ଶିକ୍ଷକଙ୍କ ଆନ୍ଦୋଳନ ପ୍ରସଙ୍ଗ : ଆଜି ଆନ୍ଦୋଳନରତ ଶିକ୍ଷକଙ୍କ ସହ ଆଲୋଚନା କରିପାରନ୍ତି ଗଣଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | September 12, 2018 IST

ଭୁବନେଶ୍ବର ୧୨|୯: ଆଜି ଆନ୍ଦୋଳନରତ ଶିକ୍ଷକଙ୍କ ସହ ଆଲୋଚନା କରିପାରନ୍ତି ଗଣଶିକ୍ଷା ମନ୍ତ୍ରୀ । ଗତକାଲି ଶିକ୍ଷକଙ୍କ ସମସ୍ୟା ନେଇ ବିରୋଧୀଙ୍କ ହୋ ହଲ୍ଲା ଯୋଗୁଁ ବିଧାନସଭା ଚାଲିପାରିନଥିଲା । ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ନେଇ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଅପରାହ୍ନରେ ସର୍ବଦଳୀୟ ବୈଠକ ଡାକି ଶିକ୍ଷକ ପ୍ରସଙ୍ଗ ଆଲୋଚନା କରିଥିଲେ ବାଚସ୍ପତି । ଗଣଶିକ୍ଷା ମନ୍ତ୍ରୀ ଆନ୍ଦୋଳନରତ ଶିକ୍ଷକଙ୍କ ସହ ଆଲୋଚନା କରି ସମଧାନ କରିବାକୁ ବାଚସ୍ପତି ରୁଲିଂ ଦେଇଥିଲେ । ତେଣୁ ଆଜି ସ୍କୁଲ-କଲେଜ ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ ସହ ଆଲୋଚନା କରିପାରନ୍ତି ଗଣ ଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ପୂର୍ଣ୍ଣ ଅନୁଦାନ ଦାବିରେ ୨୭ ଦିନ ହେଲା ଶିକ୍ଷକମାନେ ଲୋୟର ପିଏମଜିରେ ଆନ୍ଦୋଳନ ଚଳାଇଛନ୍ତି । ତେବେ ଆଜି ଆଲୋଚନା ପରେ କିଛି ସମାଧାନର ବାଟ ଫିଟିବା ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.