Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଫ୍ୟାନରେ ରାଶି ଲଗାଇ ଟିଭି ଅଭିନେତା ରାହୁଲ ଦୀକ୍ଷିତଙ୍କ ଆତ୍ମହତ୍ୟା

31/01/2019 at 5:11 PM

ମୁମ୍ବାଇ ୩୧/୧ : ଟିଭି କଳାକାର ରାହୁଲ ରାଶି ଲଗାଇ ଆତ୍ମହତ୍ୟା କରିଛନ୍ତି | ଗତକାଲି ସକାଳେ ରାହୁଲ ଆତ୍ମହତ୍ୟା କରିଥିଲେ | ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି | ପୋଲିସକୁ ଘଟଣାସ୍ଥଳରେ କୌଣସି ସୂଈସାଇଡ ନୋଟ ମିଳିନଥିଲା |


ସୂଚନାଯୋଗ୍ୟ ଯେ, ଷ୍ଟ୍ରଗଲିଙ୍ଗ ଆକ୍ଟର ରାହୁଲ ଅଭିନୟ କରିବା ପାଇଁ ଜୟପୁରରୁ ମୁମ୍ବାଇ ଆସିଥିଲେ | ସେ ଯମୁନା ନଗର ସ୍ଥିତ ଓସିବାରାରେ ରହୁଥିଲେ | ସେ କେତେକେ ଟିଭି ସିରିଏଲରେ ଛୋଟ ମୋଟା ଭୂମିକାରେ ଅଭିନୟ କରିଥିଲେ | ତାଙ୍କୁ ଏବେ ଯାଇଁ ବଡ ବ୍ରେକ ମିଳିନଥିଲା | ରାହୁଲ ରହୁଥିବା ଓସିବାରାରେ ନିଜ ରୁମର ଫ୍ୟାନରେ ରାଶି ଲଗାଇ ଆତ୍ମହତ୍ୟା କରିଥିଲେ | ରାହୁଲଙ୍କ ସହିତ ତାଙ୍କର ଜଣେ ମହିଳା ବନ୍ଧୁ ମଧ୍ୟ ରହୁଥିଲେ | ସେ ଭୋର ୪ଟା ରେ ଉଠି ଦେଖିଥିଲେ ଯେ, ରାହୁଲଙ୍କ ମୃତଦେହ ପଙ୍ଖାରେ ଝୁଲୁଛି | ସେ ତାଙ୍କର ଆଉ କିଛି ବନ୍ଧୁଙ୍କ ସହାୟତାରେ ରାହୁଲଙ୍କୁ ହସ୍ପିଟାଲକୁ ନେଇ ଯାଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋସମା କରିଥିଲେ |


ରାହୁଲଙ୍କ ଫେସବୁକ ପେଜରୁ ପୋଲିସ ଜାଣିବାକୁ ପାଇଥିଲା ଯେ, ୨୯ ତାରିଖ ରାତିରେ ରାହୁଲ ରହୁଥିବା ଘରେ ପାର୍ଟି ଥିଲା | ତେବେ ପାର୍ଟି ପରେ କ’ଣ ହେଲା ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ |


ରାହୁଲଙ୍କ ବାପା ମହେଶ ଦୀକ୍ଷିତ ଫେସବୁକରେ ପୁଅର ମୃତ୍ୟୁକୁ ନେଇ ଏକ ପୋଷ୍ଟ କରିଛନ୍ତି | ରୁପାଲୀ କଶ୍ୟପ ନାମକ ଜଣେ ମହିଳାଙ୍କୁ ସେ ରାହୁଲଙ୍କ ଆତ୍ମହତ୍ୟା ପାଇଁ ଦାୟୀ କରିଛନ୍ତି | ରାହୁଲଙ୍କ ବାପା ରାହୁଲ ଆତ୍ମହତ୍ୟା କରିଥିବା ଘଟଣା ଅସ୍ବୀକାର କରିଛନ୍ତି | ସେ କହିଛନ୍ତି ଯେ, ତାଙ୍କ ପୁଅକୁ ହତ୍ୟା କରିଦିଆଯାଇଛି |

   Related Posts