ଆସାମ ବିଧାନସଭା ନିର୍ବାଚନ: ବିଜେପିର ପ୍ରାର୍ଥୀ ସୂଚୀ ଜାରି, ମାଞ୍ଜୁଲୀରୁ ପ୍ରତିଦ୍ୱନ୍ଦ୍ୱୀତା କରିବେ ମୁଖ୍ୟମନ୍ତ୍ରୀ ସୋନୋୱାଲ

Published By : Prameya-News7 Bureau | March 05, 2021 IST

ଗୌହାଟୀ ୫।୩: ଆସାମ ବିଧାନସଭା ନିର୍ବାଚନ ଲାଗି ଶୁକ୍ରବାର ବିଜେପି ପ୍ରାର୍ଥୀ ସୂଚୀ ଜାରି କରିଛି। ରାଜ୍ୟରେ ଆସାମ ଗଣପରିଷଦ ଓ ୟୁପିପି ସହିତ ମେଣ୍ଟ କରି ବିଜେପି ନିର୍ବାଚନକୁ ଓହ୍ଲାଇଛି। ଦଳର ସାଧାରଣ ସମ୍ପାଦକ ଅରୁଣ ସିଂ ପ୍ରାର୍ଥୀ ସୂଚୀ ଜାରି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କୁ ମଞ୍ଜୁଲୀରୁ ପ୍ରାର୍ଥୀ କରାଯାଇଥିବା ଜଣାପଡିଛି।

{"id":418396,"sizeSlug":"large","linkDestination":"none"}

ସୋନୋୱାଲ ଏବେ ମାଞ୍ଜୁଲୀରୁ ବିଧାୟକ ଅଛନ୍ତି। ପୁଣି ସେହି ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରିବେ। ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କୁ ଜାଲୁକବରୀରୁ ପ୍ରାର୍ଥୀ କରାଯାଇଛି। ବିଜେପି ରାଜ୍ୟ ସଭାପତି ରଞ୍ଜିତ ଦାସ ପଠାରଝାଲୁକୁଡୀରୁ ପ୍ରାର୍ଥୀ ହୋଇଛନ୍ତି। ଦଳ ଚଳିତ ବିଧାନସଭା ନିର୍ବାଚନରେ ସଂଖ୍ୟାଲଘୁ ସମୂଦାୟରୁ ୨ ଜଣଙ୍କୁ ପ୍ରାର୍ଥୀ କରିଥିବା ଜଣାପଡିଛି।

{"id":418397,"width":578,"height":433,"sizeSlug":"large","linkDestination":"none"}

୧୨୬ ସଦସୀୟ ଆସାମ ବିଧାନସଭା ନିର୍ବାଚନରେ ବିଜେପି ୯୨ଟି ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରୁଛି। ବଳକା୩୪ଟି  ଆସନରେ ଆସାମ ଗଣପରିଷଦ (ଏଜିପି) ଓ ୟୁପିପି ପ୍ରାର୍ଥୀ ଦେବେ। ଆସାମରେ ୩ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମେ ୨ ତାରିଖ ଦିନ ଭୋଟ ଗଣନା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.