ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ରଗ୍‌ବୀ ମହିଳା ଜୁନିୟର ଚାମ୍ପିଅନସିପ୍

Published By : Prameya-News7 Bureau | October 26, 2018 IST

ଭୁବନେଶ୍ବର ୨୬|୧୦: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ରଗବୀ ମହିଳା ଜୁନିୟର ଚାମ୍ପିଅନସିପ୍ । । ଏହି ଚାମ୍ପିଅନସିପକୁ ସନ୍ଧ୍ୟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସିଆର ୧୨ଟି ଦେଶରୁ ପ୍ରାୟ ୬ଶହରୁ ଅଧିକ ଖେଳାଳି ଓ ଅଫିସିଆଲ୍ ଚାମ୍ପିଅନସିପରେ ସାମିଲ ହୋଇଛନ୍ତି । ଏସିଆନ୍ ଓ ରାଜ୍ୟଗୋଷ୍ଠୀ କ୍ରୀଡା ଏବଂ ଅଲିମ୍ପିକ୍ ଫର୍ମାଟରେ ମ୍ୟାଚ୍ ଗୁଡିକ ଖେଳାଯିବ । ଉଦଘାଟନୀ ମ୍ୟାଚରେ ୟୁଏଇକୁ ଭେଟିବ ଆୟୋଜକ ଭାରତ । ପ୍ରଥମ ଦିନରେ ୬ଟି ଏବଂ ଦ୍ବିତୀୟ ଦିନରେ ୧୬ ରୁ ୧୮ ଟି ମ୍ୟାଚ୍ ଖେଳାଯିବ । ପ୍ରତ୍ୟେକ ମ୍ୟାଚ୍ ୧୫ ମିନିଟ୍ ଲେଖାଏଁ ଖେଳାଯିବ । ଗୁରୁବାର କଳିଙ୍ଗଷ୍ଟାଡିୟମରେ ପହଞ୍ଚି ୟୁଏଇ, ଫିଲିପାଇନ୍ସ, ଶ୍ରୀଲଙ୍କା ଟିମ୍ ଅଭ୍ୟାସ କରିଛନ୍ତି । ୩ ଦିନ ଧରି ଚାଲିବାକୁ ଥିବା ଏହି ଚାମ୍ପିଅନସିପରେ ୫୦ରୁ ଅଧିକ ମ୍ୟାଚ୍ ଖେଳାଯିବ । ୨୮ ଅକ୍ଟେ।ବରରେ ଏହି ଚାମ୍ପିଅନସିପ୍ ଉଦଯାପିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.