Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଇସ୍ଲାମକୁ ଜୀବିତ ରଖିଛି ମଦରସା, କେବେ ବନ୍ଦ ହୋଇନପାରେ: ଆସାମ ବିଧାନସଭା ବାଚସ୍ପତି

3/11/2020 at 4:13 PM

ଗୌହାଟୀ ୩।୧୧: କେବେ କୌଣସିଠାରେ ମଦରସା ବନ୍ଦ ହୋଇଛି କି? କେବେ ବନ୍ଦ ହୋଇପାରିବନି କାରଣ ଏହି ମଦରସା ହିଁ ବିଶ୍ୱରେ ଇସ୍ଲାମକୁ ଜୀବିତ ରଖିଛି। ଏହା କହିଛନ୍ତି ଆସାମ ବିଧାନସଭା ବାଚସ୍ପତି ଅମିନୁଲ ହକ୍ ଲସ୍କର। କଚ୍ଛାର ଜିଲ୍ଲାରେ ମଦରସା ନିର୍ମାଣ ଲାଗି ଶିଳାନ୍ୟାସ ଅବସରରେ ଆୟୋଜିତ ସଭାକୁ ସମ୍ବୋଧିତ କରି ବାଚସ୍ପତି କହିଛନ୍ତି ଯେ ଆସାମ ସରକାର ରାଜ୍ୟରେ ସରକାରୀ ସଞ୍ଚାଳିତ ସମସ୍ତ ମଦରସା ଓ ସଂସ୍କୃତ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସରକାରୀ ଅଧିସୂଚନା ହୁଏତ ଚଳିତମାସରେ ଜାରି ହୋଇପାରେ ବୋଲି ସେ କହିଛନ୍ତି।

ତେବେ ଏଭଳି ଅନୁଷ୍ଠାନ ସରକାର ବନ୍ଦ କରିଦେଲେ ବନ୍ଦ ହୁଏନି। କାରଣ ଧର୍ମ ଓ ସଂସ୍କୃତିକୁ ଜୀବିତ ରଖିବାର ଏପରି ଅନୁଷ୍ଠାନଙ୍କ ଯୋଗଦାନ ଉଲ୍ଲେଖନୀୟ। ଏହି ସବୁ ଅନୁଷ୍ଠାନ  ମୌଲାନା ଓ କାଜିଙ୍କୁ ତିଆରି କରେ ଏହି ଅନୁଷ୍ଠାନରେ ମନ୍ଦିରର ମୁଖ୍ୟ ପୁରୋହିତ ଓ ମସଜିଦର ଇମାମ ପଢିଛନ୍ତି। ସରକାରୀ ମଦରସା ଅଥବା ସଂସ୍କୃତ ସ୍କୁଲରେ  ପାଠପଢି କେଉଁଠି କିଏ ମସଜିଦ ଓ ମନ୍ଦିରରେ ଯୋଗ ଦେଇଛି ଜଣକୁ ଖୋଜି ଆଣ ବୋଲି କହିଛନ୍ତି ବାଚସ୍ପତି।

ମଦରସା ଯେଉଁଗୁଡିକ ସରକାରୀ ପରିଚାଳିତ ସେଗୁଡିକୁ ରାଜ୍ୟରେ ବନ୍ଦ କରାଯିବ ବୋଲି ଶିକ୍ଷାମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା କହିଥିଲେ ବୋଲି ବାଚସ୍ପତି କହିଛନ୍ତି। ଏକ ଧର୍ମନିରପେକ୍ଷ ଦେଶରେ ଧାର୍ମିକ ଶିକ୍ଷାର କୌଣସି ସ୍ଥାନ ନାହିଁ। ତେବେ ରାଜ୍ୟରେ ଏପରି ବିଦ୍ୟାଳୟ ଚଳାଯିବ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ। ଏପରି ବିଦ୍ୟାଳୟ ଲାଗି ରାଜ୍ୟ ସରକାର ବାର୍ଷିକ ୨୬୦ କୋଟି ଟଙ୍କା ବ୍ୟୟ କରୁଥିବାର ବିଶ୍ୱଶର୍ମା ଗୃହରେ କହିଥିଲେ। ରାଜ୍ୟରେ ଏବେ ସରକାର ପରିଚାଳିତ ୬୧୦ଟି ମଦରସା ରହିଛି।

   Related Posts