ସମାନ ବ୍ୟାଚର ଆଇଏଏସ୍ ଅଧିକାରୀଙ୍କୁ ପଛରେ ପକାଇ ଅସିତ ତ୍ରିପାଠୀ କେମିତି ହେଲେ ମୁଖ୍ୟ ଶାସନ ସଚିବ, ଜାଣନ୍ତୁ ପୂରା ଖବର

Published By : Prameya-News7 Bureau | August 15, 2019 IST

ଭୁବନେଶ୍ବର ୧୫|୮: ଆଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ । ନୂଆ ମୁଖ୍ୟ ଶାସନ ସଚିବଙ୍କୁ ନିଯୁତ୍କି ଦେବା ସହ ପ୍ରଶାସନିକ ସ୍ତରରେ ଏକ ବଡ ବରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ବରିଷ୍ଠ  ଆଇଏଏସ ଅଫିସର ଅସିତ ତ୍ରୀପାଠିଙ୍କୁ ମିଳିଛି ନୂଆ ମୁଖ୍ୟ ଶାସନ ସଚିବ ପଦବୀ ।  ସେହିପରି  ତାଙ୍କ ସ୍ଥାନରେ ସମାନ ବ୍ୟାଚର ଆଇଏଏସ  ଅଧିକାରୀ  ସୁରେଶ ମହାପାତ୍ରଙ୍କୁ ଉନ୍ନୟନ କମିଶନର ଭାବେ  ନିଯୁକ୍ତି ମିଳିଛି ।

ପ୍ରଶାସନିକ ସ୍ତରରେ ବଡ ଧରଣ ବରିବର୍ତ୍ତନ । ବଦଳିଲେ ପ୍ରଶାସନର ମୁଖିଆ । ଅସିତ ତ୍ରୀପାଠୀ ହେଲେ ରାଜ୍ୟ  ମୁଖ୍ୟ ଶାସନ ସଚିବ । ୧୯୮୬ ବ୍ୟାଚ ଆଇଏଏସ  ଅଧିକାରୀ  ଅସିତ ତ୍ରୀପାଠୀ ଏହା ପୂର୍ବରୁ ଉନ୍ନୟନ କମିଶନ ,କେବିକେ ପ୍ରଶାସକ ଓ ଗୃହ ସଚିବ ଭାବେ କାର୍ଯ୍ୟକରୁଥିଲେ ।

ମୁଖ୍ୟ ଶାସନ ପଦବୀରେ ଥିବା  ଆଦିତ୍ୟ ପ୍ରସାଦ ପାଢୀ ଚାକିରୀରୁ ସ୍ବଛାକୃତ ଅବସର ନେଇ ରାଜ୍ୟ ନିର୍ବାଚନ କମିଶନ ଦାୟୀତ୍ବ ତୁଲାଇବାକୁ ଯାଉଥିବାରୁ ତାଙ୍କ ସ୍ଥାନରେ ଅସିତ ତ୍ରୀପାଠୀଙ୍କୁ ସରକାର ମୁଖ୍ୟ ଶାସନ ସଚିବ ପଦରେ ବସାଇଛନ୍ତି । ସେହିଭଳି ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ଥିବା ସମାନ ବ୍ୟାଚର ଆଇଏସ ଅଫିସର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଉନ୍ନୟନ କମିଶନର ଭାବେ ନୂଆ ଦାୟୀତ୍ବ ମିଳିଛି ।

ଏହା ସହ ସୁରେଶ ମହାପାତ୍ରଙ୍କୁ ଶ୍ରୀମନ୍ଦିରର ପ୍ରଶାସନର କାଯ୍ୟକାରୀ ଅଧ୍ୟକ୍ଷର ଅତିରିକ୍ତ ଦାୟୀତ୍ବ ମିଳିଛି । ସେହିଭଳି ଶ୍ରୀମନ୍ଦିର ପ୍ରଶାସକ ଓ ଗଣଶିକ୍ଷା ବିଭାଗର ସଚିବ ଥିବା ପ୍ରଦିପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟୀତ୍ବ ମିଳିଛି କିଶନ କୁମାରଙ୍କୁ । ଏହି ଦାୟୀତ୍ବ ସମ୍ଭାଳିବା ସହ ସେ ପୂର୍ବପରି ପୂର୍ତ୍ତ ସଚିବ ଦାୟୀତ୍ବରେ ରହିବେ ।

ସେହିଭଳି ଅବସର ପ୍ରାପ୍ତ ଆଇଏଏସ ଅଫିସର ଆର ବାଲକ୍ରିଷ୍ଣନ ମୁଖ୍ୟମନ୍ତ୍ରୀଙ୍କ ତପ୍ତରର ମୁଖ୍ୟ ପରାମର୍ଶ ଦାତା ଭାବେ କାମ ତୁଲାଇବେ । ସିଏମଓରେ ଏହି ପଦବୀ ନୂଆକରି ସୃଷ୍ଟି କରାଯାଇଛି ।

୨୦୧୯ ନିର୍ବାଚନ ପ୍ରଶାସନିକ ସ୍ତରରେ ଅଦଳ ବଦଳ ହେବା ନେଇ ଚର୍ଚ୍ଚା ଚାଲିଥିଲା । ଖାସ କରି ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ବଦଳାଇ ନୂଆ ଚେହେରା ଆଗକୁ ଆଣିଯିବ ବୋଲି କୁହାଯାଉଥିଲା । ସେହି ଅନୁସାରେ ଡିଜି ଓ ମୁଖ୍ୟ ଶାସନ ସଚିବ ସ୍ତରରେ ଅଦଳ ବଦଳ ହୋଇଛି ।

 ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ ଅନେକ ଦିନ ହେଲା କଳ୍ପନା ଜଳ୍ପନା ଚାଲିଥିଲା । ଅସିତ ତ୍ରୀପାଠୀ ଓ ସୁରେଶ ମହାପାତ୍ରଙ୍କ ନାଁକୁ ନେଇ ଅଟକଳ ହେଉଥିଲା । ଦୁଇ ଜଣ ସମାନ ବ୍ୟାଚର ଅଫିସର ହୋଇଥିବାରୁ ସରକାର କାହାକୁ ପ୍ରଶାସନର ମୁଖିଆ କରିବେ ତାହା ଉପରେ ସମସ୍ତଙ୍କ ନଜର ଥିଲା ।

 ଦୁହେଁ ସମାନ ବ୍ୟାଚର ହୋଇଥିଲେ ବି ଅସିତ ତ୍ରୀପାଠୀ ବୟସ ଦୃଷ୍ଟିରୁ ସୁରେଶ ମହାପାତ୍ରଙ୍କଠୁ ବଡ । ତାଙ୍କ କାର୍ଯ୍ୟକାଳ ସୁରେଶ ମହାପାତ୍ରଙ୍କ ଅବସର ନେବାର ଆଗରୁ ସରୁଥିବାରୁ ଅସିତ ତ୍ରାପାଠୀଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ବସାଯାଇଛି । ଓ ପରେ ସୁରେଶ ମହାପାତ୍ରଙ୍କୁ ପାଇଁ ଏହି ପଦକୁ ଯିବାର ସୁଯୋଗ ରହିଛି । 

ଏବେ ମୁଖ୍ୟ ଶାସନ ସଚିବ ଓ ଡିଜି ବଦଳିବା ପରେ ଆଗକୁ ଆଇଏସ ଓ ଆଇପିଏସ ସ୍ତରରେ ପୁଣି ଅଦଳ ବଦଳ ହେବା ନେଇ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.