Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ହିମାଂସି ଖୁରାନାଙ୍କ ସହ ବ୍ରେକଅପ ଖବର ଉପରେ ଅସୀମ ରିୟାଜଙ୍କ ଜବାବ : “କିଏ କଣ କହେ ମୋତେ କିଛି ଫରକ ପଡ଼େନି”

8/04/2020 at 1:23 PM

ନୂଆଦିଲ୍ଲୀ ୦୮/୦୪ : ବିଗବସ ସିଜନ-୧୩ ଫେମ ହିମାଂସି ଓ ଅସୀମ ରିୟାଜଙ୍କ ପ୍ରେମ ସମ୍ପର୍କରେ ସମସ୍ତେ ଜାଣିଛନ୍ତି | ଉଭୟ ପରସ୍ପର ପ୍ରେମରେ ବୁଡି ରହିଛନ୍ତି | ଉଭୟଙ୍କୁ ଅଧିକାଂଶ ସମୟରେ ଏକାଠି ଦେଖିବାକୁ ମିଳେ | କିନ୍ତୁ ହିମାଂସି ଏପ୍ରିଲ ୭ ତାରିଖରେ ନିଜ ଟ୍ୱିଟର ଆକାଉଣ୍ଟରେ ଏମିତି ଏକ ଟ୍ୱିଟ କରିଛନ୍ତି ଯାହାକୁ ପଢି ଲୋକେ ଭାବିଲେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି |

ହିମାଂସି ନିଜ ଟ୍ୱିଟର ପେଜରେ ଲେଖିଛନ୍ତି ଯେ, “କେହି ମଧ୍ୟ ଆମକୁ ଏକାଠି ଦେଖିବାକୁ ଚାହୁଁନାହାନ୍ତି |” ଏହାସହ ସେ ଏକ ଭଙ୍ଗା ହୃଦୟ ଇମୋଜୀ ମଧ୍ୟ ପୋଷ୍ଟ କରିଛନ୍ତି | ହିମାଂସିଙ୍କ ଏହି ଟ୍ୱିଟ ପରେ ତାଙ୍କ ପ୍ରଶଂସକ ନାନା ସନ୍ଦେହ କରୁଛନ୍ତି | କେହି କେହି ଭାବିଲେ ଉଭୟଙ୍କ ବ୍ରେକଅପ ହୋଇଯାଇଛି | ଆଉ କେହି କେହି ଭାବୁଛନ୍ତି ସେ ମଜାକରେ ଏମିତି ଲେଖିଛନ୍ତି | ସମସ୍ତେ ନିଜ ନିଜ ହିସାବରେ ଅନ୍ଦାଜ ଲଗାଉଛନ୍ତି | ଶେଷରେ ଅସୀମ ହିମାଂସିଙ୍କ ଟ୍ୱିଟର ଜବାବ ଦେଇ ସବୁ ସଫା କରିଦେଇଛନ୍ତି |

ଅସୀମ ନିଜ ପ୍ରଶଂସକଙ୍କୁ ଜବାବ ଦେଇଛନ୍ତି ଯେ, ଉଭୟଙ୍କ ସମ୍ପର୍କ ଠିକ ଅଛି | ଅସୀମ ହିମାଂସିଙ୍କ ଟ୍ୱିଟର ଜବାବ ରେ କହିଛନ୍ତି, “ବେବି ମୁଁ ତମ ସଂଗେ ଅଛି | କିଏ କଣ କହୁଛି କଣ କରୁଛି ସେଥିରେ ମୋତେ କିଛି ଫରକ ପଡ଼େନି |”

ଅସୀମଙ୍କ ଏହି ଜବାବ ପରେ ଉଭୟଙ୍କ ସମ୍ପର୍କ ଭଲ ଥିବା ସଫା ହୋଇଯାଇଛି | ତେବେ କିଛି ଲୋକ ଉଭୟଙ୍କ ସମ୍ପର୍କକୁ ବିରୋଧ କରୁଥିବା ଉଭୟଙ୍କ ଟ୍ୱିଟରୁ ସଫା ସଫା ଜଣାପଡୁଛି |

ଅସୀମ ଓ ହିମାଂସି ପ୍ରଥମ ସାକ୍ଷାତ ବିଗବସ ସିଜନ-୧୩ ରେ ହୋଇଥିଲା | ହିମାଂସିଙ୍କୁ ଦେଖି ଅସୀମ ତାଙ୍କ ସୌନ୍ଦର୍ଯ୍ୟର ଦିବାନା ହୋଇଯାଇଥିଲେ | ଅସୀମ ହିମାଂସିଙ୍କୁ ତାଙ୍କ ବିଗବସ ଘରେ ହିଁ ପ୍ରପୋଜ କରିଥିଲେ | ସେତେବେଳେ କିନ୍ତୁ ହିମାଂସି ଅନ୍ୟ ଜଣଙ୍କୁ ଡେଟ କରୁଥିଲେ ସେଥିପାଇଁ ସେ ଅସୀମଙ୍କୁ ଏତେ ଗୁରୁତ୍ୱ ଦେଇନଥିଲେ ଏବଂ ମନା କରିଦେଇଥିଲେ | କିନ୍ତୁ ବିଗବସରୁ ବାହାରିବା ପରେ ହିମାଂସିଙ୍କର ବ୍ରେକଅପ ହୋଇଯାଇଥିଲା | ଏହାପରେ ସେ ପୁଣିଥରେ ଏକ ଟାସ୍କ ପାଇଁ ବିଗବସ ଘରକୁ ଯାଇଥିଲେ ଏବଂ ଅସୀମଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲେ | ଉଭୟଙ୍କ ଯୋଡିକୁ ଲୋକେ ବହୁତ ପସନ୍ଦ କରିଛନ୍ତି |

   Related Posts