ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରିଥିବା ଅଭିଯୁକ୍ତକୁ ଏନକାଉଣ୍ଟର କଲେ ଏସପି ଡ. ଅଜୟ ଶର୍ମା : ଛାଇ ଗଲେ ସୋଶିଆଲ ମିଡିଆରେ

Published By : Prameya-News7 Bureau | June 24, 2019 IST

 ଲକ୍ଷ୍ନୈା ୨୪/୬ : ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ହେବା ପରେ ଏବେ ଯାଏଁ ୩୦୨୭ରୁ ଅଧିକ ଏନକାଉଣ୍ଟର ହୋଇସାରିଛି। ଏଥିରେ ୮୦ଜଣ ଅପରାଧୀଙ୍କ ମୃତ୍ୟୁ ହୋଇଥିବାବେଳେ ୮୫୦ଜଣ ଅପରାଧୀ ଆହତ ହୋଇଛନ୍ତି।

ଗତ ମେ ମାସ ୭ ତାରିଖରେ ଜଣେ ୬ ବର୍ଷର ନିରୀହ ଝିଅ ନିଖୋଜ ହୋଇଯାଇଥିଲା । ଝିଅର ଶବ ଦେଢ଼ ମାସ ପରେ ଗତ ଶନିବାର ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ରାମପୁର ଏସପି ଅଜୟ କୁମାର ଶର୍ମା ଏହି ମାମଲାରେ ଏକ ଟିମ୍ ଗଠନ କରିଥିଲେ। ଏହି ଟିମ ହତ୍ୟାକାରୀକୁ ଧରିବାରେ ସଫଳ ହୋଇଥିଲେ । ଗତକାଲି ବିଳମ୍ବିତ ରାତିରେ ଏସପି ଅଜୟ କୁମାର ଶର୍ମା ଅଭିଯୁକ୍ତକୁ ଏନକାଉଣ୍ଟର କରିଥିଲେ। ଏନକାଉଣ୍ଟରରେ ଦୁର୍ବୃତ୍ତର ଦୁଇ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଥିଲା। ସୋଶିଆଲ ମିଡିଆରେ ଅଜୟ ପାଲ ଶର୍ମାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି।

 ଶନିବାର କୋତଓ୍ବାଲି ସିଭିଲ ଲାଇନ୍ ଅଞ୍ଚଳରେ ତାଶକାରେ ଗଳିତ ଅବସ୍ଥାରେ ୬ବର୍ଷର ନିରୀହ ଶିଶୁର ଶବ ମିଳିଥିଲା। ଶବ ଚିହ୍ନଟରୁ ଜଣା ପଡ଼ିଥିଲା ଯେ ଏହା ସେହି ଶିଶୁର ମୃତଦେହ ଯିଏ ମଇ ୭ତାରିଖରେ ନିଖୋଜ ହୋଇଥିଲା। ପୋଲିସ୍ ଅପହରଣ ମାମଲା ରୁଜୁ କରି ଶିଶୁକୁ ଖୋଜୁଥିଲା।

ପୋଲିସ୍ ଶିଶୁର ହତ୍ୟା ଅଭିଯୁକ୍ତକୁ ଖୋଜିବା ସହ ତାକୁ ଗିରଫ କରିବାକୁ ଉଦ୍ୟମ ଚଳାଇଥିଲା।ଏହି ସମୟରେ ଦୁର୍ବୃତ୍ତ ନାଜିର ପୋଲିସଙ୍କ ଉପରକୁ ଗୁଳି ଚଳାଇଥିଲା। ଏହାର ପ୍ରତ୍ୟୁତ୍ତରରେ ପୋଲିସ୍ ମଧ୍ୟ ଫାୟାରିଙ୍ଗ କରିଥିଲା। ଏଥିରେ ଅଭିଯୁକ୍ତର ଦୁଇ ଗୋଡ଼ରେ ଗୁଳି ବାଜିଥିଲା। ଏହାପରେ ପୋଲିସ୍ ଅଭିଯୁକ୍ତକୁ ଧରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏଠାରେ ତା’ର ଚିକିତ୍ସା ଚାଲିଛି। ପୋଲିସ୍ ଖୁବ୍ ଶୀଘ୍ର ଅଭିଯୁକ୍ତକୁ ପଚରାଉଚୁରା କରିବ।

ମୃତ ଶିଶୁର ବାପା କହିଛନ୍ତି ଯେ ତାଙ୍କ ୬ବର୍ଷର ଶିଶୁ ସହ ପ୍ରଥମେ ଅଭିଯୁକ୍ତ ଦୁଷ୍କର୍ମ କରିବା ପରେ ପରିଚୟ ଲୁଚାଇବା ଡରରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ଅଭିଯୁକ୍ତ ଶିଶୁକୁ ଏସିଡରେ ଜଳାଇ ଦେଇଥିଲା ଯାହା ଦ୍ବାରା ଶବର ଚିହ୍ନଟ ନହୋଇପାରିବ। ଅଭିଯୁକ୍ତ ଶିଶୁର ଶବକୁ ପରିତ୍ୟକ୍ତ କୋଠାରେ ଫିଙ୍ଗି ସେଠାରୁ ଫେରାର ହୋଇଯାଇଥିଲା।

ଏସପି ଡଃ ଅଜୟ ପାଲ ଶର୍ମାଙ୍କ କହିଛନ୍ତି ଶିଶୁଟି ଦେଢ଼ ମାସରୁ ନିଖୋଜ ଥିଲେ। ପୋଲିସ୍ ତାକୁ ଖୋଜୁଥିଲା। ଶନିବାର ଶିଶୁର ଶବ ମିଳିଥିଲା। ଶବ ମିଳିବା ପରେ ପୋଲିସ୍ ତାକୁ ଗିରଫ କରିବାକୁ ଉଦ୍ୟମ କରୁଥିବାବେଳେ ସେ ହଠାତ୍ ପୋଲିସ୍ ଉପରେ ଗୁଳି ଚାଳନା କରିଥିଲା। ପ୍ରତ୍ୟୁତ୍ତରରେ ତା’ର ଦୁଇ ଗୋଡ଼ରେ ଗୁଳି ବାଜିଛି। ତା’ର ଚିକିତ୍ସା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.