Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
  • ||
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||

ଟିକେଟ କଟିବା ପରେ କ୍ଷୋଭ ପ୍ରକାଶ କଲେ ଆସିକା ବିଧାୟକ ଦେବରାଜ ମହାନ୍ତି, କହିଲେ ବିଜେଡି ପାଇଁ କରିବିନି ପ୍ରଚାର

19/03/2019 at 2:41 PM

ଭୁବନେଶ୍ବର ୧୯/୩ : ଟିକେଟ କଟିଥିବା ଆସ୍କା ବିଧାୟକ ଦେବରାଜ ମହାନ୍ତି ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି | ଦେବରାଜଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଆସିକା ଅଂଚଳର ସରପଞ୍ଚ ସମିତି ସଭ୍ୟ ଓ କର୍ମୀଙ୍କ ମେଳି କରିଛନ୍ତି | କର୍ମୀ ଓ ସ୍ଥାନୀୟ ନେତାମାନେ ବିଧାୟକଙ୍କ ଟିକେଟ କଟିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି |


ଅପରପକ୍ଷରେ ଟିକେଟ କଟିବା ନେଇ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଦେବରାଜ ମହାନ୍ତି | ଦଳ ପାଇଁ ଶତ ପ୍ରତିଶତ କାମ କରି ଆସୁଥିଲେ ବୋଲି କହିଛନ୍ତି | ସେ କହିଛନ୍ତି ଯେ, ଟିକେଟ ପାଇବି ବୋଲି ସେ ବେଶ ଆଶାବାଦୀ ଥିଲେ | ଟିକେଟ ମିଳିବ ବୋଲି ଦଳୀୟ ନେତୃତ୍ୱ କହିଥିଲେ | କିନ୍ତୁ ଶେଷରେ ଆଶ୍ଚର୍ଯ୍ୟଜନକ ଭାବେ ଟିକେଟ କାଟିଦେଲେ ବୋଲି କ୍ଷୋଭର ସହିତ କହିଛନ୍ତି | ଟିକେଟ ପାଇବା ପାଇଁ ସେ କୌଣସି କ୍ଷେତ୍ରରେ ଅଯୋଗ୍ୟ ନୁହନ୍ତି ବୋଲି ଦେବରାଜ କହିଛନ୍ତି | ଟିକେଟ ନମିଳିବା ଯୋଗୁଁ ତାଙ୍କର କର୍ମୀମାନେ ଅସନ୍ତୁଷ୍ଟ ଅଛନ୍ତି | ସେ ବିଜେଡି ଛାଡି ଅନ୍ୟ କୌଣସି ଦଳକୁ ଯିବେ କି ନାହିଁ ସିଧାସଳଖ ସ୍ପଷ୍ଟ କରି ନାହାନ୍ତି | ତେବେ ସେ କହିଛନ୍ତି ଯେ, ବହୁ ପ୍ରସ୍ତାବ ଆସୁଛି, ହେଲେ ମୋତ କୁଆଡେ ଯିବାର ନାହିଁ | ବିଜେଡି ପାଇଁ ମୁଁ ପ୍ରଚାର ବି କରିବିନି | ମୋ ବିବେକ ମୋତେ ବାଧା ଦେବ ବୋଲି କହିଛନ୍ତି |

   Related Posts