ଏହି ୫ଜଣ ହେଲେ ବିଶ୍ବର ସବୁଠୁ ଲମ୍ବା ଝିଅ

Published By : Prameya-News7 Bureau | May 15, 2019 IST

wp:heading {"level":5}
ବିଶ୍ବର ଏହି ୫ଜଣ ମହିଳାଙ୍କ ଉଚ୍ଚତା ଦେଖିଲେ ଯେକୌଣସି ବ୍ୟକ୍ତି ଆଚମ୍ବିତ ହେବ। ଏହି ୫ ଜଣ ସବୁଠୁ ଡେଙ୍ଗୀ ମହିଳାଙ୍କ ବିଷୟରେ ଜାଣନ୍ତୁ
/wp:heading wp:heading {"level":5}
୧- (Heather Green ) ହେଦର ଗ୍ରୀନ
/wp:heading {"id":112096}
wp:heading {"level":5}
ୟେ ହେଉଛନ୍ତି  ଲମ୍ବାରେ ବିଶ୍ବର ପଞ୍ଚମ ସ୍ଥାନରେ ଥିବା ମହିଳା । ତାଙ୍କ ନାଁ ହେଦର ଗ୍ରୀନ । ହେଦରଙ୍କ ଉଚ୍ଚତା ୬ ଫୁଟ୍‌ ୫.୫ ଇଂଚ। ହେଦର ଲସ ଭେଗାସରେ ରୁହନ୍ତି। ଅଧିକ ଲମ୍ବା ହୋଇଥିବାରୁ ସେ ଅଧିକାଂଶ ସମୟ ନିଜ ପୋଷାକ ଓ ସ୍ବାସ୍ଥ ପାଇଁ ଚିନ୍ତିତ ଥାନ୍ତି। କିନ୍ତୁ ଆମେରିକାରେ ହେଦରଙ୍କ ଉଚ୍ଚତା ପାଇଁ ତାଙ୍କୁ ବହୁତ ସମ୍ମାନ ଦିଆଯାଏ।
/wp:heading wp:heading {"level":5}
୨- (Caroline welz) କେରଲିନ୍‌ ୱେଲ୍‌ଜ
/wp:heading {"id":112129,"width":587,"height":330}
wp:heading {"level":5}
କେରଲିନ୍‌ ୱେଲ୍‌ସ ଜର୍ମନୀରେ ରୁହନ୍ତି। ଲମ୍ବାରେ ବିଶ୍ବର ଚର୍ତୁଥ ସ୍ଥାନରେ ଥିବା କେରଲିନ୍‌ଙ୍କ ଉଚ୍ଚତା ୬ ଫୁଟ୍‌ ୯ ଇଂଚ। ଜର୍ମନୀରେ ନିଜ ଉଚ୍ଚତା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି।   
/wp:heading wp:heading {"level":5}
୩- (Malee Dungdee) ମାଲୀ ଡଙ୍ଗଡି
/wp:heading {"id":112100}

ଥାଇଲାଣ୍ଡରେ ରହୁଥିବା ମାଲିଙ୍କ ଉଚ୍ଚତା ୬ ଫୁଟ୍‌ ୧୦ ଇଂଚ ଓ ତାଙ୍କ ଓଜନ ୧୨୭ କେଜି। ଅଧିକ ଲମ୍ବା ହୋଇଥିବାରୁ ସେ ଅନେକ ସମସ୍ୟାର ସାମ୍ନା କରନ୍ତି। ସେ ତାଙ୍କ  ଚିକିତ୍ସା କରିବାକୁ ଚାହିଁଥିଲେ। କିନ୍ତୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ସେ  ଚିକିତ୍ସା କରାଇନଥିଲେ।

wp:heading {"level":5}
୪- (Zainab Bibi) ଜୈନବ ବିବି
/wp:heading {"id":112101}
wp:heading {"level":5}
ପାକିସ୍ତାନରେ ରହୁଥିବା ଜୈନବ ବିବିଙ୍କ ଉଚ୍ଚତା ୭ ଫୁଟ୍‌ ୨ ଇଂଚ। ଅଧିକ ଲମ୍ବା ହୋଇଥିବାରୁ ତାଙ୍କ ଘର ଲୋକେ ଜୈନବଙ୍କୁ ଘରୁ ବାହାର କରିଦେଇଥିଲେ। ଘରୁ ବାହାରିଲା ପରେ ଏବେ ସେ ୟୁକେରେ ରହୁଛନ୍ତି।
/wp:heading wp:heading {"level":5}
୫- (Yao Buried) ୟାଓ ବରିଡ୍‌
/wp:heading {"id":112103}
wp:heading {"level":5}
ବିଶ୍ବର ସବୁଠୁ ଅଧିକ ଲମ୍ବା ମହିଳା ୟାଓ ବରିଡ୍‌ଙ୍କ ଉଚ୍ଚତା ୭ ଫୁଟ୍‌ ୮ ଇଂଚ। ୟାଓ ଜଣେ ଚିନୀ ମହିଳା। ୨୦୧୨ ମସିହାରେ ଯେତେବେଳେ ସେ ୪୦ ବର୍ଷର ଥିଲେ ସେତେବେଳେ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଉଚ୍ଚତା ପାଇଁ  ନିଜ ଦେଶରେ ସେ ରେକର୍ଡ କରିଥିଲେ।   
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.