ପ୍ରଶ୍ନ କଲେ ବିରୋଧୀ: କରୋନା ପାଇଁ ରାଜ୍ୟ ସରକାର କେତେ ପ୍ରସ୍ତୁତ ?

Published By : Prameya-News7 Bureau | March 12, 2020 IST

ଭୁବନେଶ୍ବର୧୨/୩: ଘାରୁଛି କରୋନା ଭୟ। ବିଦ୍ୟାଳୟଠାରୁ ଯାତ୍ରୀବାହୀ ବସ୍ ଯାଏଁ ସବୁଠି କରୋନା ଭାଇରସ୍‌କୁ ନେଇ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ଦାବି କରୁଛନ୍ତି ରାଜ୍ୟ ସରକାର। କିନ୍ତୁ ଏବେ ବି ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମୀ ଅସଜଡ଼ା ବୋଲି ଆକ୍ଷେପ କରିଛନ୍ତି ବିରୋଧୀ। କରୋନା ଭଳି ମହାମାରୀ ରୋଗ ଯଦି ବ୍ୟାପେ, ତେବେ ଏହାକୁ ନିୟନ୍ତ୍ରଣ କରିବା କାଠିକର ହେବ ବୋଲି ବିରୋଧୀ ଚେତେଇ ଦେଇଛନ୍ତି।

{"id":237287,"sizeSlug":"large"}

କରୋନା ପାଇଁ ସରକାର କେତେ ପ୍ରସ୍ତୁତ ? ସଂକ୍ରମଣ ବଢିଲେ ରାଜ୍ୟ ଏହାର ସଠିକ୍‌ ମୁକାବିଲା କରିପାରିବ ନା ନାହିଁ ? କରୋନାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା କରିବା ଏବଂ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ଏମିକି କିଛି ପ୍ରଶ୍ନ ଉଠିଲାଣି । ରାଜ୍ୟରେ ଯଦିବା କେହି ସଂକ୍ରମିତ ରୋଗୀ ଚିହ୍ନଟ ହୋଇନାହାନ୍ତି ତଥାପି ବି କିଭଳି କରୋନାକୁ ରୋକି ହେବ ସେ ନେଇ ରାଜ୍ୟ ସରକାର ତନାଘନା ଆରମ୍ଭ କରିଛନ୍ତି।

{"id":237288,"sizeSlug":"large"}

 ଯାତ୍ରୀବାହୀ ବସଗୁଡ଼ିକୁ ସାନିଟାଇଜ୍ କରିବାକୁ ସରକାର ଚିନ୍ତା କରୁଛନ୍ତି ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏନେଇ ମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ ଡାକି ଆଲୋଚନା କରିଛନ୍ତି । ଗ୍ରାଉଣ୍ଡ ରିଏଲିଟି କିନ୍ତୁ ଭିନ୍ନ ଚିତ୍ର ଦର୍ଶାଉଛି । ନା, ସରକାରଙ୍କ ନିର୍ଦ୍ଦେଶନାମା ଠିକ୍ ଭାବେ ବସମାଲିକଙ୍କ ପାଖେ ପହଞ୍ଚିଛି, ନା ସେମାନେ ନିଜ ଆଡୁ ଯାତ୍ରୀଙ୍କ ସୁରକ୍ଷା ପାଇଁ କୌଣସି  ପଦକ୍ଷେପ ନେଇଛନ୍ତି ।

{"id":237289,"sizeSlug":"large"}

ସେପଟେ, କରୋନା ଭୂତାଣୁର ଭୟାବହ ଦେଖି ସ୍କୁଲ ପିଲାମାନଙ୍କୁ ଗଣଶିକ୍ଷା ବିଭାଗ ସଚେତନ କରିବାକୁ ପଦକ୍ଷେପ ନେବା ଆରମ୍ଭ କରିଛି। ବିଭାଗୀୟ ମନ୍ତ୍ରୀ ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲରେ ପିଲାମାନଙ୍କୁ ​‌ପେପର୍​‌ ସୋପ୍ ଦେଇ  ସଚେତନ କରିଛନ୍ତି। ସ୍କୁଲରେ ମାସ୍କ ସବୁ ଶିକ୍ଷକଙ୍କ ପାଖରେ ମହଜୁତ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

{"id":237290,"sizeSlug":"large"}

ରାଜ୍ୟରେ ପରାକ୍ଷା ପାଇଁ ପଠାଯାଇଥିବା ପାଖାପାଖି ୨୦ଟି ସଂଦିଗ୍ଧ ମାମଲାରୁ ସମସ୍ତ କେଶ୍ ନେଗେଟିଭ୍ ବାହାରିଛି ।  କିନ୍ତୁ ବିରୋଧୀଙ୍କ ଆଶଙ୍କା ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମୀ ଠିକ୍ ନଥିବାରୁ, ସରକାର ଆଗୁଆ ସତର୍କ ରହିବା ନିହାତି ଜରୁରୀ । ଓଡ଼ିଶାର କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ଭୁବନେଶ୍ବରସ୍ଥିତ ଆର.ଏମ.ଆର.ସିରେ ପରୀକ୍ଷା କରାଯାଉଛି । ସେପଟେ, କଟକ ଏସ୍.ସି.ବି. ଏବଂ କ୍ୟାପିଟାଲ ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ ବ୍ୟବସ୍ଥା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.