କୋଭିଡ-୧୯ ଲକଡାଉନରେ କର୍ମଚାରୀଙ୍କ ବେତନ କାଟ୍ କରିବେନି ଏସିଆନ ପେଣ୍ଟସ୍, ହେବ ଦରମା ବୃଦ୍ଧି

Published By : Prameya-News7 Bureau | May 16, 2020 IST

କରୋନା ମହାମାରୀ ଲକଡାଉନ୍‌ ଦେଶର ଅର୍ଥବ୍ୟବସ୍ଥାକୁ ଟ୍ରେଜରୀରେ ବନ୍ଦ କରିଦେଇଛି। ଏଥିରେ ବାଣିଜ୍ୟ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ସଂସ୍ଥାମାନେ କର୍ମଚାରୀଙ୍କ ବେତନ କାଟ କରୁଛନ୍ତି। ତେବେ ଦେଶର ପ୍ରତିଷ୍ଠିତ ପେଣ୍ଟ କମ୍ପାନୀ ଏସିୟାନ ପେଣ୍ଟସ୍ କିନ୍ତୁ କର୍ମଚାରୀଙ୍କ ସ୍ୱାର୍ଥ ବିରୋଧୀ ଏଭଳି କୌଣସି ପଦକ୍ଷେପ ନେଉ ନଥିବା ସିଇଓ ଅମିତ ସେଙ୍ଗଲ ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି। ଏକ ପରିପକ୍ୱ ବ୍ରାଣ୍ଡ ଭାବେ କରୋନା ଜନିତ ପରିସ୍ଥିତିରେ ଆମେ ସମସ୍ତେ ଏକାଠି ଥିବା କର୍ମଚାରୀଙ୍କୁ ଆଶ୍ୱସ୍ତ କରିପାରିଛୁ ବୋଲି କହିଛନ୍ତି ଅମିତ।

{"id":270949,"sizeSlug":"large"}

କର୍ମଚାରୀଙ୍କ ବାର୍ଷିକ ବେତନ ଭତ୍ତା ବୃଦ୍ଧି ଯେପରି ହେବା କଥା ସେପରି କମ୍ପାନୀ କରୁଥିବା ବେଳେ ଏବେ ଉତ୍ପାଦରେ ନୂଆ କରି ସାନିଟାଇଜରକୁ ସାମିଲ କରିଥିବା କହିଛନ୍ତି। କେବଳ କାରଖାନାରେ ଶ୍ରମିକ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ନୁହେଁ ଗ୍ରାହକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଚକ୍ର ପ୍ରସ୍ତୁତିର ମଧ୍ୟ ଆମେ ଦାୟିତ୍ୱ ନେଇଥିବା କହିଛନ୍ତି ସିଇଓ। କେନ୍ଦ୍ର ରସାୟନ ମନ୍ତ୍ରାଳୟଙ୍କ ପରାମର୍ଶ ଏ ଦିଗରେ ବେଶ ଲାଭଦାୟୀ ହେବ ବୋଲି ଅମିତ କହିଥିବା ବେଳେ ଭାଇରୋ ପ୍ରୋଟେକ୍ ନାମରେ ହ୍ୟାଣ୍ଡ ଓ ସର୍ଫେସ ସାନିଟାଇଜରର ବିସ୍ତୃତ ବର୍ଗମାଳା ଆମେ ପ୍ରସ୍ତୁତ କରୁଛୁ ବୋଲି ସୂଚିତ କରିଛନ୍ତି।

{"id":270950,"sizeSlug":"large"}

ତେବେ ଦେଶରେ ଭୂତାଣୁ ସଂକ୍ରମଣ ପୂର୍ବରୁ ବି ଆମେ ରଙ୍ଗରେ ଲୋକଙ୍କୁ ହେଲଥ୍ ସିଲ୍ଡ ପ୍ରଦାନ କରୁଥିଲୁ ବୋଲି ମଧ୍ୟ ସେ କହିଛନ୍ତି। ଏସିଆନ ପେଣ୍ଟସ୍ ରଙ୍ଗର ବିସ୍ତୃତ ବର୍ଗମାଳାରେ ଆମେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଆଜମା ପେଣ୍ଟ ମଧ୍ୟ ପ୍ରସ୍ତୁତ କରୁଥିଲା। ଏଣୁ ନୂଆ ରଙ୍ଗ ହୋଇଥିବା ଘରେ ଆଜମା ଆକ୍ରାନ୍ତ ଲୋକେ ଅସୁସ୍ଥ ଯେପରି ନ ହେବେ ସେଥିପ୍ରତି ଆମେ ଗୁରୁତ୍ୱ ଦେଇଥିଲୁ ବୋଲି ମଧ୍ୟ କହିଛନ୍ତି ଅମିତ ସେଙ୍ଗଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.