ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ଅସିତ ତ୍ରିପାଠୀ, କହିଲେ 5-Tକୁ ଦେବେ ଗୁରୁତ୍ବ

Published By : Prameya-News7 Bureau | August 19, 2019 IST

ଭୁବନେଶ୍ବର ୧୯|୮: ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅସିତ ତ୍ରିପାଠୀ । ଆଦିତ୍ୟ ପାଢୀଙ୍କଠାରୁ ସେ ଦାୟିତ୍ବ ନେଇଛନ୍ତି । ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅସିତ ତ୍ରିପାଠୀ ହୋଇଛନ୍ତି ରାଜ୍ୟର ୪୩ତମ ମୁଖ୍ୟ ଶାସନ ସଚିବ ।

ଦାୟିତ୍ବ ଗ୍ରହଣ କରିବା ପରେ ଅସିତ ତ୍ରିପାଠୀ କହିଛନ୍ତି ମୋ ସମୟକାଳରେ ଫାଇଲ୍ ମୁଭମେଣ୍ଟ ତ୍ବରାନ୍ବିତ କରାଯିବ । ଯେକୌଣସି କାର୍ଯ୍ୟର ନିଷ୍ପତ୍ତି ତୁରନ୍ତ ନିଆଯିବ । ୪ଟି ଦିଗ ଉପରେ ଦିଆଯିବ ପ୍ରାଥମିକତା । ୫-ଟି ସବୁ ବିଭାଗରେ ଲାଗୁ ହେବାକୁ ଦିଆଯିବ ଗୁରୁତ୍ବ । ସମୟ ଓ ଭିତ୍ତିଭୂମି ଉପରେ ଦିଆଯିବ ଗୁରୁତ୍ବ । ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ନେଇ ଦିଆଯିବ ନଜର ।

ଉନ୍ନୟନ କମିଶନର ଭାବେ ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି । କୃଷି ଉତ୍ପାଦନ କମିଶନର ଭାବେ ୧୯୮୮ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ର ଦାୟିତ୍ବ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.