Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ମଣ୍ଡି ସମସ୍ୟାକୁ ନେଇ ତାତିଲେ ଚାଷୀ, ଆସିକା- ଭଞ୍ଜନଗର ରାସ୍ତା ଅବରୋଧ

4/03/2021 at 3:04 PM

ଆସିକା, ୦୪/୦୩: ରାଜ୍ୟରେ ମଣ୍ଡି ସମସ୍ୟା ବଢ଼ିବାରେ ଲାଗିଛି । ଚାଷୀ ଟୋକନ ପାଇଛନ୍ତି ହେଲେ ଧାନ ମଣ୍ଡିରେ ନିଆ ଯାଉନଥିବା ଅଭିଯୋଗ ହେଉଛି । ଏହାକୁ ନେଇ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କେନ୍ଦୁପଦରଠାରେ ଥିବା ମୁଖ୍ୟ  ରାସ୍ତାରେ ଆଜି ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି ।

ବହୁ ଦିନ ଧରି ଆସିକା ଅଞ୍ଚଳର ଚାଷୀମାନଙ୍କ ଅମଳ ହୋଇଥିବା ଧାନକୁ ମଣ୍ଡି ନେବାରେ ବିଳମ୍ବ ଅଭିଯୋଗ ଆଣି ଚାଷୀ ମାନେ ଆସିକା- ଭଞ୍ଜନଗର ରାସ୍ତାକୁ ବହୁ ସମୟ ଧରି ଅବରୋଧ କରିଥିବା ଜଣାପଡ଼ିଛି । ଆସିକାରୁ ଭଞ୍ଜନଗରକୁ ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ଗାଙ୍ଗପୁର ପୋଲିସ ଏବଂ ଆସିକା ବ୍ଳକ ପ୍ରଶାସନ ଅବରୋଧ ସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିଥିଲେ ।

ହେଲେ ଚାଷୀ ସେମାନଙ୍କ ଜିଦିରେ ଅଟଳ ରହିଛନ୍ତି । ତେଣୁ ରାସ୍ତା ଅବରୋଧ ହଟି ପାରି ନାହିଁ ।  ତୁରନ୍ତ ଚାଷୀ ମାନଙ୍କ ସମସ୍ୟା ସମାଧାନ ନ ହେଲେ ଏହିଭଳି ଆନ୍ଦୋଳନ ଚାଲୁ ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

   Related Posts