ସନ୍ନୀ ଲିଓନଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ବିଗ୍‌ବସ୍ ଫେମ୍‌ ଆସୀମ ରିୟାଜ…ବଲିଉଡରେ ବିଗ୍‌ ବ୍ରେକ୍‌

Published By : Prameya-News7 Bureau | January 24, 2020 IST

ମୁମ୍ବାଇ୨୪|୧: ବିଗ୍‌ ବସ୍‌ ୧୩ ର ପ୍ରତିଯୋଗୀ ଅସୀମ ରିୟାଜ ଖୁବ ଚର୍ଚ୍ଚାରେ ଅଛନ୍ତି। ଅଧିକାଂଶ ସମୟରେ ଆସୀମ ଓ ସିର୍ଦ୍ଧାର୍ଥ ଶୁକ୍ଳାଙ୍କ ଝଗଡା ଦେଖିବାକୁ ମିଳେ। ଯାହା ଦର୍ଶକ ମଧ୍ୟ ଖୁବ ଏନ୍‌ଜଏ କରୁଛନ୍ତି। ଫିନାଲେ ଏପିସୋଡ୍‌କୁ ଆଉ କିଛିଦିନ ବାକି ଥିବାବେଳେ ଏବେ ଘରେ ପୁଣି ଝଗଡାର ମାହୋଲ ଦେଖିବାକୁ ମିଳିଛି। ଆସୀମ ବିଗ୍‌ ବସ୍‌ ଘରେ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ନିଜର ଶତ୍ରୁତାକୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି। ଏହା ସହ ହିମାଂସି ଖୁରାନାଙ୍କ ପାଇଁ ଥିବା ଭଲ ପାଇବାକୁ ମଧ୍ୟ ଫ୍ୟାନ୍ସମାନେ ବହୁତ ପସନ୍ଦ କରୁଛନ୍ତି।

{"id":215334,"sizeSlug":"large"}

ସୂଚନାଯୋଗ୍ୟ ଯେ, ବିଗ୍‌ ବସ୍‌ ପରେ ଆସୀମ୍‌ଙ୍କ ବଡ ବ୍ରେକ୍‌ ମିଳିପାରେ। ଆସୀମ ବଲିଉଡର ଏକ ଫିଲ୍ମ ସାଇନ୍‌ କରିପାରନ୍ତି। ଏହା ଆସୀମଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର। ନିର୍ଦ୍ଦେଶକ ମହେଶ ଭଟ୍ଟ ନିଜର ଆଗାମୀ ଫିଲ୍ମ ପାଇଁ ଅସୀମ ରିୟାଜଙ୍କୁ ସାଇନ୍‌ କରିବେ ବୋଲି ଫାଇନାଲ କରିଛନ୍ତି। ଏହି ଫିଲ୍ମରେ ରିୟାଜଙ୍କ ବିପକ୍ଷରେ ବଲିଉଡର ହଟ୍‌ ଅଭିନେତ୍ରୀ ସନୀ ଲିଓନ ଅଭିନୟ କରିବେ।

{"id":215335,"sizeSlug":"large"}

ଏହା ପୂର୍ବରୁ ଅସୀମ ବରୁଣ ଧୱନଙ୍କ ଫିଲ୍ମ 'ମେ ତେରା ହିରୋ' ରେ ନଜର ଆସିସାରିଛନ୍ତି। କିନ୍ତୁ ଏହି ଫିଲ୍ମରେ ଖୁବ୍‌ କମ ସମୟ ପାଇଁ ନଜର ଆସିଥିଲେ ଆସୀମ୍‌। ରିୟାଜ ପ୍ରଥମରୁ ଜଣେ ଭଲ ମଡେଲ।

{"id":215336,"sizeSlug":"large"}

ନିଜ ବଡି ବିଲ୍ଡିଂ ପାଇଁ ସେ ଖୁବ ଚର୍ଚ୍ଚାରେ ରୁହନ୍ତି। ସେ ଅନେକ ଗୁଡିଏ ଇଣ୍ଟରନ୍ୟାସନାଲ ପ୍ରୋଜେକ୍ଟ ପାଇଁ ମଧ୍ୟ ମଡେଲିଂ କରିଛନ୍ତି। ବିଗ୍‌ ବସ୍‌ରେ ନଜର ଆସିବା ପରେ ସୋସିଆଲ ମିଡିଆରେ ଅସୀମଙ୍କର ଫଲୋଅର୍ସ ବଢିବାରେ ଲାଗିଛନ୍ତି। ତେବେ ବଲିଉଡରେ ଆସୀମଙ୍କ ଯାତ୍ରା କେମିତି ରହିବ ତାହା ଆଗକୁ ଜଣା ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.