ଏଏସଓ ପରୀକ୍ଷାକୁ ନେଇ ବଢୁଛି ବିବାଦ, ନିଜ ଲୋକଙ୍କୁ ଚାକିରୀ ଦେବାକୁ ଫିକ୍ସିଂ ହୋଇଥିବା ଅଭିଯୋଗ କଲେ କଂଗ୍ରେସ ଓ ବିଜେପି: ଦିବ୍ୟାଙ୍ଗ କେମିତି ପରୀକ୍ଷା ଦେବେ ଚିନ୍ତାରେ

Published By : Prameya-News7 Bureau | January 19, 2019 IST

ଭୁବନେଶ୍ବର ୧୯|୧: ଆସନ୍ତାକାଲି ଏଏସଓ ପରୀକ୍ଷା । ବହୁ ବାଦବିଦାଦ ପରେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ହଜାର ହଜାର ପରୀକ୍ଷାର୍ଥୀ । ତେବେ ଏହି ପରୀକ୍ଷା ଦେବାରୁ ଦିବ୍ୟାଙ୍ଗ ପରୀକ୍ଷାର୍ଥୀ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି । ପରୀକ୍ଷା କେନ୍ଦ୍ରକୁ ସହାୟକ ନେବା ଲାଗି ଓପିଏସସି ଅନୁମତି ଦେଉ ନ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେବାକୁ ଯାଉଛି । ସେପଟେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ ଓ ବିଜେପି । ମୋଟ୍‌ ୯୪ ହଜାର ୭୫ ପରୀକ୍ଷାର୍ଥୀ ୪୮୪ ସେଣ୍ଟରରେ ପରୀକ୍ଷା ଦେବେ ।…

{"id":75861}

ରାତି ପାହିଲେ ସହକାରୀ ସେକ୍ସନ ଅଫିସର ବା ASO ପରୀକ୍ଷା । ହେଲେ ଦିବ୍ୟାଙ୍ଗ ଆବେଦନକାରୀ ବବିତା ପ୍ରଧାନଙ୍କ ଆଖିକୁ ନିଦ ନାହିଁ । ପାଠପଢା ଚିନ୍ତାରେ ନୁହେଁ ବରଂ, ପରୀକ୍ଷା କେମିତି ଦେବେ ସେହି ଚିନ୍ତାରେ । ବବିତାଙ୍କ ଅଭିଯୋଗ ଅନୁସାରେ ଏଥର ଦିବ୍ୟାଙ୍ଗ ଆବେଦନକାରୀଙ୍କୁ ଲେଖିବାରେ ସହାୟତା କରିବାକୁ ସ୍କ୍ରାଇବ୍ ଲାଗି ଅନୁମତି ଦେଇନି ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ବା ଓପିଏସସି । ମଥାରେ ସିନା ପାଠ ଅଛି, କିନ୍ତୁ ହାତକୁ  ଠିକ୍ ଭାବେ କାମ କରୁନି । ସେ ଲେଖିବେ କେମିତି ?  

{"id":75862}

ଏହି ଅଭିଯୋଗ କେବେଳ ବବିତାଙ୍କ ନୁହେଁ, ଏଏସଓ ଲାଗି ଆବେଦନ କରିଥିବା ଅନେକ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ।  ପୂର୍ବରୁ ସମସ୍ତ ସରକାରୀ ପରୀକ୍ଷାରେ ସ୍ବାଭାବିକଠାରୁ ୭୫ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଥିବା ଆବେଦନକାରୀଙ୍କୁ ପରୀକ୍ଷାରେ ଲେଖିବା ଲାଗି ପରୀକ୍ଷା କେନ୍ଦ୍ରକୁ ସହାୟକ ନେବା ସହ ଗ୍ରେସ୍ ଟାଇମର ସୁଯୋଗ ମିଳୁଥିଲା । ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ ବି ଏହା ସପକ୍ଷରେ ରାୟ ଦେଇଛନ୍ତି । ଏ ନେଇ ଆଇନରେ ବ୍ୟବସ୍ଥା ଥିବା ସତ୍ତ୍ବେ ଓପିଏସସିର ଏହି ମନମାନି ଦିବ୍ୟାଙ୍ଗ ଆବେଦନକାରୀଙ୍କୁ ଆଶଙ୍କା ଭିତରକୁ ଠେଲି ଦେଇଛି । ସେପଟେ ଓପିଏସସିକୁ ଏ ସମ୍ବନ୍ଧରେ ଚିଠି ଲେଖି ଚୁପ୍ ବସି ଯାଇଛି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ।

{"id":75865}

ପ୍ରଥମେ ବ୍ୟାଙ୍କିଙ୍ଗ୍ ଓ କିଛି କେନ୍ଦ୍ରୀୟ ପରୀକ୍ଷା ସହ ସମାନ ତାରିଖରେ ଏଏସଓ ପରୀକ୍ଷା ନିର୍ଦ୍ଧାରିତ କରିବା ନେଇ ପ୍ରତିବାଦ କରିଥିଲା କଂଗ୍ରେସ । ଆଉ ଏବେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ସମସ୍ୟା ପରେ ସ୍ବରକୁ ଆହୁରି ଶାଣିତ କରିଛି ଦଳ । ଏଏସଓ ପରୀକ୍ଷା ପରିଚାଳନାରେ ଫିକ୍ସିଂ ହୋଇଥିବା ଆରୋପ ଲଗାଇଛି ଦଳ । ରାଜ୍ୟ ସରକାରଙ୍କୁ କଂଗ୍ରେସର  ଆଟାକ୍ ଦେଖି ବିଜେପି ବି ପରୀକ୍ଷାର ସ୍ବଚ୍ଛତା ନେଇ ଉଠାଇଛି ପ୍ରଶ୍ନ ।

{"id":75866}

ପରୀକ୍ଷା ହେବା ପୂର୍ବରୁ ବିବାଦ ଘେରକୁ ଆସିଯାଇଛି ଏଏସଓ ପରୀକ୍ଷା । ପ୍ରଥମେ ଏହା ଡିସେମ୍ବର ୨୩ରେ ହେବାକୁ ଥିଲେ ବି ପରେ ଏହାକୁ ଜାନୁଆରୀ ୨୦ରେ ହେବାକୁ ନିର୍ଦ୍ଧାରଣ କରାଯାଇଛି । ଏହି ଦିବ୍ୟାଙ୍ଗ ପରୀକ୍ଷାର୍ଥୀ କେମିତି ପରୀକ୍ଷା ଦେବେ ତାହା ଓପିଏସସି ଚିନ୍ତା କରିବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.