ଏସିଆର ସବୁଠୁ ଧନୀ ମହିଳା ଛାଡିଲେ ଚୀନର ନାଗରିକତା, ‘ଗୋଲ୍ଡେନ ପାସପୋର୍ଟ’ ହାସଲ କରି ପହଞ୍ଚିଲେ ୟୁରୋପ

Published By : Prameya-News7 Bureau | August 28, 2020 IST

ନୂଆଦିଲ୍ଲୀ ୨୮।୦୮: ଚୀନର ଅରବପତି ଏବେ ୟୁରୋପ ଦେଶ ମୁହାଁ ହେବାରେ ଲାଗିଛନ୍ତି। ଏଥିପାଇଁ ସେମାନେ ମୋଟା ଅଙ୍କର ଅର୍ଥ ମଧ୍ୟ ଖର୍ଚ୍ଚ କରୁଛନ୍ତି। ଚୀନର ବିତ୍ତଶାଳୀ  ବ୍ୟକ୍ତିମାନଙ୍କ ପ୍ରାଥମିକତା ଦେଶ ମଧ୍ୟରେ ସାଇପ୍ରସ ରହିଛି। ଏହି ଦେଶ ଧନୀ ଲୋକଙ୍କ ପାଇଁ ‘ଗୋଲ୍ଡେନ ପାସପୋର୍ଟ’ ଜାରି କରୁଛି। ଏହାର ସୂଚନା ଲିକ୍‌ ହୋଇଥିବା ରିପୋର୍ଟ ଜରିଆରେ ସାମ୍ନାକୁ ଆସିଛି। ରିପୋର୍ଟରେ କୁହାଯାଇଛି ଚୀନର ସବୁଠୁ ଧନୀ  ମହିଳା ୟାଙ୍ଗ ହୁଇୟାନ ଚୀନର ନାଗରିକତା ଛାଡି  ସାଇପ୍ରସର ଗୋଲ୍ଡେନ ପାସପୋର୍ଟ ଜରିଆରେ ୟୁରୋପୀୟ ସଂଘର ନାଗରିକତା ହାସଲ କରିଛନ୍ତି। ତାଙ୍କୁ ୨୦୧୮  ଅକ୍ଟୋବର ୨୩ରେ  ହିଁ ସାଇପ୍ରସର ନାଗରିକତା ମିଳି ସାରିଥିଲା।

କେମିତି ମିଳିଲା ସାଇପ୍ରସ ନାଗରିକତା

ୟାଙ୍ଗ ହୁଇୟାନ ସେହି ୫୦୦ ଚୀନ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ, ଯିଏ ଗୋଲ୍ଡେନ୍ ପାସପୋର୍ଟ ହାସଲ  ପାଇଁ ୨ ମିଲିୟନ ୟୁରୋ ଅର୍ଥ ସାଇପ୍ରସରେ ନିବେଶ କରିଛନ୍ତି। ସାଇପ୍ରସ ସେହି ଧନୀ ବ୍ୟକ୍ତିଙ୍କୁ ନିଜ ଦେଶର ନାଗରିକତା ପ୍ରଦାନ କରୁଛନ୍ତି, ଯେଉଁମାନେ ସାଇପ୍ରସରେ ଅତି କମରେ ୨ ମିଲିୟନ ୟୁରୋ ନିବେଶ କରି ପାରିବେ ଏବଂ ସାଇପ୍ରସର ଅର୍ଥବ୍ୟବସ୍ଥାକୁ ଆଗକୁ ନେବାରେ ସାହାଯ୍ୟ କରି ପାରିବେ। ଏଥିରେ ଚୀନର ଅନେକ ବିତ୍ତଶାଳୀ ବ୍ୟକ୍ତିଙ୍କ ନାମ ସାମିଲ।

କିଏ ଏହି ୟାଙ୍ଗ ହୁଇୟାନ

ୟାଙ୍ଗ ହୁଇୟାନ ଚୀନର ରିଏଲ ଏଷ୍ଟେଟ କମ୍ପାନୀ କଣ୍ଟ୍ରି ଗାର୍ଡେନର ମାଲିକାଣୀ ଏବଂ ଚୀନର ସବୁଠୁ ଧନୀ ମହିଳା। ୟାଙ୍ଗ  ହୁଇୟାନଙ୍କୁ ଫୋବର୍ସ ୨୦୨୦ରେ ଦୁନିଆର ଷଷ୍ଠ ସବୁଠୁ ଧନୀ ମହିଳାର ମାନ୍ୟତା ଦେଇଥିଲା। ତାଙ୍କ ସଂପତ୍ତିର ମୂଲ୍ୟ ୨୦.୩ ବିଲିୟନ ଡଲାର କୁହାଯାଇଥିଲା। ୟାଙ୍ଗଙ୍କ ପାଖକୁ ଅଧିକାଂଶ ସଂପତ୍ତି ତାଙ୍କ ବାପା ୟୁଏଙ୍ଗ କ୍ଵକ କେଉଙ୍ଗ ନିକଟରୁ ଆସିଛି, ଯିଏ ଚୀନର ଶୀର୍ଷ ରାଜନୈତିକ ବ୍ୟକ୍ତି ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.