୋଇ ଆସାମର କଛାର ଜିଲ୍ଲାରେ ସମାପ୍ତ କରୁଥିଲା। ତେବେ ୧୮୭୫ରେ ସେମାନଙ୍କ ପୁରୁଖା ଲୋକଙ୍କ ସହ ଆଲୋଚନା କରି ଜାରି ଅଧିସୂଚନାକୁ ପରେ ମିଜୋ ଲୋକେ ସ୍ୱୀକାର କରୁ ନାହାନ୍ତି।

ବିବାଦକୁ ନେଇ ପ୍ରଫେସର ସଞ୍ଜୟ ହଜାରିକଙ୍କ ମତ
ଫ୍ରଫେସର ସଞ୍ଜୟ ହଜାରିକା ଜଣେ ସର୍ବ ସ୍ୱୀକୃତ ଲେଖକ ସାଙ୍ଗକୁ ସାମ୍ବାଦିକ, ଚଳଚିତ୍ର ନିର୍ମାତା ଓ ପ୍ରଫେସର ଅଟନ୍ତି। ସେ ଦିଲ୍ଲୀ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି। ପୂର୍ବୋତ୍ତର କ୍ଷେତ୍ରର ସୀମା ବିବାଦ ଆମକୁ ବିଦେଶୀ ଉପନିବେଶିକ ଶାସକଙ୍କ ଦାନ ବୋଲି କହିଛନ୍ତି ଯାହା ସହଜରେ ସମାଧାନ ହେବା ସହଜ ନୁହେଁ ବୋଲି କୁହନ୍ତି। ଏପରି ଜମି ଯାହା ସରକାରୀ ନକ୍ସାରେ ନାହିଁ, ଲୋକେ ଯାହାକୁ ବଂଶାନୁଗତ ଭାବେ ଭୋଗଦଖଲରେ ରଖିଛନ୍ତି ଓ ଏହା ତାଙ୍କ ପାରମ୍ପରିକ ଚିହ୍ନରେ ଅଙ୍କିତ ହୋଇଛି। ଏଣୁ ମାମଲା ସମାଧାନ ହେବା ବଦଳେ ଜଟିଳ ହେଉଛି।

କିଛି ସମୂଦାୟରେ ସମ୍ପତ୍ତିର ଅଧିକାର ସେମାନଙ୍କ ମୁଖିଆ ଅଥବା ଜଣେ ବ୍ୟକ୍ତିଙ୍କ ନିକଟରେ ରହିଛି। ତେବେ ସରକାରଙ୍କ ଶକ୍ତି ଏହାକୁ ମାନ୍ୟତା ଦିଏନି। ହେଲେ ଭିଲ ପରମ୍ପରାରେ ସରକାରଙ୍କ ସ୍ଥାନ ନାହିଁ ଯାହାକୁ ସେମାନେ ମାନନ୍ତି ନାହିଁ। ଏଣୁ ପ୍ରସଙ୍ଗରେ ଲୋକଙ୍କୁ ସାମିଲ ନ କରି ବିବାଦର ସମାଧାନ ରାସ୍ତା ବାହାର କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି। ଏଥିରେ ସେ ମେରାପନୀର ଉଦାହରଣ ମଧ୍ୟ ଦେଇଛନ୍ତି। ମେରାପନି ଆସାମ ଓ ନାଗାଲ୍ୟାଣ୍ଡ ସୀମାର ଏକ ବିବାଦୀୟ ଅଞ୍ଚଳ। ଯେଉଁଠି ଅତୀତରେ ଦୁଇ ରାଜ୍ୟର ଲୋକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏଣୁ ଏପରି ସ୍ଥଳେ ସମାଧାନ କେବଳ କେନ୍ଦ୍ର ଅଥବା ରାଜ୍ୟସରକାର ସ୍ତରରେ ସମ୍ଭବ ନୁହେଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।     

   Related Posts