ଏସିଆନ ଗେମ୍ସ ମହିଳା ହକି ଫାଇନାଲରେ ଆଜି ଭାରତ ଜାପାନ ଟକ୍କର
31/08/2018 at 1:39 AM

ସ୍ବର୍ଣ୍ଣ ପାଇଁ ଆଜି ଖେଳିବ ଭାରତୀୟ ମହିଳା ହକି ଟିମ୍ । ଏସିଆନ ଗେମ୍ସ ମହିଳା ହକି ଫାଇନାଲରେ ଭାରତୀୟ ଦଳ ଆଜି ଜାପାନକୁ ଭେଟିବ। ଏହି ମ୍ୟାଚ୍ ରେ ଜାପାନକୁ ପରାସ୍ତ କରି ଭାରତୀୟ ମହିଳା ଦଳ ଦୀର୍ଘ ୩୬ ବର୍ଷର ବ୍ୟବଧାନ ପରେ ସମ୍ମାନଜନକ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ଲକ୍ଷ୍ୟରେ ରହିଛି। ଭାରତୀୟ ମହିଳା ଦଳ ଏପର୍ଯ୍ୟନ୍ତ ଅପରାଜେୟ ରହିଛି। ଫାଇନାଲ୍ ଯିବାପାଇଁ ଭାରତ ଇଣ୍ଡୋନେସିଆକୁ ୮-୦, କାଜାଖସ୍ତାନକୁ ୨୧-୦, ଉତ୍ତର କୋରିଆକୁ ୪-୧ ଏବଂ ଥାଇଲାଣ୍ଡକୁ ୫-୦ରେ ହରାଇଛନ୍ତି। ସେହିଭଳି ସେମିଫାଇନାଲରେ ଚାଇନିଜ୍ ତାଇପେକୁ ୧-୦ ଗୋଲ୍ ରେ ହରାଇ ଫାଇନାଲରେ ପ୍ରବେଶ କରିଛି।ତେବେ ସଂନ୍ଧ୍ୟା ୬ ଟା ୩୦ରେ ଏହି ମ୍ୟାଚ୍ ଖେଳାଯିବ ।
Related Posts
ବିଧାୟକଙ୍କ ରଙ୍ଗିନ ମିଜାଜ୍, ଝିଅ ସହ ଲଗାଇଲେ ଠୁମ୍କା
16 May 2022