ଭୁଶୁଡିଲା ଅସ୍ଥାୟୀ ପୋଲ, ଆସିକା-ଦିଗପହଣ୍ଡି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
24/10/2019 at 9:23 AM

ସାନଖେମୁଣ୍ଡି୨୪|୧୦: ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲାର ସ୍ଥିତି ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ବିଶେଷକରି ସାନଖେମୁଣ୍ଡି ଅଞ୍ଚଳର ଅବସ୍ଥା ଉଦବେଗ ଜନକ ହୋଇପଡିଛି । ଉପର ମୁଣ୍ଡରେ ପାହାଡ଼ ଅଞ୍ଚଳରେ ବର୍ଷା ଯୋଗୁଁ ହଜାର ହଜାର ଏକର ଚାଷ ଜମି ଜଳ ମଗ୍ନ ସହ ବହୁ ଫସଲ ନଷ୍ଟ ହୋଇଥିବା ଜଣାପଡିଛି ।

ଅନ୍ୟ ପଟେ ଘୋଡାହାଡ଼ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।ଆସିକା ଦିଗପହଣ୍ଡି NH ରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି।ପାଟପୁର ସ୍ଥିତ ବୁଧେଶ୍ବର ମନ୍ଦିର ନିକଟ ପୋଚକା ନାଳ ଅସ୍ଥାୟୀ ପୋଲ ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଛି।
Related Posts
ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ
20 January 2021