୧୮ରୁ ଏସିଆନ ହକି ଚାମ୍ପିୟନସ ଟ୍ରଫି : ଆସନ୍ତାକାଲି ଭୁବନେଶ୍ବରରୁ ଓମାନର ମସ୍କଟ୍ ଅଭିମୂଖେ ଯାତ୍ରା କରିବ ଭାରତୀୟ ହକି ଟିମ

Published By : Prameya-News7 Bureau | October 13, 2018 IST

ଓମାନର ମସ୍କଟ ଠାରେ ଚଳିତ ମାସ ୧୮ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟେ।ଜିତ ହେବାକୁ ଯାଉଛି ଏସିଆନ ହକି ଚାମ୍ପିୟନସ ଟ୍ରଫି । ଏସିଆର ଶ୍ରେଷ୍ଠ ୬ ଟି ଟିମ୍ ଏଥିରେ ଆମ୍ନାସାମ୍ନା ହେବେ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ କରିଥିବା ଟିମ ଇଣ୍ଡିଆ ଆସନ୍ତାକାଲି ମସ୍କଟ୍ ଅଭିମୂଖେ ଯାତ୍ରା କରିବ । କଳିଙ୍ଗ ଷ୍ଟାଡ଼ିୟମ ରେ ଯେ।ରଦାର ଅଭ୍ୟାସ ପରେ ଏବେ ଟିମ ଇଣ୍ଡିଆର ଆଖି ଏସିଆନ ହକି ଚାମ୍ପିଅନ୍ସ ଟ୍ରଫି ଉପରେ । ଏଥି ଲାଗି ଆସନ୍ତାକାଲି ଭାରତୀୟ ହକି ଦଳ ଓମାନ ଅଭିମୁଖେ ବାହାରିବ । ଏସିଆର ଶ୍ରେଷ୍ଠ ୬ ଟି ଦଳ ଏଥିରେ ଭାଗନେଉଛନ୍ତି । କେ।ଚ୍ ହରିନ୍ଦରଙ୍କ ଉସସ୍ଥିତିରେ କଳିଙ୍ଗ ଷ୍ଟାଡ଼ିୟମରେ ସବୁ ଖେଳାଳୀ ଝାଳ ବୁହାଇଛନ୍ତି । ଜାକାର୍ତାରେ ମାଲେସିଆ ଠାରୁ ହାରିବା ପରେ ଟିମ୍ ଇଂଡ଼ିଆ ଅନେକ କଥା ଶିକ୍ଷା ଲାଭ କରିଥିବା କେ।ଚ୍ ହରିନ୍ଦର ସିଂ କହିଥଇାବ ବେଳେ, ବରିଷ୍ଠ ଖେଳାଳୀ ସୁନୀଲ ଏବଂ ବିରେନ୍ଦ୍ର ଆହାତ ହେ।ଇ ଟିମ୍ ରୁ ବାହାରେ ଅଛନ୍ତି । ତେବେ ଭାରତର ବହୁ ପୁରୁଖା ଖେଳାଳୀ ବିଶ୍ବ କପ୍ ବେଳେ ହକି ଟିମ୍ କୁ ଉତ୍ସାହିତ କରିବା ପାଇଁ ଭୁବନେଶ୍ବର ଆସୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମଧ୍ୟ କେ।ନ୍ ବନେଗା କେ।ରଡ଼ପତି ରେ ଟିମ୍ ଇଂଡ଼ିଆକୁ ଉତ୍ସାହିତ କରିବା କଥାକୁ ପ୍ରସଂଶା କରିଛନ୍ତି କେ।ଚ୍ ହରିନ୍ଦର ସିଂ । ସେହିପରି କ୍ୟାପଟେନ୍ ଓ ଖେଳାଳୀମାନେ ମଧ୍ୟ ଏସିଆନ ଚାମ୍ପିଅନ ଟ୍ରଫିକୁ ନେଇ ଉତ୍ସାହିତ ଥିବା କହିଛନ୍ତି । କଳିଙ୍ଗ ଷ୍ଟାଡ଼ିୟମର ନୂଆ ଟର୍ଫ ରେ ଖେଳାଳୀ ମାନେ କରିଥିବା ଅଭ୍ୟାସକୁ ନେଇ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି । ନଭେମ୍ବରରେ ହକି ଓ୍ବାର୍ଲ୍ଡ କପ ପୂର୍ବରୁ ଏସିଆନ ଚାମ୍ପିଅନସିପ ଗୁରୁତ୍ବପୂର୍ଣ୍ଣ ବୋଲି ଖେଳାଳି କହିଛନ୍ତି । ବର୍ତମାନ ଭାରତୀୟ ଦଳ ବିଶ୍ବ ରାଙ୍କରେ ୫ ନମ୍ବର ସ୍ଥାନରେ ଥିବା ବେଳେ, ଏସିଆରେ ନମ୍ବର ୱ।ନ୍ । ତେଣୁ ଓମାନ୍ ରେ ଭାରତର ଭଲ ପ୍ରଦର୍ଶନ ନେଇ ସମସ୍ତେ ଆଶାବାଦୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.