ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ : ନିଜେ ସୁଟ୍ କରିଥିଲେ ଯୁବତୀ, ହ୍ୱାଟସଆପ୍ ଗ୍ରୁପରେ ପୋଷ୍ଟ କଲା ଭାବି ସ୍ୱାମୀ !

Published By : Prameya-News7 Bureau | May 15, 2021 IST

ଜଗତସିଂହପୁର,୧୫/୦୫: ହ୍ୱାଟସଆପ୍ ଗ୍ରୁପରେ ଭାଇରାଲ ହେଲା ଯୁବତଙ୍କ ଅଶ୍ଲୀଳ ଭିଡିଓ । ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍‌କୁ ନେଇ ତିର୍ତ୍ତୋଲ ଥାନା ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି । ଏକ ହ୍ୱାଟସ୍‌ଆପ୍‌ ଗ୍ରୁପରେ ଶୁକ୍ରବାର ଏପ୍ରକାର ଭିଡ଼ିଓ ପୋଷ୍ଟ ହେବା ପରେ ଚାଞ୍ଚଲ୍ୟ ପ୍ରକାଶ ପାଇଥିଲା । କାରଣ ଯୁବତୀଙ୍କ ଘର କୁଜଙ୍ଗ ବ୍ଲକ ଅଞ୍ଚଳରେ ହୋଇଥିବା ବେଳେ, ଯେଉଁ ଯୁବକ ଏହାକୁ ପୋଷ୍ଟ୍‌ କରିଥିଲେ ସେ ବି ଏହି ଅଞ୍ଚଳର ବାସିନ୍ଦା । ତେବେ କେଉଁ କାରଣରୁ ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓକୁ ସଂପୃକ୍ତ ଯୁବକ ଭାଇରାଲ୍‌ କରିଥିଲେ ତାହାର କାରଣ ଜଣାପଡ଼ୁ ନାହିଁ । ଏବେଯାଏ ପୁଲିସରେ କୌଣସି ଅଭିଯୋଗ ହୋଇନାହିଁ । ହେଲେ ଭିଡ଼ିଓଟି ବଜାରରେ ଘୂରି ବୁଲିବାକୁ ଲାଗିଲାଣି।

ଭିଡ଼ିଓରେ ଯୁବତୀ ଏକୁଟିଆ ନଜରକୁ ଆସୁଛନ୍ତି । ଏହାସହ ନିଜର ଅନ୍ତରଙ୍ଗ ମୂହୁର୍ତ୍ତର ଭିଡ଼ିଓ ସେ ନିଜେ ଉତ୍ତୋଳିତ କରୁଥିବା ଭଳି ଲାଗୁଛି । ତେବେ ଉକ୍ତ ଭିଡ଼ିଓଟି ସଂପୃକ୍ତ ଯୁବକଙ୍କ ହାତରେ କିଭଳି ଲାଗିଲା ତାହା ରହସ୍ୟଘେରରେ ରହିଯାଇଛି । କୁହାଯାଉଛି କି, ଯୁବକଙ୍କ ସହ ଏହି ଯୁବତୀଙ୍କ ବିବାହ ହେବାର ଅଛି । ହେଲେ ଏଭଳି ଭିଡ଼ିଓକୁ ସଂପୃକ୍ତ ଯୁବକ କାହିଁକି ଭାଇରାଲ୍‌ କଲେ ତାହାର କାରଣ ସାମ୍ନାକୁ ଆସୁନଥିବା ବେଳେ, ଗତକାଲିଠାରୁ ଉକ୍ତ ଭିଡ଼ିଓକୁ ଗ୍ରୁପ୍‌ରୁ କାଟି ଦିଆଯିବାକୁ ଭରପୂର ଉଦ୍ୟମ ହୋଇଥିଲା । ମାତ୍ର ସେତେବେଳକୁ ଉକ୍ତ ଭିଡ଼ିଓ ଅନ୍ୟ କେଉଁ ସୂତ୍ରରୁ ଭାଇରାଲ୍‌ ହୋଇସାରିଥିଲା ।

ଅପପରକ୍ଷେ ଏବେଯାଏ କୁଆଡ଼େ ପ୍ରଥମେ ଭିଡ଼ିଓକୁ ପୋଷ୍ଟ୍‌ କରିଥିବା ଯୁବକ ଉକ୍ତ ଖବର ଉପରେ ଅନ୍ଧାରରେ ରହିଛନ୍ତି । ଭୁଲ୍‌ କ୍ରମେ ସେ ଏପ୍ରକାର ପୋଷ୍ଟ୍‌ ଉକ୍ତ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଛାଡ଼ିଥିବା ଚର୍ଚ୍ଚାକୁ ଆସିଛି । ତେବେ ଏହା ଅପରାଧ ହୋଇଥିବା ବେଳେ ଆଗକୁ ଯୁବତୀ ଯଦି ଅଭିଯୋଗ ଆଣନ୍ତି ତାହେଲେ ସଂପୃକ୍ତ ଯୁବକ ଆଇନଗତ ଜାଲରେ ଛନ୍ଦି ହେବାର ଯଥେଷ୍ଟ ସମ୍ଭାବନା ରହୁଛି । ଏହା ଏକମାତ୍ର ଘଟଣା ନୁହେଁ । ଏଭଳି ଅନ୍ୟ ଅଶ୍ଳୀଳ ଭିଡ଼ିଓ ଆଗରୁ ବି ଭାଇରାଲ୍‌ ହୋଇଥିବାର ନଜିର ରହିଛି । ସଦ୍ୟ କେନ୍ଦ୍ରାପଡ଼ାରେ ଏଭଳି ଏକ ଅଶ୍ଳିଳ ଭିଡ଼ିଓକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.