Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ସରକାରୀ ସହାୟତା ଅପେକ୍ଷାରେ ଅସିମ୍‌: ଚିକିତ୍ସା ପାଇଁ ଦରକାର ଲକ୍ଷାଧିକ ଟଙ୍କା

10/06/2020 at 9:55 PM

ବାଲିପାଟଣା୧୦/୬: କେତେବେଳେ କାହା ଭାଗ୍ୟରେ କଣ ଅଛି କହିବା ମୁସ୍କିଲ୍ । ଜୀବନରେ କେତେବେଳେ ଯେ କଳା ବାଦଲ ମାଡି ଆସିବ ତାହା କାହାରିକୁ ଜଣାନାହିଁ। ବେଳେବେଳେ କିଛି ବ୍ୟକ୍ତି କିମ୍ବା ପରିବାର ଉପରେ ଦୁଃଖର ପାହାଡ ଖସିପଡେ । ସେହିଭଳି ଏକ ଘଟଣା ଘଟିଛି। ଅସୀମ୍‌ଙ୍କ କ୍ଷେତ୍ରରେ । ହସ ଖୁସିରେ ସବୁକିଛି ଚାଲିଥିଲା । ହଠାତ୍ ଅସୁସ୍ଥ ହୋଇ ଚେତାଶୂନ୍ୟ ହୋଇପଡିଲେ ଅସୀମ୍ । ଚିକିତ୍ସା ପାଇଁ ଦରକାର ପଡୁଛି ପ୍ରାୟ ଲକ୍ଷାଧିକ ଟଙ୍କା , ଯାହାକୁ ଯୋଗାଡ କରିବା ଅସୀମ୍‌ଙ୍କ ପରିବାର ପକ୍ଷେ ଅସମ୍ଭବ ହୋଇପଡୁଛି। ନେହୁରା ହୋଇ ପରିବାର ଲୋକ ସରକାରଙ୍କୁ ମାଗିଛନ୍ତି ସାହାର୍ଯ୍ୟ।

ଅସୀମ୍ ଅମିତାଭ ବାରିକ । ବୟସ ୩୦ ବର୍ଷ । ଘର କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ତରାସ ଗ୍ରାମରେ । ଉତରା ଛକରେ ଘରଭଡା ନେଇ ରହୁଛନ୍ତି ଅସୀମ୍‌ଙ୍କ ପରିବାର । ଏକ ବେସରକାରୀ ସଂସ୍ଥାରେ ପ୍ରୋଜେକ୍ଟ କୋଡିନେଟର ଭାବେ କାର୍ଯ୍ୟକରି ମାସିକ ୨୦ ହଜାର ଟଙ୍କା ରୋଜଗାର କରୁଥିଲେ । ଅସୀମ ବର୍ତ୍ତମାନ ବେଡରେ ଶୋଇ ରହୁଛନ୍ତି । ଚାଲିବା କିମ୍ବା କଥା କହିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଜାନୁୟାରୀ ୩୦ ତାରିଖ ଦିନ ପୂର୍ବେ ଏକ ବିବାହ ଭୋଜିକୁ ଯାଇଥିଲେ ଅସୀମ୍ ।

ଉଚ୍ଚ ରକ୍ତଚାପ ହେତୁ ଚେତାଶୂନ୍ୟ ହୋଇ ତଳେ ପଡିଗଲେ ଅସୀମ୍ । ସାଙ୍ଗମାନେ ତାଙ୍କୁ ତୁରନ୍ତ ମେଡିକାଲ୍ ରେ ଭର୍ତ୍ତି କରିଛନ୍ତି । ଉଚ୍ଚ ରକ୍ତଚାପ ହେତୁ ତାଙ୍କର ବ୍ରେନ ଷ୍ଟ୍ରୋକ୍‌ ହୋଇଯାଇଥିବା ଡାକ୍ତର ସୂଚନା ଦେଲେ । ସଙ୍ଗେ ସଙ୍ଗେ ଟଙ୍କା ଦରକାର ପଡିଲା ଅପେରେସନ୍ ଲାଗି ତାଙ୍କ ପରିବାର ଧାର, ଉଧାର, କରଜ କରି ଅପରେସନ୍ କଲେ । ଅପରେସନ୍ ରେ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ପରବର୍ତ୍ତୀ ସମୟରେ ମେଡିସିନ୍ ରେ ଦୁଇଲକ୍ଷ ଟଙ୍କା ଖର୍ଚ୍ଚ ସରିଲାଣି । ତଥାପି ସମ୍ପୂର୍ଣ୍ଣ ସୁସ୍ଥ ହୋଇପରିଲେନି ଅସୀମ୍। ମୁଣ୍ଡ ଖପୁରୀର ଏକ ଅଂଶ ତାଙ୍କ ପେଟ ଭିତରେ ରହିଛି । ଅପରେସନ୍ ପରେ ତାହାକୁ ପୁନର୍ବାର ମୁଣ୍ଡରେ ପ୍ରତିରୋପଣ କରାଯିବ । ପୁନର୍ବାର ଅପରେସନ୍ ପାଇଁ ଆବଶ୍ୟକ ପଡୁଛି ଲକ୍ଷାଧିକ ଟଙ୍କା । ପରବର୍ତି ମେଡିସିନ୍ ରେ ମଧ୍ୟ ଟଙ୍କା ଖର୍ଚ୍ଚ ହେବ । ଅପରେସନ୍ ପରେ ଅସୀମ୍ ଚାଲିବା ସହ କଥାବାର୍ତ୍ତା କରିପାରିବେ ଏବଂ ସୁସ୍ଥ ହୋଇପାରିବେ ବୋଲି ଡାକ୍ତର କହିଛନ୍ତି ।

ଅସୀମଙ୍କ ମାଆ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଯାଇଛନ୍ତି । ବାପା ମଧ୍ୟ ପକ୍ଷାଘାତ ରୋଗରେ ପୀଡିତ । ମାସକୁ ପ୍ରାୟ ୪୦ ହଜାର ଟଙ୍କା ଖର୍ଚ୍ଚ ହେଉଛି ଚିକିତ୍ସାରେ । ବାପାଙ୍କର ପେନ୍‌ସନ୍ ୧୫ ହଜାର ବାଦ୍ ପ୍ରତିମାସରେ ଦରକାର ପଡୁଛି ୨୫ ହଜାର ଟଙ୍କା । ଅସୀମ୍ ସୁସ୍ଥ ହୋଇଗଲେ ଦୁଇପଇସା ରୋଗଜାର କରି ପରିବାରର କଷ୍ଟକୁ ଦୂର କରିପାରିବ ବୋଲି ଆଶା ରଖିଛନ୍ତି ପରିବାର। ଅସୀମ୍ ର ଚିକିତ୍ସା ପାଇଁ ଆବଶ୍ୟକ ପଡୁଥିବା ଅର୍ଥ ପାଇଁ ସରକାରୀ , ବେସରକାରୀ ସଂସ୍ଥା କିମ୍ବା କୌଣସି ସହହୃଦୟ ବ୍ୟକ୍ତି ସହଯୋଗର ହାତ ବଢାଇବାକୁ ଆକୁଳ ନିବେଦନ କରିଛନ୍ତି।

ଅସୀମ୍‌ଙ୍କ ପରିବାର। ଆପଣ ଚାହିଁଲେ ଅସୀମ୍ ଙ୍କୁ ସାହାର୍ଯ୍ୟ କରିପାରିବେ । ଅର୍ଥ ପଠାଇବାକୁ ଚାହୁଁଥିଲେ ଆକାଉଣ୍ଟ ନମ୍ବର ୧୦୭୦୨୩୭୮୧୯୬, ଆଇ.ଏଫ.ଏସ.ସି – sbin0008874, ନାମ-ବସନ୍ତ କୁମାର ବାରିକ ରେ ଅର୍ଥ ପଠାଇ ପାରିବେ । ଗୁଗୁଲ୍ ପେ ରେ ସାହାର୍ଯ୍ୟ କରିବାକୁ ଚାହୁଁଥିଲେ ୯୫୮୩୨୮୩୨୮୩ (କମଳକାନ୍ତ ବାରିକ, ଅମୀମ୍‌ଙ୍କ ମାମୁଁ) ନମ୍ବରରେ ପଠାଇପାରିବେ । ଆପଣଙ୍କ ଟିକିଏ ସାହାର୍ଯ୍ୟ ଏକ ବୁଡିଯାଉଥିବା ପରିବାରକୁ ବଞ୍ଚାଇବା ସହ ଅସୀମ୍‌ କୁ ଏକ ନୂଆ ଜୀବନ ଦେଇପାରିବ ।

   Related Posts