ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ, ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୩ ପଜିଟିଭ୍
  • ||
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

ଏସୀୟ ଚାମ୍ପିଅନ୍‌ସ ଟ୍ରଫି ହକି ; ଆଜି ସେମିଫାଇନାଲରେ ଭାରତ-ଜାପାନ ମୁକାବିଲା

27/10/2018 at 11:08 AM

ମସ୍କଟ ୨୭|୧୦: ଏସୀୟ ଚାମ୍ପିଅନସ ଟ୍ରଫି ହକି ପ୍ରତିଯେ।ଗିତାର ସେମିଫାଇନାଲ ମୁକାବିଲା । ଆଜି ମୁହାଁମୁହିଁ ହେବେ ଭାରତ ଏବଂ ଜାପାନ। ରାଉଣ୍ଡ୍ ରବିନ୍ ପର୍ଯ୍ୟାୟରେ ଜାପାନକୁ ୯-୦ ଗୋଲ୍ ରେ ପରାସ୍ତ କରିଥିବାରୁ ସେମିଫାଇନାଲ୍ ରେ ଭାରତ ସେହି ସଫଳତା ଦୋହରାଇ ଫାଇନାଲ୍  ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ରାଉଣ୍ଡ୍ ରବିନ୍ ପର୍ଯ୍ୟାୟ ପରାଜୟର ପ୍ରତିଶୋଧ ସହ ଫାଇନାଲ୍  ପ୍ରବେଶ ପାଇଁ ଜାପାନ ନିଶ୍ଚୟ ପ୍ରୟାସ କରିବ। ଭୁବନେଶ୍ବରରେ ଆସନ୍ତା ମାସରେ ଆୟୋଜିତ ବିଶ୍ବକପ୍  ପୂର୍ବରୁ ଏହା ଶେଷ ପ୍ରତିଯୋଗିତା ଥିବାରୁ ଭାରତ ବିଜେତା ହେବା ସହ ଏସୀୟ କ୍ରୀଡ଼ାର ନୈରାଶ୍ୟଜନକ କାଂସ୍ୟ ପଦକ ପାଇଁ ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ଆପ୍ରାଣ ଉଦ୍ୟମ କରିବ। ଅନ୍ୟପକ୍ଷରେ ଏଠାରେ ସେମିଫାଇନାଲ୍  ପ୍ରବେଶ କରିଥିବା ୪ ଦଳ ମଧ୍ୟରୁ ଏକମାତ୍ର ଜାପାନ ବିଶ୍ବକପ୍ କୁ ଯୋଗ୍ୟତା ହାସଲ କରିନାହିଁ। ତଥାପି ଆଜି ସେମିଫାଇନାଲ୍ ଭାରତ ପାଇଁ ଏକ ଭିନ୍ନ ମ୍ୟାଚ୍  ହେବ।

   Related Posts