ଲଭଲୀନାଙ୍କ ମ୍ୟାଚ ଦେଖିବାକୁ ଦେଶବାସୀଙ୍କ ଉତ୍କଣ୍ଠା, ୩୦ ମିନିଟ ସ୍ଥଗିତ ରହିବ ବିଧାନସଭା

Published By : Prameya-News7 Bureau | August 04, 2021 IST

ଆମାସ ୦୪/୦୮: ଆଜି ଟୋକିଓ ଅଲିମ୍ପିକ୍ସରେ ଦମ ଦେଖାଇବେ ଭାରତୀୟ ବକ୍ସର ଲଭଲୀନା । ଏଥିପାଇଁ ୩୦ ମିନିଟ ସ୍ଥଗିତ ରହିବ ଆସାମ ବିଧାନସଭା । ଲଭଲୀନା ଭାରତ ପାଇଁ ଇତିହାସ ରଚିବା ଲକ୍ଷ୍ୟରେ ଓହ୍ଲାଇବେ । ଖାସ କରି ସାରା ଭାରତବାସୀଙ୍କ ନଜର ରହିଛି ତାଙ୍କ ମ୍ୟାଚ ଉପରେ ।

wp:gallery {"ids":[490659],"linkTo":"none"} /wp:gallery

ବିଶେଷ କରି ଆସାମରେ ଆଜି ସମସ୍ତ ବିଧାୟକ ଲଭଲୀନାଙ୍କ ମ୍ୟାଚ ଦେଖିବେ । ଏଥି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଲଭଲୀନାଙ୍କ ମ୍ୟାଚ ସମୟରେ ବିଧାନସଭାର କାର୍ଯ୍ୟକାଳ ୩୦ ମିନିଟ ଯାଏଁ ସ୍ଥଗିତ ରଖାଯିବ । ମହିଳା ଓ୍ୱେଟଲିଫ୍ଟର ବର୍ଗ କ୍ୱାର୍ଟର ଫାଇନାଲରେ ଚୀନ ତାଇପେ ପ୍ରତିଯୋଗି ନିଏନ ଚୀନକୁ ହରାଇ ଭାରତକୁ ପଦକ ସୁନିଶ୍ଚିତ କରାଇଥିଲେ ।

wp:gallery {"ids":[490661],"linkTo":"none"} /wp:gallery

ଆଜି ସେମିରେ ବିଶ୍ୱ ଚାମ୍ପିଅନ ତୁର୍କୀର ବୁସେନାଜ ସୁରମେନେଲୀଙ୍କ ସହ ମୁକାବିଲା ହେବ । ସୂଚନା ଥାଉକି, ୨ ଥର ବିଶ୍ୱ ଚାମିଅନସିପରେ କାଂସ୍ୟ ପଦକ ବିଜେତୀ ଲଭଲୀନା ଆସାମର ପ୍ରଥମ ମହିଳା ଯିଏକି ଅଲିମ୍ପିକରେ କ୍ୱାଲିଫାଏ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.