ଅବସର ନେଲେ ଅସିତ ତ୍ରିପାଠୀ, WODCର ଅଧ୍ୟକ୍ଷ ଭାବେ ନେବେ ଦାୟିତ୍ବ
31/12/2020 at 8:04 PM

ଭୁବନେଶ୍ବର ୩୧/୧୨: ଅବସର ନେଲେ ଓଡ଼ିଶାର ୪୩ ତମ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ୧୯ ଅଗଷ୍ଟ ୨୦୧୯ରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ୧୯୮୬ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ଅସିତ ତ୍ରିପାଠୀ।
ତେବେ ଗୁରୁବାର ଅସିତ ତ୍ରିପାଠୀ ଅବସର ନେଇଛନ୍ତି। ଏହା ପରେ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବେ। ଅସିତ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଦାୟିତ୍ବରେ ଥିବା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସବୁବେଳେ ନିଜ କାର୍ଯ୍ୟ ଉପରେ ବିଶ୍ବାସ ରଖୁଥିବା ଶ୍ରୀଯୁକ୍ତ ତ୍ରୀପାଠୀ ଟିମ୍କୁ ନେଇ ରାଜ୍ୟ ବିକାଶକୁ ତ୍ବରାନ୍ବିତ କରିଛନ୍ତି।
କରୋନା କାଳରେ ଅସିତ ତ୍ରିପାଠୀଙ୍କ କାର୍ଯ୍ୟ ଓ ନିଷ୍ପତ୍ତି ଲୋକପ୍ରିୟତା ପାଇଛି। କୋଭିଡ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହ ମିଶି ସେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇଥିଲେ। ତେବେ ଅସିତ ତ୍ରିପାଠୀଙ୍କ ପରେ ରାଜ୍ୟର ମୁଖ୍ୟ ଶାସନ ସଚିବ ହୋଇଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ମହାପାତ୍ର। ତାଙ୍କର କାର୍ଯ୍ୟକାଳ ୨୦୨୨ ପର୍ଯ୍ୟନ୍ତ ରହିଛି। ପୂର୍ବରୁ ସେ ଉନ୍ନୟନ କମିଶନର ଦାୟିତ୍ବରେ ଥିଲେ।