ଆଶୀର୍ବାଦ ବେହେରାଙ୍କୁ ଆଶ୍ୱସ୍ତି, ସିବିଆଇ ତଦନ୍ତ ବନ୍ଦ କରିବାକୁ କହିଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | September 14, 2020 IST

କଟକ,୧୪|୦୯:  ଓଡିଶା ଅଲିମ୍ପିକ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ଵେହେରାଙ୍କ ପାଇଁ ଆଶ୍ଵସ୍ତିକର ଖବର । ତାଙ୍କ ବିରୋଧରେ ହେଉଥିବା ସି ବି ଆଇ ତଦନ୍ତ ବନ୍ଦ କରିବା ଲାଗି ସର୍ଵୋଚ୍ଚ ନ୍ୟାୟାଳୟ କହିଛନ୍ତି ।

ଗତ ଶୁକ୍ରବାର ସିବିଆଇ ଏ ସକ୍ରାନ୍ତରେ ରିପୋର୍ଟ ଦାଖଲ କରିଥଲା । ଯେଉଁଥିରେ ଉଲ୍ଲେଖ ରହିଥିଲା ଯେ, ଓଡ଼ିଆ ଅଲିମ୍ପିକ ଆସୋସିଏସନ ଜମି ଜବରଦଖଲ କିମ୍ବା ସେଠାରେ ବେଆଇନ ନିର୍ମାଣ ଅବା ତାକୁ ନେଇ ଆର୍ଥିକ ଅନିୟମିତତାର ମାମଲାର ତଦନ୍ତ ହେଉଥିଲା ।

ଯେଉଁ ଅଭିଯୋଗ ଆଧାରରେ ସିବିଆଇ ତଦନ୍ତ ହେଉଥିଲା ସେଥିରେ ଆଶୀର୍ବାଦଙ୍କର କୌଣସି ଅପରାଧୀକ ପୃଷ୍ଠଭୁମୀ ଥିବା ନେଇ ଯୋଗ୍ୟ ପ୍ରମାଣ ମିଳିନାହିଁ । ତେଣୁ ତଦନ୍ତ ବନ୍ଦ କରିବା ପାଇଁ ସିବିଆଇ ରିପୋର୍ଟରେ ଦର୍ଶାଇବା ପରେ ସୁପ୍ରିମକୋର୍ଟ ତାକୁ ମଞ୍ଜୁର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.